ଦିଲ୍ଲୀରେ କରୋନାକୁ ନେଇ ଚିନ୍ତାଜନକ ସ୍ଥିତି, ନିଜାମୁଦ୍ଦିନ୍‌ ମରକାଜରେ ସାମିଲ ୧୦ଜଣଙ୍କର କରୋନାରେ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଛି କରୋନା ସଂକଟ । ନିଜାମୁଦ୍ଦିନ ମରକାଜରେ ଆୟୋଜିତ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ୧୦ଜଣଙ୍କର କରୋନା ସଂକ୍ରମୃଣରେ ମୃତ୍ୟୁ ହୋଇଛି । ଏହା ମଧ୍ୟରୁ ତେଲେଙ୍ଗାନାରେ ସର୍ବାଧିକ ୬ ଜଣ ପ୍ରାଣ ହରାଇଛନ୍ତି । ତାମିଲନାଡୁ, କର୍ଣ୍ଣାଟକ ଓ ଜମ୍ମୁକାଶ୍ମୀରରେ ମଧ୍ୟ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଛି ।

ଧାର୍ମିକ ଏକତ୍ରିକରଣରେ ପ୍ରାୟ ୨ହଜାର ଲୋକ ସାମିଲ ହୋଇଥିଲେ । ଦେଶର ବିଭିନ୍ନ ରାଜ୍ୟ ସହ ବିଦେଶୀ ନାଗରିକ ମଧ୍ୟ ଏଥିରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ୨ଶହରୁ ଅଧିକ ଲୋକଙ୍କଠାରେ କରୋନା ସଂକ୍ରମଣ ନେଇ ଆଶଙ୍କା କରାଯାଉଛି । ସେଠାରେ ଥିବା ୧୬୩ ଜଣଙ୍କୁ ଦିଲ୍ଲୀ ଲୋକନାୟକ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୫ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି ।

ଦେଶରେ କାୟା ବିସ୍ତାର କରିଚାଲିଛି କରୋନା, ୨୪ ଘଣ୍ଟାରେ ୨୦୦ରୁ ଅଧିକ ନୂଆ ମାମଲା

ଏମାନଙ୍କ ମଧ୍ୟରୁ ୧୯ଜଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେପଟେ ଆଣ୍ଡାମାନରେ ୧୦ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ସେମାନଙ୍କ ମଧ୍ୟରୁ ୯ଜଣ ମରକାଜ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ୯ ଆକ୍ରାନ୍ତ ଗତ ୨୪ ତାରିଖରେ ଅଲଗା ଅଲଗା ବିମାନରେ ଆଣ୍ଡାମାନ ଆସିଥିଲେ । ମରକାଜର ମୌଲାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ନିୟମ ଉଲ୍ଲଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାର କହିଛନ୍ତି ।

Leave a Reply