spot_img
Home Blog Page 7217

ଲକଡାଉନ୍ ଚଡ଼କ: ନଳାରେ ଢଳା ହେଲା ଲକ୍ଷାଧିକ ଲିଟରର ବିୟର

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଛି । ଏହି ସମୟରେ, ଦିଲ୍ଲୀ-ଏନସିଆରରେ ଥିବା ମାଇକ୍ରୋବ୍ରୁଅରୀଜ ହଜାର ହାଜାର ଲିଟର ବିୟରଗୁଡିକୁ ନଳାରେ ଢାଳିବାକୁ ବାଧ୍ୟ ହୋଇଛନ୍ତି । ଏପର୍ଯ୍ୟନ୍ତ ଏନସିଆରରେ ୧ ଲକ୍ଷ ଲିଟର ତାଜା ବିୟର ଢାଳି ଦିଆଯାଇଛି । ଏହାର କାରଣ ହେଉଛି ସେହି ବିୟର ଗୁଡ଼ିକୁ ପ୍ଲାଣ୍ଟରେ ରଖା ଯାଇଥିଲା ଯାହା ବୋତଲରେ ପ୍ୟାକ୍ କରାଯାଇ ପାରିନଥିଲେ । ତିଆରି ବିୟରକୁ ସୁରକ୍ଷିତ ରଖିବା ପାଇଁ  ଅଧିକ ଖର୍ଚ୍ଚ ହୋଇଥାଏ, ଏଭଳି ପରିସ୍ଥିତରେ ବିୟର ବିକ୍ରି ଉପରେ ରୋକ ଲାଗିଥିବା ବେଳେ ଅଧିକ ଖର୍ଚ୍ଚ କରି ରଖିବା ସମ୍ଭବ ନହେବାରୁ ପ୍ଲାଣ୍ଟ ଏହାକୁ ଢାଳିବାକୁ ବାଧ୍ୟ ହୋଇଛି ।

NCR ରେ ଏକ ଲକ୍ଷ ଲିଟରରୁ ଅଧିକ ବିୟରକୁ ଢାଳିବାକୁ ପଡ଼ିଛି

ଷ୍ଟ୍ରାଇକର ଏବଂ ସୋଇ ୭ର ଲଲିତ ଅହଲାବତ୍ ଗୁରୁଗ୍ରାମରେ ଥିବା ତାଙ୍କ ସାଇବର-ହବ୍ ଆଉଟଲେଟରୁ ୫୦୦୦ ଲିଟର ବିୟର ଢାଳି ଦେଇଛନ୍ତି । ସେହିଭଳି, ପ୍ରଙ୍କଷ୍ଟରର ପ୍ରମୋଟରଙ୍କୁ ୩୦୦୦ ଲିଟର ବିୟର ନଷ୍ଟ କରିବାକୁ ପଡିଛି । ଏସବୁ ମଧ୍ୟରେ, NCRର ପ୍ରାୟ 50 ମାଇକ୍ରୋବ୍ରୁଅରୀଜକୁ ୧ ଲକ୍ଷ ଲିଟରରୁ ଅଧିକ ବିୟର ଢାଳିବାକୁ ପଡିଛି ।

ସତେଜ ବା ଖୋଲାଥିବା ବିୟର, ବୋତଲ ପ୍ୟାକ ବିୟର ଅପେକ୍ଷା ଶୀଘ୍ର ନଷ୍ଟ ହୁଏ

ବୋତଲରେ ସିଲ୍ ଥିବା ବିୟର ଭଳି, ଖୋଲା ତାଜା ବିୟର ବହୁତ କମ୍ ସମୟ ପାଇଁ ଭଲ ଅବସ୍ଥାରେ ରହିଥାଏ । ବ୍ରୁଅରି ପରାମର୍ଶଦାତା ଇଶାନ ଗ୍ରୋବର କହିଛନ୍ତି ଯେ, ବିୟରକୁ ସତେଜ ରଖିବା ପାଇଁ ଏହାକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ରଖିବା ଆବଶ୍ୟକ ହୋଇଥାଏ ଏବଂ ଏହାର ମନିଟରିଂ ମଧ୍ୟ ପ୍ରତିଦିନ ଆବଶ୍ୟକ ପଡ଼ିଥାଏ । ତେଣୁ ଆମେ ବିୟର ଢାଳିବାକୁ ବାଧ୍ୟ ହେଲୁ । ତେବେ ସାଧାରଣ ଦିନରେ ଏହିପରି ଷ୍ଟକ୍ କେବେ ଜମା ହୋଇନାହିଁ ।

