spot_img
Home Blog Page 7175

ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ…କୌଣସି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ବଢିପାରେ

ମେଷ ରାଶି – ଅଶ୍ବିନୀ ମେଷ- ମନ ଆଜି ବିଶାଦ ରହିବା ସହ ସ୍ବାସ୍ଥ୍ୟରେ ସମସ୍ୟା ଲାଗି ରହିବ

ଦ୍ବିଜା ମେଷ- ଗୁରୁଜନଙ୍କ ପରାମର୍ଶରେ ହିଁ କାର୍ଯ୍ୟ ଆରମ୍ଭ କରନ୍ତୁ , ଶୁଭ ରହିବ

କୃତ୍ତିକା ମେଷ- ମନରେ କେହି ଆଘାତ ଦେଇପାରନ୍ତି

ପ୍ରତିକାର- ଶିବଲିଙ୍ଗରେ ୩ଟି ଗୋମତୀ ଚକ୍ର ଅର୍ପଣ କରନ୍ତୁ

 

ବୃଷ ରାଶି –

କୃତ୍ତିକା ବୃଷ- ବ୍ୟବସାୟରେ ବହୁ ସଫଳତା ପାଇବେ

ରୋହିଣୀ- ଅର୍ଥ ଲାଗି କଷ୍ଟ ଓ ଚିନ୍ତାରେ ରହିବେ

ମଗଶିରା- କୈାଣସି ଦିଗରେ ମନ ବିଚଳିତ ରହିବ, ସବୁଥିରେ ଅଶାନ୍ତି ଲାଗିବ

ପ୍ରତିକାର- ଅରଖ ଫୁଲ ଓ ଦୁବ ବୃଷଭକୁ ଶ୍ରଦ୍ଧାର ସହିତ ଅର୍ପଣ କରନ୍ତୁ

 

 

ମିଥୁନ ରାଶି –

ମଗଶିରା ମିଥୁନ- ବିବାହ ପ୍ରସ୍ତାବ ଆଜି ଚୁଡାନ୍ତ ହୋଇପାରେ

ଆଦ୍ରା ମିଥୁନ- କିଛି ନୂଆ କାମ ଆରମ୍ଭ କରିପାରନ୍ତି

ପୁର୍ନବସୁ- ଆଜି ଅନେକ କିଛି ଆଶା ରହିଛି  ତାହା ପୂରଣ ହେବ

କେଶର ତିଳକ ମଥାରେ ଲଗାଇ ଘରୁ ବାହାରିବେ

 

କର୍କଟ ରାଶି –

ପୁର୍ନବସୁ- ନିଜ ଲୋକଙ୍କର ଖରାପ ବ୍ୟବହାରରେ ହିଁ କଷ୍ଟ ପାଇବେ

ପୁଷ୍ୟ।- ଉତ୍ସାହ ଓ ପ୍ରେରଣା ନିଜ ବନ୍ଧୁଙ୍କ ଠାରୁ ମିଳିବ

ଅଶ୍ଳଷା- ସାଧାରଣ କଥାକୁ ନେଇ ଝଗଡା ହୋଇପାରେ

ପ୍ରତିକାର- ଗାଈକୁ ଚାରା ଖାଇବାକୁ ଦିଅନ୍ତୁ

 

ସିଂହ ରାଶି –

ମଘା ସିଂହ- ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ

ପୂର୍ବାଫାଲଗୁନି- ରଚନାତ୍ମକ କାର୍ଯ୍ୟରେ ଉନ୍ନତି ହେବ

ଉତ୍ତରା- ଯାହା ବି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ, ତାହା ସଫଳ ହେବ

କ୍ଷୀର ଜଳରେ ସ୍ନ।ନ କରନ୍ତୁ ରିଷ୍ଟ ଖଣ୍ଡନ ହେବ

 

କନ୍ୟା ରାଶି –

ଉତ୍ତରାଫାଲଗୁନି- ମନ ଖୁସି ରହିବ, କର୍ମ କ୍ଷେତ୍ରରେ ଆନନ୍ଦ ଉଲ୍ଲାସ ଦେଖାଦେବ

ହସ୍ତା କନ୍ୟା- ବିନା କାରଣରେ ଅପମାନିତ ହୋଇପାରନ୍ତି

ଚିତ୍ରା କନ୍ୟା- ପ୍ରତି କ୍ଷେତ୍ରରେ ସଫଳତା ପାଇବେ

ହନୁମାନଷ୍ଟକ ପାଠ କରି ଘରୁ ବାହାରିବେ

 

