ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

1 min read

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । କରୋନାରେ ୧୩ ଶହରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଏଯାଏଁ କରୋନାରେ ୪୩ ଜଣଙ୍କର ଜୀବନ ଗଲାଣି । ଗତ ୨୪ ଘଣ୍ଟାରେ ୨ଶହରୁ ଅଧିକ ନୂଆ ମାମଲା ସାମନାକୁ ଆସିଛି । ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩୦ ଉପରେ ରହିଛି । ତେବେ ବର୍ତ୍ତମାନ ଦିଲ୍ଲୀ ସ୍ଥିତି ଉଦ୍‌ବେଗଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୫ଟି ନୂଆ ମାମଲା ସାମନାକୁ ଆସିଛି ।

ଦିଲ୍ଲୀରେ ଏଯାଏଁ ୯୭ଜଣଙ୍କଠାରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି । ଦେଶରେ କୋଭିଡ୍‌-19 ଏବେ ଲୋକାଲ୍‌ ଟ୍ରାନ୍‌ସମିସନ୍‌ ବା ସେକେଣ୍ଡ ଷ୍ଟେଜ୍‌ରେ ଥିବା ସରକାର କହିଛନ୍ତି । ଅଧିକାଂଶ ପଜିଟିଭ୍‌ କେସର ଏକ ଟ୍ରାଭେଲ୍‌ ହିଷ୍ଟ୍ରି ରହିଛି । ତେଣୁ କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ହିଁ ଅସ୍ତ୍ର । ଗୋଷ୍ଠୀ ସଂକ୍ରମଣ ନେଇ ପ୍ରମାଣ ମିଳିଲେ ଲୋକଙ୍କୁ ଅଧିକ ଆଲର୍ଟ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି।

Leave a Reply