ଲକଡାଉନ୍ ଘୋଷଣା ସମୟରେ ଅଧିକାଂଶ ବିୟର ପ୍ଲାଣ୍ଟରେ ହିଁ ରହିଥିଲା

୪ ସପ୍ତାହ ପୂର୍ବରୁ ଦେଶରେ କରୋନାଭାଇରସ୍ ଲକଡାଉନ୍ ଘୋଷଣା କରାଯିବାବେଳେ ଅଧିକାଂଶ ବିୟର ପ୍ଲାଣ୍ଟରେ, ବିୟର ଷ୍ଟକ୍ ରହିଯାଇଥିଲା । ସେବେଠାରୁ ସେମାନେ ସେମାନଙ୍କର ଷ୍ଟକ୍ ରକ୍ଷଣାବେକ୍ଷଣ କରିଆସୁଥିଲେ । ବ୍ରୁଅର୍ସ କହିଛନ୍ତି ଯେ, ଏହି ସମସ୍ୟା କେବଳ ଲକଡାଉନ୍ ନୁହେଁ। ଲକଡାଉନ୍ ପରେ ମଧ୍ୟ ଭାଇରସ୍ ଭୟ ଏବଂ ସାମାଜିକ ଦୂରତା ବିଷୟରେ ଚିନ୍ତା ହେତୁ ଗ୍ରାହକମାନେ ବିୟର ଦୋକାନକୁ ଆସିବାର ସମ୍ଭାବନା ବହୁତ କମ୍ ।

କମ୍ପାନୀଗୁଡିକ ବିଦେଶ ପରି ଏଠାରେ ମଧ୍ୟ ବିୟର ହୋମ୍ ଡେଲିଭରୀ ପାଇଁ ଇଚ୍ଛା ପ୍ରକାଶ କରିଥିଲେ

ବିୟର କମ୍ପାନୀଗୁଡିକ ହୋମ୍ ଡେଲିଭରୀ ପାଇଁ ଅନୁମତି ଲୋଡିଥିଲେ, କିନ୍ତୁ ସେ ସୁବିଧା ମିଳିପାରି ନଥିଲା । ଗ୍ରୋବର କହିଛନ୍ତି ଯେ, ତାଙ୍କର ଆଶା ଥିଲା ରାଜ୍ୟ ସରକାର ଗ୍ଲାସ୍, ଜଗ୍ କିମ୍ବା ଜାରରେ ପ୍ୟାକିଂ କରି ବିୟରଗୁଡ଼ିକୁ ହୋମ୍ ଡେଲିଭରୀ କରିବାକୁ ଅନୁମତି ଦେବେ କିନ୍ତୁ ତାହା ନହେବାକରୁ ସେ ନିରାଶ ହୋଇଛନ୍ତି ।

ବିୟର ନଷ୍ଟ ନହେବା ପାଇଁ ଅତ୍ୟଧିକ ଖର୍ଚ୍ଚ ହୋଇଥାଏ

ଗୋଟିଏ ପଟେ, ବିୟର ପରାମର୍ଶଦାତା ଇଶାନ ଗ୍ରୋବର ସତେଜ ବିୟରର କିଛି ଅଂଶ ସଞ୍ଚୟ କରିବାକୁ ଆଶା କରୁଥିବା ବେଳେ ଷ୍ଟ୍ରାଇକର ଏବଂ ସୋଇର ଲଲିତ ଅହଲୱାଟ ବିୟର ଢାଳି ସାରିଛନ୍ତି । ଏହାର କାରଣ ଭାବେ ସେ ଅତିରିକ୍ତ ବିଦ୍ୟୁତ୍ ଶକ୍ତି ଏବଂ ମାନବ ଶକ୍ତି ମୂଲ୍ୟର ଆବଶ୍ୟକତା ଦର୍ଶାଇଛନ୍ତି । ଅହଲୱାଟ କହିଛନ୍ତି ଯେ, ‘ଆମେ ବିୟର ଢାଳିବା କିମ୍ବା ଏହାକୁ ସଞ୍ଚୟ କରି ରଖିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ମଧ୍ୟରେ ଆମକୁ ଗୋଟିଏକୁ ବାଛିବାକୁ ପଡିଥିଲା । ତେଣୁ ଲକଡାଉନ ୨.୦ର ଚତୁର୍ଥ ଦିନରେ ଆମେ ବିୟରଗୁଡ଼ିକୁ ଢାଳିଦେଲୁ ।

