୫୪ ନଂ କରୋନା ପଜିଟିଭ୍‌ଙ୍କ ଟ୍ରାଭେଲ୍ ବିବରଣୀ: ପଢ଼ନ୍ତୁ କେଉଁ କେଉଁ ସ୍ଥାନକୁ ଯାଇଥିଲେ ଆକ୍ରାନ୍ତ

1 min read

ଭୁବନେଶ୍ୱର: ୫୪ ନମ୍ୱର କରୋନା ଆକ୍ରାନ୍ତ ଟ୍ରାଭେଲ୍‌ ହିଷ୍ଟ୍ରୀ ସମ୍ପର୍କରେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ୧୭ ବର୍ଷିୟ ଏହି ଯୁବତୀ ଜଣଙ୍କ ୨୯ ମାର୍ଚ୍ଚରେ କୋଲକାତାରୁ ଏକ ଘରୋଇ ଆମ୍ୱୁଲାନ୍ସ ଯୋଗେ ନିଜ ଗାଁରେ ପହଞ୍ଚିଥିଲେ । ବାଲେଶ୍ୱର ଏବଂ ଭଦ୍ରକ ଦେଇ ସେ ନିଜ ଗାଁରେ ପହଞ୍ଚିଥିଲେ । ଭଦ୍ରକରୁ ୪୩ କିମି ପୂର୍ବରୁ ସେ ଚା’ ପିଇବା ପାଇଁ ରହିଥିଲେ । ଏହା ପରେ ସେ ୩୦ ମାର୍ଚ୍ଚଠାରୁ ୧୧ ଏପ୍ରିଲ ଯାଏଁ ନାଲାଡିଆ ସ୍ଥିତ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ଏହା ପରେ କୌଣସି ଲକ୍ଷଣ ନଥିବା ସତ୍ତ୍ୱେ ରୁଟିନ୍‌ ସର୍ଭିଲାନ୍ସ ଦୃଷ୍ଟରୁ  ।୧୧ ଏପ୍ରିଲରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଏବଂ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଏବଂ ତାଙ୍କ ସେହିତ ଦିନ କଟକ ଅଶ୍ୱିନୀ ହସ୍ପିଟାଲ ସ୍ଥିତ କୋଭି-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ କରୋନା ସଂକ୍ରମିତ ଚିହ୍ନଟ, ୨ଟି ଗାଁ ସିଲ୍

Leave a Reply