ତୁଳା ରାଶି –

ଚିତ୍ରା ତୁଳା- କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ବଢିବ

ସ୍ବାତୀ ତୁଳା-ସାମାଜିକ ପ୍ରତିଷ୍ଠା ମିଳିବ

ବିଶାଖା ତୁଳା- ରାଜନୈତିକ ବିଚାରଧାରାରେ ପରିବର୍ତ୍ତନ ହେବ

ଆଜି ଦିନରେ ଦୁର୍ଗା ଚାଳିଶା ପାଠ ଆପଣଙ୍କ ପାଇଁ ଭଲ ରହିବ

 

ବିଛା ରାଶି –

ବିଶାଖା-ଗୃହରେ ମାଙ୍ଗଳିକ କାର୍ଯ୍ୟ ହେବ

ଅନୁରାଧା-ମାଲି ମୋକଦ୍ଦମାରେ ବିଜୟୀ ହେବେ

ଜ୍ୟଷ୍ଠା-ପିତୃକଷ୍ଟ ଦେଖାଦେଇପାରେ

ଜଳରେ କିଛି ଚନ୍ଦନ ପକାଇ ପିଅନ୍ତୁ

 

ଧନୁ ରାଶି –

ମୂଳା- ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ

ପୂର୍ବାଷାଢା- କୈାଣସି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହ ବଢିପାରେ

ଉତ୍ତରାଷାଢା- ମହିଳାମାନେ କଥାକୁ ନିୟନ୍ତ୍ରଣରେ ରଖନ୍ତୁ

ଅସହାୟ ବ୍ୟକ୍ତିକୁ ବସ୍ତ୍ର ଦାନ କରନ୍ତୁ

 

ମକର ରାଶି –

ଉତ୍ତରାଷାଢା- ଆନନ୍ଦରେ ଦିନଟି କଟିବ

ଶ୍ରବଣା-ମୁଖରେ ଘଟଣାମାନ ଘଟିବ

ଧନିଷ୍ଠା-ଯେଉଁମାନେ ଆପଣଙ୍କର ଅମଙ୍ଗଳ କରୁଥିବେ ସେମାନେ ଧରାପଡିଯିବେ

କିଛି ମହୁ ଶଶ୍ମ।ନ ସ୍ଥାନରେ ମାଟିରେ ପୋତି ଦିଅନ୍ତୁ

 

କୁମ୍ଭ ରାଶି –

ଧନିଷ୍ଠା- ଶୁଭ ସମାଚାର ପାଇବେ

ଶତଭିଷା-ଋଣ ପରିଶୋଧ କରିବେ

ପୂର୍ବଭାଦ୍ରପଦ- ଆଧ୍ୟାତମିକ କାର୍ଯ୍ୟରେ ମନ ଲାଗିବ

ମା’ଦୁର୍ଗାଙ୍କୁ ଲାଲ ମନ୍ଦାର ମାଳା ଅର୍ପଣ କରନ୍ତୁ

 

ମୀନ ରାଶି –

ପୂର୍ବଭାଦ୍ରପଦ- ପରିଶ୍ରମର ଫଳ ମିଳିବ

ଉତ୍ତରଭାଦ୍ର- ସରକାରୀସ୍ତରରେ ଲାଭ ମିଳିବ

ରେବତୀ-ବିବାଦୀୟ ପରିସ୍ଥିତି ଆସିପାରେ , ସତର୍କ ରୁହନ୍ତୁ

ତୁଳସୀ ଗଛର ମାଟିକୁ ମଥାରେ ଲଗାନ୍ତୁ

ଜ୍ୟୋତିର୍ବିଦ୍ୟା -‌ ପ୍ରଜ୍ଞା ତ୍ରିପାଠୀ

ଇଟାଲି: କରୋନାରେ ଇଟାଲିରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମୃତ୍ୟୁ । ଆଜି ଦିନକରେ ୩୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ଇଟାଲି: କରୋନାରେ ଇଟାଲିରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ମୃତ୍ୟୁ । ଆଜି ଦିନକରେ ୩୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ।

