ଉତ୍ତର ଭାରତରେ ଭୂମିକମ୍ପ, ଥରିଲା ଦିଲ୍ଲୀ-ଏନସିଆର

1 min read

ନୂଆଦିଲ୍ଲୀ: ରବିବାର ଅପରାହ୍ଣରେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ ସହିତ ଏନସିଆର(ନ୍ୟାସନାଲ କ୍ୟାପିଟାଲ ରିଜନ)ରେ ଭୂମିକମ୍ପ ହୋଇଛି । ଫଳରେ ଗାଜିଆବାଦ, ନୋଏଡା, ଫରିଦାବାଦ, ଗୁରୁଗ୍ରାମ, ମୀରଟ, ବୁଲନ୍ଦସହର, କର୍ଣ୍ଣଲ, ଅଲୱର ଓ ପାନିପତରେ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି ।

ତେବେ, କେତେ ସମୟ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୫ ବୋଲି ଜଣାପଡ଼ିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ପୂର୍ବ ଦିଲ୍ଲୀ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ, ଭୂମିକମ୍ପ ପରେ ଲୋକେ ତୁରନ୍ତ ଘରୁ ବାହାରକୁ ପଳାଇ ଆସିଥିଲେ ।

 

Leave a Reply