ରଥଯାତ୍ରା ନେଇ ଆଶା,ଆଶଙ୍କା: ‘ଘୋଷଯାତ୍ରା ହେଲେ ହିଁ ଜଗତର କଲ୍ୟାଣ ହେବ’

ପୁରୀ: କରୋନା ପାଇଁ ପୁରୀରେ ମହାପ୍ରଭୁଙ୍କ ଅକ୍ଷୟ ତୃତୀୟା, ଚନ୍ଦନ ଯାତ୍ରା ଓ ରଥଯାତ୍ରା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ରଥ ସଂହିତା ଅନୁଯାୟୀ ଅକ୍ଷୟ ତୃତୀୟା ପୂର୍ବରୁ ଏନେଇ ବୈଠକ ବସିବା କଥା । କିନ୍ତୁ ତାହା ହୋଇପାରୁନି । ତେବେ କେତେକଙ୍କ ମତ ଯେ ଏଭଳି ସ୍ଥିତିରେ ଘୋଷଯାତ୍ରା ହେଲେ ହିଁ ଜଗତର କଲ୍ୟାଣ ହେବା ସହ ଭାଇରସଠାରୁ ବି ମୁକ୍ତି ମିଳିବ ।

ମହାପ୍ରଭୁଙ୍କ ନୀତିକାନ୍ତିରେ କରୋନା ଇଫେକ୍‌ଟ । ରଥଯାତ୍ରା ନେଇ ଆଶା ଓ ଆଶଙ୍କା । ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଏହି ଦିନଠାରୁ ୨୧ ଦିନ ଧରି ବାହାର ଚନ୍ଦନ ଯାତ୍ରା ନୀତି ବି ଅନୁଷ୍ଠିତ ହୋଇଥାଏ । କିନ୍ତୁ ଲକ୍‌ଡାଉନ୍‌ ଅବଧି ବଢାଯିବା ପରେ ଏନେଇ ବୈଠକ ବସି ପାରୁନି । ଏଭଳି ସ୍ଥିତିରେ ସରକାର ତୁରନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିବା ଜରୁରି ବୋଲି ମତ ପ୍ରକାଶ ପାଇଛି ।

ଭୂତାଣୁ ସଂକ୍ରମଣ ସମୟରେ ରଥଯାତ୍ରା ପଡୁଥିବାରୁ କିପରି ସାମାଜିକ ଦୂରତା ରଖାଯାଇପାରିବ, ତାହା ଏବେ ବଡ଼ ପ୍ରଶ୍ନ । ଏଥିପ୍ରତି ରାଜ୍ୟ ସରକାର ତଥା ଖୋଦ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେବାକୁ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ନିବେଦନ କରିଛନ୍ତି । ତାଙ୍କ ମତରେ ଏଇ ଜଟିଳ ପରିସ୍ଥିତିରେ ଘୋଷଯାତ୍ରା ହେଲେ ଜଗତ କଲ୍ୟାଣ ସହ ମହାମାରୀରୁ ମୁକ୍ତି ମିଳିପାରନ୍ତା । ତେବେ ପ୍ରଶାସନ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେଉଥିବା ଉପଜିଲ୍ଲାପାଳ କହିଛନ୍ତି । ଏବେ ଶ୍ରୀମନ୍ଦିରରେ ସୀମିତ ସେବାୟତଙ୍କ ଦ୍ଵାରା ଶ୍ରୀଜିଉଙ୍କ ନୀତିକାନ୍ତି ଯଥାବିଧି ଚାଲିଛି । ତେବେ କେବେ ସଂପୂର୍ଣ୍ଣ ଭାବେ ସ୍ଥିତି ସୁଧୁରିବ ତା’ ଉପରେ ରହିଛି ସମସ୍ତଙ୍କ ନଜର

 

Leave a Reply