ଲକଡାଉନ୍ ଚଡ଼କ: ନଳାରେ ଢଳା ହେଲା ଲକ୍ଷାଧିକ ଲିଟରର ବିୟର

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ ପାଇଁ ସାରା ଦେଶରେ ଲକଡାଉନ୍ ଜାରି ହୋଇଛି । ଏହି ସମୟରେ, ଦିଲ୍ଲୀ-ଏନସିଆରରେ ଥିବା ମାଇକ୍ରୋବ୍ରୁଅରୀଜ ହଜାର ହାଜାର ଲିଟର ବିୟରଗୁଡିକୁ ନଳାରେ ଢାଳିବାକୁ ବାଧ୍ୟ ହୋଇଛନ୍ତି । ଏପର୍ଯ୍ୟନ୍ତ ଏନସିଆରରେ ୧ ଲକ୍ଷ ଲିଟର ତାଜା ବିୟର ଢାଳି ଦିଆଯାଇଛି । ଏହାର କାରଣ ହେଉଛି ସେହି ବିୟର ଗୁଡ଼ିକୁ ପ୍ଲାଣ୍ଟରେ ରଖା ଯାଇଥିଲା ଯାହା ବୋତଲରେ ପ୍ୟାକ୍ କରାଯାଇ ପାରିନଥିଲେ । ତିଆରି ବିୟରକୁ ସୁରକ୍ଷିତ ରଖିବା ପାଇଁ  ଅଧିକ ଖର୍ଚ୍ଚ ହୋଇଥାଏ, ଏଭଳି ପରିସ୍ଥିତରେ ବିୟର ବିକ୍ରି ଉପରେ ରୋକ ଲାଗିଥିବା ବେଳେ ଅଧିକ ଖର୍ଚ୍ଚ କରି ରଖିବା ସମ୍ଭବ ନହେବାରୁ ପ୍ଲାଣ୍ଟ ଏହାକୁ ଢାଳିବାକୁ ବାଧ୍ୟ ହୋଇଛି ।

NCR ରେ ଏକ ଲକ୍ଷ ଲିଟରରୁ ଅଧିକ ବିୟରକୁ ଢାଳିବାକୁ ପଡ଼ିଛି

ଷ୍ଟ୍ରାଇକର ଏବଂ ସୋଇ ୭ର ଲଲିତ ଅହଲାବତ୍ ଗୁରୁଗ୍ରାମରେ ଥିବା ତାଙ୍କ ସାଇବର-ହବ୍ ଆଉଟଲେଟରୁ ୫୦୦୦ ଲିଟର ବିୟର ଢାଳି ଦେଇଛନ୍ତି । ସେହିଭଳି, ପ୍ରଙ୍କଷ୍ଟରର ପ୍ରମୋଟରଙ୍କୁ ୩୦୦୦ ଲିଟର ବିୟର ନଷ୍ଟ କରିବାକୁ ପଡିଛି । ଏସବୁ ମଧ୍ୟରେ, NCRର ପ୍ରାୟ 50 ମାଇକ୍ରୋବ୍ରୁଅରୀଜକୁ ୧ ଲକ୍ଷ ଲିଟରରୁ ଅଧିକ ବିୟର ଢାଳିବାକୁ ପଡିଛି ।

ସତେଜ ବା ଖୋଲାଥିବା ବିୟର, ବୋତଲ ପ୍ୟାକ ବିୟର ଅପେକ୍ଷା ଶୀଘ୍ର ନଷ୍ଟ ହୁଏ

ବୋତଲରେ ସିଲ୍ ଥିବା ବିୟର ଭଳି, ଖୋଲା ତାଜା ବିୟର ବହୁତ କମ୍ ସମୟ ପାଇଁ ଭଲ ଅବସ୍ଥାରେ ରହିଥାଏ । ବ୍ରୁଅରି ପରାମର୍ଶଦାତା ଇଶାନ ଗ୍ରୋବର କହିଛନ୍ତି ଯେ, ବିୟରକୁ ସତେଜ ରଖିବା ପାଇଁ ଏହାକୁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ରଖିବା ଆବଶ୍ୟକ ହୋଇଥାଏ ଏବଂ ଏହାର ମନିଟରିଂ ମଧ୍ୟ ପ୍ରତିଦିନ ଆବଶ୍ୟକ ପଡ଼ିଥାଏ । ତେଣୁ ଆମେ ବିୟର ଢାଳିବାକୁ ବାଧ୍ୟ ହେଲୁ । ତେବେ ସାଧାରଣ ଦିନରେ ଏହିପରି ଷ୍ଟକ୍ କେବେ ଜମା ହୋଇନାହିଁ ।

