ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ପାଇଁ ଜାରି ହେଲା SOP

1 min read

ଭୁବନେଶ୍ୱର: ମାଲ ପରିବହନ ସହଜ ଓ ଶ୍ରମିକମାନଙ୍କ ଯିବା ଆସିବା ପାଇଁ ରାଜ୍ୟ ସରକାର ଆଜି ଜାରି କରିଛନ୍ତି SoP । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ ଜେନା । ଚାଲି ଚାଲି କିମ୍ବା ସାଇକେଲରେ ଶ୍ରମିକ କାର୍ଯ୍ୟସ୍ଥଳୀକୁ ଯାଇପାରିବେ । ଏଥି ସହ ସାମାଜିକ ଦୂରତା ରଖି ଗାଡ଼ିରେ କାର୍ଯ୍ୟସ୍ଥଳକୁ ଯିବାଆସିବା ଲାଗି ଶ୍ରମିକମାନଙ୍କୁ ଅନୁମତି ଦେବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌ଆରସି ।

ଶ୍ରମିକଙ୍କୁ ନେବା ଆଣିବାରେ ନିୟୋଜିତ ହେବାକୁ ଥିବା ଗାଡ଼ି ପାଇଁ ଅନୁମତି ଜିଲ୍ଲାପାଳ ଓ ଆରଟିଓ ଦେଇ ପାରିବେ । ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଶ୍ରମିକ ଓ କର୍ମଚାରୀମାନେ କମ୍ପାନୀ ଦେଇଥିବା ପରିଚୟ ପତ୍ର ଦେଖାଇ କର୍ମସ୍ଥଳୀକୁ ଯାଇପାରିବେ । ନିର୍ମାଣ କାମରେ ନିୟୋଜନ ଲାଗି ଅନ୍ୟ ଜିଲ୍ଲାର ଶ୍ରମିକ ସାମିଲ କରିବାକୁ ହେଲେ ଠିକା ସଂସ୍ଥାକୁ ଏ ନେଇ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ ।

ଅଣ ହଟସ୍ପଟ ଜିଲ୍ଲାରେ ଗାଡ଼ି ମରାମତି ଦୋକାନ ଖୋଲି ପାରିବ । ଜାତୀୟ କିମ୍ବା ରାଜ୍ୟ ରାଜପଥ କଡ଼ରେ ଢାବା ଖୋଲିବ । କିନ୍ତୁ କେତେ ଦିନ ଓ କେତେ ସମୟ ଖୋଲା ରହିବ ଏ ନେଇ ଜିଲ୍ଲାପାଳମାନେ ସ୍ଥିତି ପରିଖି ନିଷ୍ପତ୍ତି ନେବେ । ତାଲାବନ୍ଦ ବେଳେ କେବଳ ଖାଦ୍ୟ ପାର୍ସଲ ଦେଇ ପାରିବେ ଢାବା ଏହା ସହ ଗୋଟିଏ ଅଞ୍ଚଳରେ ୫ରୁ ଅଧିକ ଦୋକାନ ଖୋଲି ପାରିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ।

Leave a Reply