ଉତ୍ପାଦନ ମୂଲ୍ୟ ସହିତ ଲାଇସେନ୍ସ ଫି ଏବଂ ଡ୍ୟୁଟିରେ ପ୍ରଭାବ ପଡ଼ୁଛି

ବ୍ରୁଅର୍ସ କେବଳ ଉତ୍ପାଦନ ଖର୍ଚ୍ଚ ନୁହଁ ବରଂ ଲାଇସେନ୍ସ ଫି ଏବଂ ଡ୍ୟୁଟିରେ ମଧ୍ୟ କ୍ଷତି ହେଉଛି । ଯାହାର ମୂଲ୍ୟ ସେମାନେ ଆଗରୁ ଦେଇ ସାରିଛନ୍ତି । ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଆଇ)ର ଗୁରୁଗ୍ରାମ ୟୁନିଟର ମୁଖ୍ୟ ଏପ୍ରିଲରେ ଲାଇସେନ୍ସ ନବୀକରଣ ନକରିବାକୁ ରାଜ୍ୟ ଏକ୍ସାଇଜ୍ ବିଭାଗକୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, କେବଳ ମାଇକ୍ରୋବ୍ରୁଅରୀଜ ଲାଇସେନ୍ସରେ ମାସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

ଅନ୍ତର୍ଜାତୀୟ ପୃଥିବୀ ଦିବସରେ ଧରାପୃଷ୍ଠକୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ କରୋନା ଯୋଦ୍ଧାଙ୍କୁ ସମର୍ଥନ କରନ୍ତୁ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପୃଥିବୀ ଦିବସ ଅବସରରେ ବୁଧବାର ଦିନ ପୃଥିବୀ ମାତାକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ଟ୍ୱିଟ କରି କହିଥନ୍ତି ଯେ, ପୃଥିବୀ ମାତାର ଆନ୍ତର୍ଜାତୀୟ ଦିବସ ଅବସରରେ, ଆମ ଗ୍ରହ ଦ୍ୱାରା ଆମର ଯତ୍ନ ଏବଂ ଆମ ସମସ୍ତଙ୍କୁ ଦେଉଥିବା ଅଶେଷ କରୁଣା ପାଇଁ ଆମେ ଆମ ପୃଥିବୀ ମାତାକୁ ଧନ୍ୟବାଦ ଦେଉଛୁ | ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ ଦିଗରେ କାର୍ଯ୍ୟ କରିବାକୁ ଆମେ ପ୍ରତିଶୃତି ବଦ୍ଧ ହେବା । କରୋନା ପରି ବିଶ୍ୱ ମହାମାରୀକୁ ପରାସ୍ତ କରିବାକୁ କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା, ଅର୍ଥାତ୍ ସେମାନଙ୍କୁ ସମର୍ଥନ ଏବଂ ପ୍ରଶଂସା କରିବା ।

ଭାରତରେ କରୋନା ଭାଇରସ ଦୃତ ଗତିରେ ନିଜର କାୟା ବିସ୍ତାର କରୁଛି । ଦେଶରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ୬୪୦ରେ ପହଞ୍ଚିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବୁଧବାର ଜାରି କରାଯାଇଥିବା ରପୋର୍ଟ ଅନୁଯାୟୀ ଭାରତରେ କରୋନା ଭାଇରସ ଦ୍ୱାରା ଏଯାବତ ୬୪୦ ଲୋକଙ୍କ ମୃତ୍ୟୁ ହୋଇଛି ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯,୯୮୪ରେ ପହଞ୍ଚିଛି ।

କରୋନା ଭାଇରସ କାରଣରୁ ପୁରା ବିଶ୍ୱରେ ୨୫ ଲକ୍ଷ ଲୋକସଂକ୍ରମିତ ହୋଇସାରିଲେଣି । ଯେଉଁଥିରେ ୮୦ ପ୍ରତିଶତ ମାମଲା ୟୁରୋପ ଏବଂ ଆମେରିକାରେ ଦେଖିବାକୁ ମିଳିଛି  । ଏଏଫପି ସୂଚନା ଅନୁଯାୟୀ ବିଶ୍ୱବ୍ୟାପି ୨,୫୦୩,୪୨୯ ମାମଲା ଏଯାବତ ରିପୋର୍ଟ କରାଯାଇଛି । ଏଥିମଧ୍ୟରୁ ୧୭୨,୫୫୧  ଲୋକଙ୍କ ମୃତ୍ୟୁ ହୋଇଛି ।

