ସମ୍ଭବ ନୁହେଁ ପଡ଼ୋଶୀ ରାଜ୍ୟର ସୀମା ସିଲ୍: ବାଗଚୀ

1 min read

ଭୁବନେଶ୍ୱର: ପଡୋଶୀ ରାଜ୍ୟର ସୀମା ସିଲ୍ ସମ୍ଭବ ନୁହେଁ । ଏଥିପାଇଁ ରାଜ୍ୟର ସୀମାକୁ ସଙ୍କୁଚିତ କରି ଗାଁରେ ସୀମିତ କରାଯାଇଛି । ପଞ୍ଚାୟତକୁ ଦିଆଯାଇଛି କ୍ଷମତା । ଏହି କାର୍ଯ୍ୟକୁ ସଫଳ କରିବାକୁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ପଞ୍ଚାୟତ ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହେବେ । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

https://www.facebook.com/nandighoshatv/videos/232568211150960

ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିର ଏକ ମୁଖ୍ୟ କାରଣ ହେଉଛି ପଶ୍ଚିମବଙ୍ଗ ଲିଙ୍କ ।  ଖୋଦ ରାଜ୍ୟ ସରକାର ଏହା କହୁଛନ୍ତି । ହେଲେ ଏହି ସବୁ ଅଞ୍ଚଳରେ ସୀମାର ଅବଧି ଖୁବ୍ ଲମ୍ବା । ତେଣୁ, ଏତେ ବଡ଼ ସୀମାକୁ ଜଗିବା କୌଣସି ସୁରକ୍ଷାକର୍ମୀଙ୍କ ପାଇଁ ସମ୍ଭବ ନୁହେଁ ବୋଲି କହିଛନ୍ତି ବାଗଚୀ ।

ଭଦ୍ରକ ଓ ଯାଜପୁରରେ ଚିହ୍ନଟ ୧୦ କରୋନା ଆକ୍ରାନ୍ତଙ୍କ ‘ବଙ୍ଗଳା’ ଲିଙ୍କ୍

ଖାସ୍ ସେଥିପାଇଁ ମୁଖ୍ୟମନ୍ତ୍ରୀ ପଞ୍ଚାୟତକୁ ଦାୟିତ୍ୱ ଦେଇଛନ୍ତି । ସରପଞ୍ଚମାନେ ଗାଁକୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଉପରେ ନଜର ରଖିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନିଜେ ୬ ହଜାର ୭୮୯ଟି ପଞ୍ଚାୟତର ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ।

Leave a Reply