ଅନ୍ତର୍ଜାତୀୟ ପୃଥିବୀ ଦିବସରେ ଧରାପୃଷ୍ଠକୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ କରୋନା ଯୋଦ୍ଧାଙ୍କୁ ସମର୍ଥନ କରନ୍ତୁ

1 min read

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ପୃଥିବୀ ଦିବସ ଅବସରରେ ବୁଧବାର ଦିନ ପୃଥିବୀ ମାତାକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସେ ଟ୍ୱିଟ କରି କହିଥନ୍ତି ଯେ, ପୃଥିବୀ ମାତାର ଆନ୍ତର୍ଜାତୀୟ ଦିବସ ଅବସରରେ, ଆମ ଗ୍ରହ ଦ୍ୱାରା ଆମର ଯତ୍ନ ଏବଂ ଆମ ସମସ୍ତଙ୍କୁ ଦେଉଥିବା ଅଶେଷ କରୁଣା ପାଇଁ ଆମେ ଆମ ପୃଥିବୀ ମାତାକୁ ଧନ୍ୟବାଦ ଦେଉଛୁ | ଏକ ପରିଷ୍କାର, ସ୍ୱାସ୍ଥ୍ୟକର ଏବଂ ଅଧିକ ସମୃଦ୍ଧ ଗ୍ରହ ଦିଗରେ କାର୍ଯ୍ୟ କରିବାକୁ ଆମେ ପ୍ରତିଶୃତି ବଦ୍ଧ ହେବା । କରୋନା ପରି ବିଶ୍ୱ ମହାମାରୀକୁ ପରାସ୍ତ କରିବାକୁ କାର୍ଯ୍ୟ କରୁଥିବା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା, ଅର୍ଥାତ୍ ସେମାନଙ୍କୁ ସମର୍ଥନ ଏବଂ ପ୍ରଶଂସା କରିବା ।

ଭାରତରେ କରୋନା ଭାଇରସ ଦୃତ ଗତିରେ ନିଜର କାୟା ବିସ୍ତାର କରୁଛି । ଦେଶରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ୬୪୦ରେ ପହଞ୍ଚିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ବୁଧବାର ଜାରି କରାଯାଇଥିବା ରପୋର୍ଟ ଅନୁଯାୟୀ ଭାରତରେ କରୋନା ଭାଇରସ ଦ୍ୱାରା ଏଯାବତ ୬୪୦ ଲୋକଙ୍କ ମୃତ୍ୟୁ ହୋଇଛି ଅନ୍ୟପଟେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୯,୯୮୪ରେ ପହଞ୍ଚିଛି ।

କରୋନା ଭାଇରସ କାରଣରୁ ପୁରା ବିଶ୍ୱରେ ୨୫ ଲକ୍ଷ ଲୋକସଂକ୍ରମିତ ହୋଇସାରିଲେଣି । ଯେଉଁଥିରେ ୮୦ ପ୍ରତିଶତ ମାମଲା ୟୁରୋପ ଏବଂ ଆମେରିକାରେ ଦେଖିବାକୁ ମିଳିଛି  । ଏଏଫପି ସୂଚନା ଅନୁଯାୟୀ ବିଶ୍ୱବ୍ୟାପି ୨,୫୦୩,୪୨୯ ମାମଲା ଏଯାବତ ରିପୋର୍ଟ କରାଯାଇଛି । ଏଥିମଧ୍ୟରୁ ୧୭୨,୫୫୧  ଲୋକଙ୍କ ମୃତ୍ୟୁ ହୋଇଛି ।

Leave a Reply