ପରକୀୟା ପ୍ରୀତି ସନ୍ଦେହରେ ଦୁଇଜଣ ଯୁବକ ଏବଂ ଦୁଇଜଣ ମହିଳାଙ୍କୁ ମାଡ଼

ସୁନ୍ଦରଗଡ଼: ଜିଲ୍ଲା ବଡ଼ଗାଁ ଥାନା ଝାରମୁଣ୍ଡା ଗାଁରେ ୨ ମହିଳା ଓ ୨ ଜଣ ଯୁବକଙ୍କୁ ମାଡ଼ ଅଭିଯୋଗ । ଦଉଡ଼ିରେ ବାନ୍ଧି ନିର୍ଧୁମ ପିଟିଲେ ସ୍ଥାନୀୟ ଲୋକେ । ଜଣେ କି ଦୁଇଜଣ ନୁହଁ ଏକାଥରେକ ଛଅ ଛଅ ଜଣ ମାଡ଼ ମାରୁଥିବା ଭିଡ଼ିଆ ଭାଇରାଲ ହେଉଛି । ପରକୀୟା ପ୍ରିତି ଅଭିଯୋଗରେ ମାଡ଼ ଖାଇଛନ୍ତି ଦୁଇଜଣ ଯୁବକ ଏବଂ ଦୁଇଜଣ ମହିଳା । ଯାହା ଆପଣବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏନେଇ ବଡ଼ଗାଁ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ୬ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇ ପୋଲିସ ପକ୍ଷରୁ ପଚରାଉଚରା କରାଯାଉଛି । ୨ଜଣ ମହିଳା ଓ ୨ଜଣ ଯୁବକଙ୍କୁ ମାଡ଼ ମରା ଭିଡିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ପୋଲିସ ୬ଜଣଙ୍କୁ ଅଟକ ରଖିଛି । ପରକୀୟା ପ୍ରୀତି ସନ୍ଦେହରେ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ନୂଆ ୩ କରୋନା ପଜିଟିଭଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରି, ସମସ୍ତଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ । ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୩ ପଜିଟିଭ୍‌ ବାସୁଦେବପୁର ବ୍ଲକର । ଏଥିସହ ବାସୁଦେବପୁର ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତଙ୍କର କୋଲକାତାକୁ ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଉ ନୂଆ ୩ କରୋନା ପଜିଟିଭ ଚିହ୍ନଟ

୩ ନୂଆ ପଜିଟିଭ୍‌  ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସହ ଯାତ୍ରା କରିଥିଲେ । ୪୦ ବର୍ଷୀୟ, ୫୫ ବର୍ଷୀୟ ଓ ୩୫ ବର୍ଷୀୟ ପୁରୁଷଙ୍କ ରିପୋର୍ଟ ପଜିଟିଭ ଆସିଛି । ମାର୍ଚ୍ଚ ୩୧ ରେ ପୁରୁଣାବଜାରରେ ଜିଲ୍ଲାର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଏପ୍ରିଲ ୩ ତାରିଖ ଦିନ ଚରମ୍ପାର ଏରେଇଁ ଅଞ୍ଚଳରେ ଏକାଥରକେ ଦୁଇଟି ପଜିଟିଭ କେସ ସାମ୍ନାକୁ ଆସିଥିଲା। ଗତ ସୋମବାର ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକରେ ୫ଟି ପଜିଟିଭ କେସ ବାହାରିଥିଲା। ଆଜି ପୁଣି ଆଉ ୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ମହାରାଷ୍ଟ୍ରରେ ଥମୁନି କରୋନା ଆତଙ୍କ, ପ୍ରତିଦିନ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପ୍ରତିଦିନ ନୂଆ ଖାତା ଖୋଲୁଛି କରୋନା ଭୂତାଣୁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫ ଶହରୁ ଉର୍ଦ୍ଧ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପରେ ମହାରାଷ୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ଟପିଥିବା ସୂଚନା ରହିଛି । ଏଠାରେ ମୃତ୍ୟୁ ସଂଖ୍ୟା ୨୫୧ ଟପିଛି । ସେପଟେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଛି । ୬୪୧ରୁ ଉର୍ଦ୍ଧ  ଜଣଙ୍କ ମୃତ୍ୟୁ ହୋଇଛି, ୨୪ ଘଣ୍ଟାରେ ୧୩୩୬ରୁ ଉର୍ଦ୍ଧ ନୂଆ ମାମଲା ଆସିଛି । ଏବେ ୧୪ ହଜାର ୭୫୯ଟି ଆକଟିଭ୍‌ କେସ୍‌ ରହିଛି । ଗୋଟିଏ ଦିନରେ ୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ଏଯାଏଁ ୩,୨୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୬୧ ଜିଲ୍ଲାରେ ୧୪ ଦିନରେ କୌଣସି ମାମଲା ସାମ୍ନାକୁ ଆସିନାହି । ଯାହା କି ଏକ ଭଲ ଖବର । ତେବେ ୨ ଦିନ ପାଇଁ ଦେଶରେ ରାପିଡ ଟେଷ୍ଟ ହେବ ନାହିଁ । ଦୁଇ ଦିନ ପରେ ସାନି ନିର୍ଦେଶନାମା ଆସିବା ପରେ ରାପିଡ ଟେଷ୍ଟ ପାଇଁ ଅନୁମତି ଦିଆଯିବ ବୋଲି ICMR ଉପନିର୍ଦେଶକ କହିଛନ୍ତି । ସେପଟେ ଏହା ପୂର୍ବରୁ ରାଜସ୍ଥାନ ସରକାର ମଧ୍ୟ ରାପିଡ ଟେଷ୍ଟ ବନ୍ଦ କରିଦେଇଛନ୍ତି । ସ୍ଥିତି ପରଖିବା ପାଇଁ ୪ ରାଜ୍ୟକୁ ସ୍ୱତନ୍ତ୍ର ଟିମ ଗସ୍ତ କରିଛନ୍ତି । କିଛି ରାଜ୍ୟରେ ରାସ୍ତା କାମ ଆରମ୍ଭ ହୋଇଥିବା ଗୃହ ମନ୍ତ୍ର।ଳୟ ପକ୍ଷରୁ କୁହାଯାଇଛି ।

ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ସାରା ଦେଶରେ ୧.୨୪ କୋଟି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ କରୋନା ବିରୋଧରେ ଲଢୁଛନ୍ତି । ଏମାନଙ୍କ ଡାଟା ବେସ ପ୍ରସ୍ତୁତ କରି ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି କେନ୍ଦ୍ର ସରକାର । ସେପଟେ ସାରା ବିଶ୍ୱରେ କରୋନାରେ ପ୍ରାୟ ୨୪ ଲକ୍ଷ ୯୯ ହଜାର ଲୋକେ ଆକ୍ରାନ୍ତ ହୋଇଥିବାବେଳେ ଏକ ଲକ୍ଷ ୭୧ ହଜାର ଲୋକେ ମୃତ୍ୟୁବରଣ କରିଛନ୍ତି । ଆମେରିକା, ଇଟାଲି, ସ୍ପେନ, ବ୍ରିଟେନ, ଫ୍ରାନ୍ସରେ ସ୍ଥିତି ଚିନ୍ତାଜନକ ରହିଛି ।

ରାଜ୍ୟରେ ଆଉ ନୂଆ ୩ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା କରୋନା ଚିନ୍ତା । ଆଜି ରାଜ୍ୟରେ ଆଉ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଏବେ ରାଜ୍ୟରେ ମୋଟ୍ ୫୧ ଆକ୍ଟିଭ୍ କେସ୍ ରହିଛି ।

ସଂକ୍ରମିତଙ୍କ ସଂଖ୍ୟା ୮୨ ରେ ପହଞ୍ଚଥିବା ବେଳେ ରାଜ୍ୟରେ ସଂକ୍ରମଣ ରୋକିବାକୁ ଜୋରସୋର୍‌ରେ  ଟ୍ରାକିଂ ଓ ଟ୍ରେସିଂ କାମ ଆରମ୍ଭ ହୋଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୩୦ଜଣ ସୁସ୍ଥ ହୋଇଛନ୍ତି । ତେବେ ଏହି ସମସ୍ତ ୩ ଜଣ ହେଉଛନ୍ତି ଭଦ୍ରକର ଜିଲ୍ଲାର ବବୋଲି ଜଣାପଡ଼ିଛି । ତେବେ ଏହା ସହ ଭଦ୍ରକରେ ଏବେ ପଜିଟିଭ ସଂଖ୍ୟା ୧୧ ରେ ପହଞ୍ଚିଛି । ସେପଟେ କରୋନା ସଂକ୍ରମଣରେ ରାଜ୍ୟରେ ଜଣଙ୍କ ମୃତ୍ୟୁ ହୋଇଛି।

ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ପାଇଁ ଜାରି ହେଲା SOP

ଭୁବନେଶ୍ୱର: ମାଲ ପରିବହନ ସହଜ ଓ ଶ୍ରମିକମାନଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ଆଜି ଜାରି କରିଛନ୍ତି SoP । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ ଜେନା । ଚାଲି ଚାଲି କିମ୍ବା ସାଇକେଲରେ ଶ୍ରମିକ କାର୍ଯ୍ୟସ୍ଥଳୀକୁ ଯାଇପାରିବେ । ଏଥି ସହ ସାମାଜିକ ଦୂରତା ରଖି ଗାଡ଼ିରେ କାର୍ଯ୍ୟସ୍ଥଳକୁ ଯିବାଆସିବା ଲାଗି ଶ୍ରମିକମାନଙ୍କୁ ଅନୁମତି ଦେବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି ।

