କରୋନା ବିରୋଧୀ ଯୁଦ୍ଧର ମହିଳା ଯୋଦ୍ଧା: ଲୋକଙ୍କ ଜୀବନ ରକ୍ଷା ପାଇଁ ଏମାନେ ଭୁଲି ଯାଇଛନ୍ତି ନିଜ ପରିବାର ଓ ହସଖୁସି

ଗଜପତି: କରୋନା ବିରୋଧରେ ଭାରତର ଯୁଦ୍ଧଂଦେହୀ ଡାକରା । ସବୁଆଡେ ଲକ୍‌ଡାଉନ୍‌, ରାସ୍ତାଘାଟ ଶୂନ୍‌ଶାନ୍‌, ଦୋକାନ୍‌ ବଜାର ବନ୍ଦ । ହେଲେ ଏହି ସଂକଟ ସମୟରେ କରୋନା ବିରୋଧୀ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ପାଲଟିଛନ୍ତି କିଛି ମହିଳା ।

ପ୍ରଶାସନିକ ପଦ ପଦବିରେ ଥିବା ଏଭଳି କିଛି ମହିଳା କରୋନା ମୁକାବିଲା ପାଇଁ ଦିନରାତି ଏକ୍‌ କରିଦେଇଛନ୍ତି । ଭୁଲି ଯାଇଛନ୍ତି ବ୍ୟକ୍ତିଗତ ହସଖୁସି । ସଂକ୍ରମଣ ରୋକି ନାରୀ ଶକ୍ତିର ଉଦାହରଣ ସଷ୍ଟି କରିଛନ୍ତି ମହିଳା । ନିଜ ଦାୟିତ୍ୱକୁ ସୂଚାରୁରୂପେ ତୁଳାଇଛନ୍ତି ଏମାନେ । ଯେପରିକି ଗଜପତି ଏସ୍‌ପି ସାରା ଶର୍ମା ଲୋକଙ୍କୁ ସଚେତନ କରିବା ସହ ଲକ୍‌ଡାଉନ୍‌ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାମାଜିକ ଦୂରତା ରକ୍ଷା ଓ କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ଚେଷ୍ଟା କରିଛନ୍ତି । ସେହିଭଳି ସିଡିଏମ୍‌ଓ ଗୁନୁରାଣୀ ପଟ୍ଟନାୟକଙ୍କ ନେତୃତ୍ୱରେ ଜିଲ୍ଲାବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯ଼ୋଗାଇ ଦିଆଯାଇଛି ।

ସେପଟେ ଏଭଳି ସଙ୍କଟ ସମୟରେ ଗଜପତି ଜିଲ୍ଲାବାସୀଙ୍କୁ ଜରୁରୀ ସେବା ଯୋଗାଇ ଉଦାହରଣ ସୃଷ୍ଟି କରିଛନ୍ତି ଜରୁରୀକାଳୀନ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ । ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ଦିନ ରାତି ଏକ କରି ନିଜ ଦାୟିତ୍ୱକୁ ନିର୍ବାହ କରୁଛନ୍ତି ସତ୍ୟସମ୍ପୂର୍ଣ୍ଣା । ଲୋକଙ୍କ ଜୀବନ ରକ୍ଷା ପାଇଁ ଏମାନେ ଭୁଲି ଯାଇଛନ୍ତି ନିଜ ପରିବାର ଓ ହସଖୁସି । .

Leave a Reply