ଜୁନ୍‌ ୩୦ ପର୍ଯ୍ୟନ୍ତ ବଢିଲା ଗାଡ଼ି ପରମିଟ୍ ଅବଧି

ଭୁବନେଶ୍ୱର: ଦେଶରେ ଲକ୍‌ଡାଉନ୍‌ ପାଇଁ ବଢ଼ିଲା ସବୁପ୍ରକାର ଗାଡ଼ି କାଗଜପତ୍ର ସଂପର୍କିତ ଅବଧି । ୨୦୨୦ ଜୁନ୍‌ ୩୦ ପର୍ଯ୍ୟନ୍ତ ଗାଡ଼ି ପରମିଟ୍‌ ଅବଧି ବଢାଯାଇଛି । କେନ୍ଦ୍ର ପରିବହନ ମନ୍ତ୍ର।ଳୟ ପକ୍ଷରୁ ପରମିଟ୍‌ ଅବଧି ବଢାଯାଇଛି । ଡ୍ରାଇଭିଂ ଲାଇସେନ୍‌ସ, ପରମିଟ୍‌, ରେଜିଷ୍ଟ୍ରେସନ୍‌, ଫିଟ୍‌ନେସ ପାଇଁ ବଢାଯାଇଛି ଅବଧି । ଫେବ୍ରୁଆରୀ ୧ରୁ ଜୁନ୍‌ ୩୦ ସୁଦ୍ଧା ସରୁଥିବା ଗାଡ଼ି ଡକ୍ୟୁମେଣ୍ଟ ପାଇଁ ଏହା ଲାଗୁ ହେବ । ଏନେଇ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ର।ଳୟ ନିର୍ଦ୍ଦେଶ ଦେଇଛି ।

ଫଳରେ ଫେବ୍ରୁଆରୀ ୧ରୁ ସରୁଥିବା ଡକ୍ୟୁମେଣ୍ଟ ଜୁନ୍‌ ୩୦ ପର୍ଯ୍ୟନ୍ତ ବୈଧ ରହିବ । ଦେଶରେ ଲକ୍‌ଡାଉନ୍‌ ଚାଲିଥିବାରୁ କାଗଜପତ୍ର ନବୀକରଣ ସମ୍ଭବ ହେଇପାରୁନି । ତେଣୁ କେନ୍ଦ୍ର ସରକାର ଅବଧି ବୃଦ୍ଧି କରିଛନ୍ତି । ଲର୍ଣ୍ଣିଂ ଲାଇସେନ୍‌ସ ଓ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧି ମଧ୍ୟ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢାଯାଇଛି। ପରିବହନ ମନ୍ତ୍ର।ଳୟ ନିର୍ଦ୍ଦେଶିତ ଡକ୍ୟୁମେଣ୍ଟ ମଧ୍ୟ ବୈଧ । କେନ୍ଦ୍ରର ନିର୍ଦ୍ଦେଶନାମା ପରେ ଏ ସଂପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ।

Leave a Reply