ଶ୍ରମିକଙ୍କୁ ନେବା ଆଣିବାରେ ନିୟୋଜିତ ହେବାକୁ ଥିବା ଗାଡ଼ି ପାଇଁ ଅନୁମତି ଜିଲ୍ଲାପାଳ ଓ ଆରଟିଓ ଦେଇ ପାରିବେ । ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନେ କମ୍ପାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମସ୍ଥଳୀକୁ ଯାଇପାରିବେ । ନିର୍ମାଣ କାମରେ ନିୟୋଜନ ଲାଗି ଅନ୍ୟ ଜିଲ୍ଲାର ଶ୍ରମିକ ସାମିଲ କରିବାକୁ ହେଲେ ଠିକା ସଂସ୍ଥାକୁ ଏ ନେଇ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ ।

ଅଣ ହଟସ୍ପଟ ଜିଲ୍ଲାରେ ଗାଡ଼ି ମରାମତି ଦୋକାନ ଖୋଲି ପାରିବ । ଜାତୀୟ କିମ୍ବା ରାଜ୍ୟ ରାଜପଥ କଡ଼ରେ ଢାବା ଖୋଲିବ । କିନ୍ତୁ କେତେ ଦିନ ଓ କେତେ ସମୟ ଖୋଲା ରହିବ ଏ ନେଇ ଜିଲ୍ଲାପାଳମାନେ ସ୍ଥିତି ପରିଖି ନିଷ୍ପତ୍ତି ନେବେ । ତାଲାବନ୍ଦ ବେଳେ କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ ଢାବା ଏହା ସହ ଗୋଟିଏ ଅଞ୍ଚଳରେ ୫ରୁ ଅଧିକ ଦୋକାନ ଖୋଲି ପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

ଜାଣନ୍ତୁ ୮ କରୋନା ଆକ୍ରାନ୍ତ କେବେ, କେଉଁଠିକୁ ଯାଇଥିଲେ ?

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ବିଭାଗ ୬୧, ୬୨, ୬୩, ୬୪, ୬୫, ୬୬, ୬୭, ୬୮ ଓ ୬୯ ନମ୍ବର ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରୀ ଜାରି କରିଛି । ବାଲେଶ୍ୱର ନେଳିଆବାଗରେ ଚିହ୍ନଟ ୬୧ ନମ୍ବର ଆକ୍ରାନ୍ତ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡ ଯାଇ ଫେରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର ଆପୋଲ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, କିମ୍ସ, ଏମ୍ସକୁ ଯାଇଥିଲେ । ଏପ୍ରିଲ୍ ୧୮ରେ ତାଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିଲା । ଏହାପରେ ତାଙ୍କୁ କିମ୍ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ସେହିଭଳି ୬୨ ନମ୍ବର ଆକ୍ରାନ୍ତ ଜଣଙ୍କ ଭଦ୍ରକ ବାସୁଦେବପୁରର । ମାର୍ଚ୍ଚ ୨୮ରେ କୋଲକାତାରୁ ବାସୁଦେବପୁରକୁ ୩ଜଣଙ୍କ ସହ ଏକ ଗାଡ଼ିରେ ଫେରିଥିଲେ । ପରେ ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ । ଏପ୍ରିଲ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ଏବେ କଟକ ଅଶ୍ୱନୀ କୋଭିଡ୍‌ ହସ୍ପିଟାଲରେ ଅଛନ୍ତି ।

୬୩ ନମ୍ବର କରୋନା ଆକ୍ରନ୍ତ ଜଣଙ୍କ ଭଦ୍ରକ ଖରଡ଼ିଆର ୫୮ ବର୍ଷୀୟ ବ୍ୟକ୍ତି । ସେ ଟ୍ରକ୍‌ ଯୋଗେ ଏପ୍ରିଲ ୯ରେ କୋଲକାତାରୁ ଫେରିଥିଲେ । ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ଓ ୧୫ରୁ ୧୯ ପର୍ଯ୍ୟନ୍ତ ସରକାରୀ କ୍ୱାରେଣ୍ଟାଇନ୍‌ରେ ଥିଲେ । ଏପ୍ରିଲ ୧୯ରେ ତାଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିବା ପରେ ସେ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ଅଛନ୍ତି ।

୬୪ ନମ୍ବର ଆକ୍ରାନ୍ତ ଜଣଙ୍କ ବାସୁଦେବପୁର ମାଟିପକାର ୬୬ ବର୍ଷୀୟ ବ୍ୟକ୍ତି । ମାର୍ଚ୍ଚ ୨୯ରେ କୋଲକାତାରୁ ଫେରିଥିଲେ । ଘରେ ଓ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଏପ୍ରିଲ୍‌ ୧୯ରେ ତାଙ୍କ ରକ୍ତ ନମୁନା କରୋନା ପଜିଟିଭ୍‌ ଆସିଥିଲା । ସେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

