ଅନ୍‌ଲାଇନ୍‌ରେ ଆରାଧନା: ଆପ୍‌ ମାଧ୍ୟମରେ ଇଷ୍ଟର ପାଳିଲେ ଖ୍ରୀଷ୍ଟିଆନ୍‌ ଧର୍ମାବଲମ୍ୱୀ

ଭୁବନେଶ୍ୱର: ଲକଡାଉନ ସମୟରେ ଲୋକସଂପର୍କର ଯୋଗସୂତ୍ର ସାଜିଛି ଅନଲାଇନ ଆପ୍‌ ।  ଅନଲାଇନରେ କିଏ ପାଠ ପଢୁଛି ତ ଆଉ କିଏ ସଙ୍ଗୀତ ସାଧନା କରୁଛି । କିନ୍ତୁ ଅନଲାଇନ ଆପ୍‌ରେ ବି ଇଶ୍ୱରଙ୍କୁ ପ୍ରାର୍ଥନା କରାଯାଇପାରେ ।

ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, କିନ୍ତୁ ଲକଡାଉନ ସମୟରେ ଚର୍ଚ୍ଚ ବନ୍ଦ ଥିବାରୁ ଘର ଭିତରେ ହିଁ ଅନଲାଇନ ଆପ୍‌ରେ ଖ୍ରୀଷ୍ଟଧର୍ମର ଲଲୋକମାନନେ ପବିତ୍ର ଇଷ୍ଟର ପାଳନ କରିଛନ୍ତି ।

ସାରା ଭାରତ ଶୂନଶାନ । ସବୁଠି ପଡିଛି ତାଲା । କିନ୍ତୁ ପବିତ୍ର ଇଷ୍ଟରରେ ଚର୍ଚ୍ଚ ଭିତରେ ଚାଲିଥିଲା ଇଷ୍ଟର ପର୍ବ । ଲକଡାଉନ ନିୟମକୁ ମାନିବା ସହ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆରାଧନା କରିଥିଲେ ଧର୍ମଯାଜକ । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ସତ୍ୟନଗର ସେଣ୍ଟ ଭିନସେଣ୍ଟ ଡି ପଲ ଚର୍ଚ୍ଚର । ରୀତି ନୀତି ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା ।

ହାତଗଣତି ଧର୍ମଯାଜକ ପବିତ୍ର ଇଷ୍ଟର ପାଳନ କରିବା ସହ ପ୍ରଭୁ ଯୀଶୁଙ୍କ ବଳିଦାନ ସଂପର୍କରେ ଚର୍ଚ୍ଚା କରିଥିଲେ । ଆଉ ଘରେ ବସି ପରିବାର ବର୍ଖଙ୍କ ସହ ବସି ପ୍ରଭୁ ଯୀଶୁଙ୍କୁ ପ୍ରାର୍ଥନା କରିଥିଲେ ଶ୍ରଦ୍ଧାଳୁ ।

ଲକଡାଉନରେ ଘରୁ ବାହାରିବା ମନା ଥିବାରୁ ଶ୍ରଦ୍ଧାଳୁ ଚର୍ଚ୍ଚ ଆସିପାରିଲେନି । କିନ୍ତୁ ଘରେ ପରିବାରବର୍ଗଙ୍କ ସହ ପ୍ରାର୍ଥନା କରିବା ପାଇଁ ଯୋଜନା କରିଥିଲେ ଶ୍ରଦ୍ଧାଳୁ । କିଏ ଫେସବୁକ ଓ ୟୁଟ୍ୟୁବ୍‌ ଲାଇଭରେ ସମୂହ ପ୍ରାର୍ଥନାରେ ସାମିଲ ହେଲେ ତ ଆଉ କିଏ ଜୁମ ଆପ୍‌ ର ସାହାରା ନେଲେ ।

ଗୁଡ ଫ୍ରାଇଡେରେ ପ୍ରଭୁ ଯୀଶୁଖ୍ରୀଷ୍ଟ କୂଶ ବିଧ ହୋଇଥିଲେ । ଆଉ ଦିନକ ପରେ ରବିବାର ଦିନ ପୁନର୍ଜନ୍ମ ହୋଇଥିଲେ ବୋଲି ବିଶ୍ୱାସ ରହିଛି ।  ଏଥିପାଇଁ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚ ଯାଇନପାରି ଅନଲାଇନରେ ଇଷ୍ଟରକୁ ବହୁ ଆଡମ୍ଭର ସହ ପାଳନ କରିଛନ୍ତି ।

Leave a Reply