ଲକଡାଉନ୍ ଘୋଷଣା ସମୟରେ ଅଧିକାଂଶ ବିୟର ପ୍ଲାଣ୍ଟରେ ହିଁ ରହିଥିଲା

୪ ସପ୍ତାହ ପୂର୍ବରୁ ଦେଶରେ କରୋନାଭାଇରସ୍ ଲକଡାଉନ୍ ଘୋଷଣା କରାଯିବାବେଳେ ଅଧିକାଂଶ ବିୟର ପ୍ଲାଣ୍ଟରେ, ବିୟର ଷ୍ଟକ୍ ରହିଯାଇଥିଲା । ସେବେଠାରୁ ସେମାନେ ସେମାନଙ୍କର ଷ୍ଟକ୍ ରକ୍ଷଣାବେକ୍ଷଣ କରିଆସୁଥିଲେ । ବ୍ରୁଅର୍ସ କହିଛନ୍ତି ଯେ, ଏହି ସମସ୍ୟା କେବଳ ଲକଡାଉନ୍ ନୁହେଁ। ଲକଡାଉନ୍ ପରେ ମଧ୍ୟ ଭାଇରସ୍ ଭୟ ଏବଂ ସାମାଜିକ ଦୂରତା ବିଷୟରେ ଚିନ୍ତା ହେତୁ ଗ୍ରାହକମାନେ ବିୟର ଦୋକାନକୁ ଆସିବାର ସମ୍ଭାବନା ବହୁତ କମ୍ ।

କମ୍ପାନୀଗୁଡିକ ବିଦେଶ ପରି ଏଠାରେ ମଧ୍ୟ ବିୟର ହୋମ୍ ଡେଲିଭରୀ ପାଇଁ ଇଚ୍ଛା ପ୍ରକାଶ କରିଥିଲେ

ବିୟର କମ୍ପାନୀଗୁଡିକ ହୋମ୍ ଡେଲିଭରୀ ପାଇଁ ଅନୁମତି ଲୋଡିଥିଲେ, କିନ୍ତୁ ସେ ସୁବିଧା ମିଳିପାରି ନଥିଲା । ଗ୍ରୋବର କହିଛନ୍ତି ଯେ, ତାଙ୍କର ଆଶା ଥିଲା ରାଜ୍ୟ ସରକାର ଗ୍ଲାସ୍, ଜଗ୍ କିମ୍ବା ଜାରରେ ପ୍ୟାକିଂ କରି ବିୟରଗୁଡ଼ିକୁ ହୋମ୍ ଡେଲିଭରୀ କରିବାକୁ ଅନୁମତି ଦେବେ କିନ୍ତୁ ତାହା ନହେବାକରୁ ସେ ନିରାଶ ହୋଇଛନ୍ତି ।

ବିୟର ନଷ୍ଟ ନହେବା ପାଇଁ ଅତ୍ୟଧିକ ଖର୍ଚ୍ଚ ହୋଇଥାଏ

ଗୋଟିଏ ପଟେ, ବିୟର ପରାମର୍ଶଦାତା ଇଶାନ ଗ୍ରୋବର ସତେଜ ବିୟରର କିଛି ଅଂଶ ସଞ୍ଚୟ କରିବାକୁ ଆଶା କରୁଥିବା ବେଳେ ଷ୍ଟ୍ରାଇକର ଏବଂ ସୋଇର ଲଲିତ ଅହଲୱାଟ ବିୟର ଢାଳି ସାରିଛନ୍ତି । ଏହାର କାରଣ ଭାବେ ସେ ଅତିରିକ୍ତ ବିଦ୍ୟୁତ୍ ଶକ୍ତି ଏବଂ ମାନବ ଶକ୍ତି ମୂଲ୍ୟର ଆବଶ୍ୟକତା ଦର୍ଶାଇଛନ୍ତି । ଅହଲୱାଟ କହିଛନ୍ତି ଯେ, ‘ଆମେ ବିୟର ଢାଳିବା କିମ୍ବା ଏହାକୁ ସଞ୍ଚୟ କରି ରଖିବା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବା ମଧ୍ୟରେ ଆମକୁ ଗୋଟିଏକୁ ବାଛିବାକୁ ପଡିଥିଲା । ତେଣୁ ଲକଡାଉନ ୨.୦ର ଚତୁର୍ଥ ଦିନରେ ଆମେ ବିୟରଗୁଡ଼ିକୁ ଢାଳିଦେଲୁ ।

ଉତ୍ପାଦନ ମୂଲ୍ୟ ସହିତ ଲାଇସେନ୍ସ ଫି ଏବଂ ଡ୍ୟୁଟିରେ ପ୍ରଭାବ ପଡ଼ୁଛି

ବ୍ରୁଅର୍ସ କେବଳ ଉତ୍ପାଦନ ଖର୍ଚ୍ଚ ନୁହଁ ବରଂ ଲାଇସେନ୍ସ ଫି ଏବଂ ଡ୍ୟୁଟିରେ ମଧ୍ୟ କ୍ଷତି ହେଉଛି । ଯାହାର ମୂଲ୍ୟ ସେମାନେ ଆଗରୁ ଦେଇ ସାରିଛନ୍ତି । ନ୍ୟାସନାଲ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏନଆରଆଇ)ର ଗୁରୁଗ୍ରାମ ୟୁନିଟର ମୁଖ୍ୟ ଏପ୍ରିଲରେ ଲାଇସେନ୍ସ ନବୀକରଣ ନକରିବାକୁ ରାଜ୍ୟ ଏକ୍ସାଇଜ୍ ବିଭାଗକୁ ଚିଠି ଲେଖିଛନ୍ତି । ସେ କହିଛନ୍ତି ଯେ, କେବଳ ମାଇକ୍ରୋବ୍ରୁଅରୀଜ ଲାଇସେନ୍ସରେ ମାସରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

Leave a Reply