୬୫ ନମ୍ବର ପଜିଟିଭ୍‌ ଜଣଙ୍କ କୋଲକାତାରୁ ଭଡ଼ା ଗାଡିରେ କିଛି ଲୋକଙ୍କ ସହ ୨୮ ମାର୍ଚ୍ଚରେ ଭଦ୍ରକରେ ପହଞ୍ଚିଥିଲେ । ହୋମ୍‌ କ୍ୱାରେଣ୍ଟାଇନ୍‌ ଓ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଏପ୍ରିଲ୍‌ ୧୯ରେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ୬୬ ନମ୍ବର କରୋନା ଆକ୍ରାନ୍ତ ଜଣକ ବି ଭଦ୍ରକର ହୋଇଥିବା ବେଳେ ସେ ମାର୍ଚ୍ଚ ୨୯ରେ କୋଲକାତାରୁ ଏକ ଭଡ଼ା ଗାଡ଼ିରେ ଫେରିଥିଲେ । ହୋମ୍‌ ଓ ସରକାରୀ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଏପ୍ରିଲ ୧୯ରେ ତାଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିଲା । ସେ କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

୬୮ ନମ୍ବର କରୋନା ଆକ୍ରାନ୍ତ ଜଣଙ୍କ ବାଲେଶ୍ୱର ରିଗିଡ଼ି ଅଞ୍ଚଳର ୨ ବର୍ଷର ଶିଶୁକନ୍ୟା । ଏପ୍ରିଲ ୬ରୁ ଝିଅଟିକୁ ଥଣ୍ଡା ଓ କାଶ ଲାଗି ରହିଥିଲା । ଏପ୍ରିଲ୍‌ ୭ରୁ ସେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ । ଏପ୍ରିଲ ୧୯ରେ ରିପୋର୍ଟ ପଜିଟିଭ୍‌ ଆସିଥିଲା । ସେ ବି କଟକ ଅଶ୍ୱିନୀ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ।

୬୯ ନମ୍ବର ଆକ୍ରାନ୍ତ ଜଣଙ୍କ ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳର । ସେ ଅସୁସ୍ଥତା ପାଇଁ ମାର୍ଚ୍ଚ ୨୧ରୁ ୨୯ ତାରିଖ ପର୍ଯ୍ୟନ୍ତ ଘରେ ଥିଲେ । ମାର୍ଚ୍ଚ ୨୯ରେ ସେ ରାଉରକେଲା ଯାଇଥିଲେ । ୨୦ ଏପ୍ରିଲ୍‌ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ସେ ରାଉରକେଲା ହାଇଟେକ୍‌ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ସମ୍ଭବ ନୁହେଁ ପଡ଼ୋଶୀ ରାଜ୍ୟର ସୀମା ସିଲ୍: ବାଗଚୀ

ଭୁବନେଶ୍ୱର: ପଡୋଶୀ ରାଜ୍ୟର ସୀମା ସିଲ୍ ସମ୍ଭବ ନୁହେଁ । ଏଥିପାଇଁ ରାଜ୍ୟର ସୀମାକୁ ସଙ୍କୁଚିତ କରି ଗାଁରେ ସୀମିତ କରାଯାଇଛି । ପଞ୍ଚାୟତକୁ ଦିଆଯାଇଛି କ୍ଷମତା । ଏହି କାର୍ଯ୍ୟକୁ ସଫଳ କରିବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପଞ୍ଚାୟତ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

https://www.facebook.com/nandighoshatv/videos/232568211150960

ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ ହେଉଛି ପଶ୍ଚିମବଙ୍ଗ ଲିଙ୍କ ।  ଖୋଦ ରାଜ୍ୟ ସରକାର ଏହା କହୁଛନ୍ତି । ହେଲେ ଏହି ସବୁ ଅଞ୍ଚଳରେ ସୀମାର ଅବଧି ଖୁବ୍ ଲମ୍ବା । ତେଣୁ, ଏତେ ବଡ଼ ସୀମାକୁ ଜଗିବା କୌଣସି ସୁରକ୍ଷାକର୍ମୀଙ୍କ ପାଇଁ ସମ୍ଭବ ନୁହେଁ ବୋଲି କହିଛନ୍ତି ବାଗଚୀ ।

ଆଜି ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରର ୫, ସୁନ୍ଦରଗଡ଼ରୁ ଜଣେ

ଖାସ୍ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତକୁ ଦାୟିତ୍ୱ ଦେଇଛନ୍ତି । ସରପଞ୍ଚମାନେ ଗାଁକୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିଜେ ୬ ହଜାର ୭୮୯ଟି ପଞ୍ଚାୟତର ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ।

