ନୟାଗଡ଼: ଗ୍ୟାସ ଲିକ୍ ହୋଇ ନିଆଁ ଲାଗି ସ୍ୱାମୀ ସ୍ତ୍ରୀ ଗୁରୁତର । ନୟାଗଡ଼ ଶରଣକୂଳ ଥାନା ଗୋଲଗାଁରେ ଏଭଳି ଘଟଣା ସାମନାକୁ ଆସିଛି । ଗତକାଲି ରାତିରେ ଗାଁର ରଶ୍ମିତା ଦଳବେହେରା ରୋଷେଇ ପାଇଁ ଗ୍ୟାସ୍ ଲଗାଇଥିଲେ । ତେବେ ଗ୍ୟାସ ଲିକ ହୋଇ ନିକଟରେ ଥିବା କିରୋସିନ ଜାରରେ ଲାଗିଯାଇଥିଲା ।

ରଶ୍ମିତାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ୱାମୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।


ବିପୁଳ ବିଜୟ ପରେ ଅରବିନ୍ଦ କେଜ୍ରିୱାଲ ସମର୍ଥକଙ୍କ ସହ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦିଲ୍ଲୀବାସୀ କମାଲ କରିଛନ୍ତି । ତୃତୀୟଥର ନିଜ ପୁଅ ଉପରେ ଭରସା କରିଛନ୍ତି । ଏ ବିଜୟ ସବୁ ପରିବାରର । ମୋତେ ଆପଣମାନେ ନିଜ ପୁଅ ଭାବି ସମର୍ଥନ ଦେଇଛନ୍ତି । ଦିଲ୍ଲୀର ଲୋକ ଦେଶରେ ନୂଆ ପ୍ରକାରର ରାଜନୀତିକୁ ଜନ୍ମ ଦେଇଛନ୍ତି । ଯାହାର ନାମ ହେଉଛି ‘କାମ ରାଜନୀତି’ ।
