ରାଷ୍ଟ୍ରପତି ଭବନରେ ପହଂଚିଲା କରୋନା

ନୂଆଦିଲ୍ଲୀ: ଚାରିଆଡ଼େ କରୋନାକୁ ନେଇ ଭୟ । କେତେବେଳେ କେଉଁଠାରେ କାହା ମାଧ୍ୟମରେ ଏହି ଭାଇରସ ପହଞ୍ଚୁଛି ତାହା ବୁଝିବା କଷ୍ଟକର ହୋଇପଡ଼ୁଛି । ଏବେ ରାଷ୍ଟ୍ରପତି ଭବନରେ ପହଞ୍ଚି ସାରିଛି କରୋନା । ସୂଚନା ଅନୁସାରେ ରାଷ୍ଟ୍ରପତି ଭବନର ସଫେଇ କାର୍ଯ୍ୟପାଇଁ ଭବନ ପରିସରରେ ରହୁଥିବା ଜଣେ ମହିଳାଙ୍କୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେଠାରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି ।

ଏହାକୁ ନଜରରେ ରଖି ରାଷ୍ଟ୍ରପତି ଭବନରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତିଙ୍କ ବୋହୂ କରୋନା ପଜିଟିଭ୍ ମିଳିବା ପରେ ତାଙ୍କ ପୂରା ପରିବାରକୁ କରୋନା ଟେଷ୍ଟ କରାଯାଇଥିଲା କିନ୍ତୁ ଏହାର ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହା ମଧ୍ୟରେ ରାଷ୍ଟ୍ରପତି ଭବନର ପରିସରରେ ରହୁଥିବା ପ୍ରାୟ ୧୨୫ ପରିବାରଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷେ କରୋନା ପଜିଟିଭି ଆସିଥିବା ମହିଳା ଜଣଙ୍କୁ ଚିକିତ୍ସିତ କରାଯାଉଛି ।

ସୂଚନା ଅନୁସାରେ ଉକ୍ତ ମହିଳାଙ୍କ ସଂଷ୍ପର୍ଶ ଆସିଥିବା ବ୍ୟକ୍ତି ଜଣଙ୍କ ରାଷ୍ଟ୍ରପତି ଭବନରେ କାର୍ଯ୍ୟ କରୁଥିବା ୧୨୫ଜଣରୁ ଅଧିକ ସଫେଇ କର୍ମଚାରୀ, ମାଳି ଏବଂ ଭବନର ରକ୍ଷଣା ବେକ୍ଷଣା କରୁଥିବା କର୍ମଚାରୀ ସଂଷ୍ପର୍ଶରେ ଆସିଛନ୍ତି ।  ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି । ତେବେ ଏହି ମାମଲା ସାମ୍ନାକୁ ଆସିବାପରେ ରାଷ୍ଟ୍ରପତି ଭବନରେ ସୁରକ୍ଷା ଆହୁରି ବଢିଯାଇଛି ।

ତେବେ ଯେଉଁ ମହିଳା କୋରନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି କିଛି ଦିନ ତଳେ ତାଙ୍କ ମାଆଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିଲା ତାପରେ ତାଙ୍କୁ ଏହି ସଂକ୍ରମଣ ହୋଇଥିଲା ।

Leave a Reply