ଲକଡାଉନରେ ବିଦେଶୀ ଜମାତିଙ୍କୁ ଆଶ୍ରୟ ଦେଇ ବନ୍ଧା ହେଲେ ମୌଲାନା, ଲୁଚିଥିଲେ ୩୦ ବିଦେଶୀ

ଦିଲ୍ଲୀର ନିଜାମୁଦ୍ଦିମ ମର୍କାଜରେ ଏକାଠି ହୋଇଥିବା ଜମାତର ଲୋକଙ୍କ ପାଇଁ କରୋନାଙ୍କ ସଂଖ୍ୟା ସାରା ଦେଶରେ ବଢ଼ିଥିଲା । ବହୁ ସଂଖ୍ୟାରେ ଜମାତର ଲୋକ ଦିଲ୍ଲୀରେ କରୋନା ପଜିଟିଭ ହୋଇଥିଲେ। ଯାହା ପରେ ସାରେ ଦେଶର ଅନ୍ୟ ସହରରେ ପୋଲିସ ଆକ୍ରମଣ ଆରମ୍ଭ କରିଥିଲା  ।​ ​ଏବଂ ଜମାତର ଲୋକଙ୍କୁ ବାହାରକୁ ବାହାର କରାଯାଇଥିଲା । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କରୋନା ପଜିଟିଭ୍ ବୋଲି ଜଣାପଡ଼ିଥିଲା । ଏହି ପ୍ରସଙ୍ଗଟି ସାମ୍ପ୍ରଦାୟିକ ଦୃଷ୍ଟିକୋଣରୁ ନୁହେଁ ବରଂ ନିରକ୍ଷରତା ଦୃଷ୍ଟିରେ ଦେଖାଯିବା ଆବଶ୍ୟକ ରହିଛି । ଯେଉଁଭଳି ଭାବରେ ମଲାନା ସାଦଙ୍କ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ସେ କହିଥିଲେ ଯେ ଏହା କରୋନା ରୋଗ ନୁହେଁ ବରଂ ମୁସଲମାନମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର ।

ଏହିପରି ଭାବରେ ଲୋକମାନେ ସମାଜ ଏବଂ ଧର୍ମର ନାମକୁ ବଦନାମ କରିଚାଲିଛନ୍ତି । କିନ୍ତୁ ମୌଲାନା ସାଦଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ । ଏଥି ସହିତ, ୟୁପି ପୋଲିସ ଆହ୍ଲାବାଦ (ପ୍ରୟାଗ) ରେ ଉପସ୍ଥିତ ଥିବା ଜଣେ ପ୍ରଫେସରଙ୍କ ସମେତ ୩୦ ଜଣ ଜାମାତୀଙ୍କୁ ଗିରଫ କରିଛି । ଆଶ୍ଚର୍ଯ୍ୟର କଥା, ପ୍ରଫେସର ଏହି ଲୋକଙ୍କୁ ଆଶ୍ରୟ ଦେଇଥିଲେ । ମଙ୍ଗଳବାର ଦିନ ଶାହାଗଞ୍ଜ ପୋଲିସ ୭ ଜଣ ବିଦେଶୀଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି । ଏହା ବ୍ୟତୀତ କରାଚି ପୋଲିସ ୯ ଜଣ ବିଦେଶୀଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି । ଏଥି ସହ ଶିବକୁଟି ପୋଲିସ ପ୍ରଫେସର ସହିଦଙ୍କୁ ଗିରଫ କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ୩୦ ଜଣଙ୍କୁ ପ୍ରୟାଗରାଜ ପୋଲିସ ଗିରଫ କରିଛି।

ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ତେବେ ଏଠାରେ ଏକ ପ୍ରଶ୍ନ ଉଠିଛି କି ଶିକ୍ଷିତ ଲୋକମାନେ ମଧ୍ୟ ସମାଜ ପ୍ରତି ସେମାନଙ୍କର ଦାୟିତ୍ୱକୁ ବୁଝିବାରେ ଅସମର୍ଥ କି ? ଏହି ପ୍ରଫେସର ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ତାଙ୍କ ନାମ ହେଉଛି ଶାହିଦ । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୬ଟି ବିଦେଶୀ ଜମାତ ସମେତ ମୋଟ ୩୦ ଜଣଙ୍କୁ ଗିରଫ କରିଛି । ବିଦେଶୀ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାରେ ବିଦେଶୀଙ୍କୁ ଗିରଫ କରାଯାଇଛି । ଜମାତିଙ୍କୁ ଗୁପ୍ତରେ ଆଶ୍ରୟ ଦେବା ଏବଂ ମହାମାରୀ ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହୋଇଥିବା ମାମଲାରେ ପ୍ରଫେସର ସହିଦଙ୍କୁ ଗିରଫ କରାଯାଇଛି ।