ନୂଆ ୩ କରୋନା ପଜିଟିଭଙ୍କର ଆସିଲା ଟ୍ରାଭେଲ ହିଷ୍ଟ୍ରି, ସମସ୍ତଙ୍କର ରହିଛି ପଶ୍ଚିମବଙ୍ଗ ଲିଙ୍କ

ଭଦ୍ରକ: ଭଦ୍ରକ ଜିଲ୍ଲାରୁ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ । ଫଳରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ସମସ୍ତ ୩ ପଜିଟିଭ୍‌ ବାସୁଦେବପୁର ବ୍ଲକର । ଏଥିସହ ବାସୁଦେବପୁର ବ୍ଲକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ସମସ୍ତ ଆକ୍ରାନ୍ତଙ୍କର କୋଲକାତାକୁ ଟ୍ରାଭେଲ୍‌ ହିଷ୍ଟ୍ରି ଥିବା ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଆଉ ନୂଆ ୩ କରୋନା ପଜିଟିଭ ଚିହ୍ନଟ

୩ ନୂଆ ପଜିଟିଭ୍‌  ପୂର୍ବରୁ ଚିହ୍ନଟ ଆକ୍ରାନ୍ତଙ୍କ ସହ ଯାତ୍ରା କରିଥିଲେ । ୪୦ ବର୍ଷୀୟ, ୫୫ ବର୍ଷୀୟ ଓ ୩୫ ବର୍ଷୀୟ ପୁରୁଷଙ୍କ ରିପୋର୍ଟ ପଜିଟିଭ ଆସିଛି । ମାର୍ଚ୍ଚ ୩୧ ରେ ପୁରୁଣାବଜାରରେ ଜିଲ୍ଲାର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ । ଏହାପରେ ଏପ୍ରିଲ ୩ ତାରିଖ ଦିନ ଚରମ୍ପାର ଏରେଇଁ ଅଞ୍ଚଳରେ ଏକାଥରକେ ଦୁଇଟି ପଜିଟିଭ କେସ ସାମ୍ନାକୁ ଆସିଥିଲା। ଗତ ସୋମବାର ବାସୁଦେବପୁର ଓ ଭଣ୍ଡାରିପୋଖରୀ ବ୍ଲକରେ ୫ଟି ପଜିଟିଭ କେସ ବାହାରିଥିଲା। ଆଜି ପୁଣି ଆଉ ୩ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

Leave a Reply