ପୁରୀ: ମାର୍ଚ୍ଚ ୩୧ ତାରିଖ ଯାଏଁ ଛୁଟି ଦିନ ମଧ୍ୟ ପୁରୀ ଜିଲ୍ଲାରେ ଖୋଲା ରହିବ ସମସ୍ତ ଅଫିସ୍ । ବିନା ଅନୁମତିରେ ନିଜ ହେଡକ୍ୱାର୍ଟର ଛାଡ଼ି ଅନ୍ୟତ୍ର ଯାଇ ପାରିବେନି କୌଣସି ସରକାରୀ ଅଧିକାରୀ ।

ପୁରୀ: ମାର୍ଚ୍ଚ ୩୧ ତାରିଖ ଯାଏଁ ଛୁଟି ଦିନ ମଧ୍ୟ ପୁରୀ ଜିଲ୍ଲାରେ ଖୋଲା ରହିବ ସମସ୍ତ ଅଫିସ୍ । ବିନା ଅନୁମତିରେ ନିଜ ହେଡକ୍ୱାର୍ଟର ଛାଡ଼ି ଅନ୍ୟତ୍ର ଯାଇ ପାରିବେନି କୌଣସି ସରକାରୀ ଅଧିକାରୀ ।

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ବନ୍ଦ ରହିବ ମଲ୍ । ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ସେକ୍ସନ୍ ୩୫ ଆଧାରରେ କମିଶନରେଟ୍ ପୋଲିସର ନିର୍ଦ୍ଦେଶ । କରୋନା ପାଇଁ ମାର୍ଚ୍ଚ ୩୧ ଯାଏଁ କଟକ, ଭୁବନେଶ୍ୱରର ସମସ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ।

ଭୁବନେଶ୍ୱର: ଟ୍ୱିନ୍ ସିଟିରେ ବନ୍ଦ ରହିବ ମଲ୍ । ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ସେକ୍ସନ୍ ୩୫ ଆଧାରରେ କମିଶନରେଟ୍ ପୋଲିସର ନିର୍ଦ୍ଦେଶ । କରୋନା ପାଇଁ ମାର୍ଚ୍ଚ ୩୧ ଯାଏଁ କଟକ, ଭୁବନେଶ୍ୱରର ସମସ୍ତ ମଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ।

ବ୍ରହ୍ମପୁର ବଡ଼ ମେଡିକାଲରୁ ଖସି ପଳାଇଲା କରୋନା ସନ୍ଦିଗ୍ଧ

ବ୍ରହ୍ମପୁର: ଦେଶରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି । ପ୍ରତିଦିନ ନୂଆ ନୂଆ ସନ୍ଦିଗ୍ଧ ମାମଲା ନଜରକୁ ଆସୁଛି । ସ୍ଥିତିର ମୁକାବିଲା ପାଇଁ ରାଜ୍ୟଠୁ ଆରମ୍ଭ କରି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ପ୍ରଶାସନ କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଉଥିବା ବେଳେ ଲୋକେ କିନ୍ତୁ ମାନୁନାହାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବ୍ରହ୍ମପୁର ବଡ଼ ମେଡିକାଲରେ ।

FILE

ଶନିବାର ଅପରାହ୍ଣରେ ବ୍ରହ୍ମପୁର ଏମକେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲା । ତାଙ୍କୁ କିଛିଦିନ ହେବ କାଶ, ଛିଙ୍କ ଓ ଥଣ୍ଡା ଲାଗି ରହିଥିଲା । ଡାକ୍ତରଙ୍କୁ ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରୁଥିଲେ । ତେବେ, ସେ ଆଜି ମେଡିକାଲରୁ ଖସି ପଳାଇଥିବା ଜଣାପଡ଼ିଛି । ସନ୍ଦିଗ୍ଧ ଜଣଙ୍କ ନାମ ପ୍ରଭାତ କୁମାର ପଲାଇ ତାଙ୍କ ଘର କୃଷ୍ଣପ୍ରସାଦ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ସେପଟେ ଜିଲ୍ଲା ପ୍ରଶାସନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛି । ମହାମାରୀ କରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍ କରିବା ସହ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

https://youtu.be/BOpVxG_ZLkc

ବ୍ରହ୍ମପୁର: କରୋନା ଭାଇରସ୍ ଆତଙ୍କ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ଗଞ୍ଜାମ ଜିଲ୍ଲାପାଳ । ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

ବ୍ରହ୍ମପୁର: କରୋନା ଭାଇରସ୍ ଆତଙ୍କ, ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କଲେ ଗଞ୍ଜାମ ଜିଲ୍ଲାପାଳ । ସମସ୍ତ କର୍ମଚାରୀଙ୍କୁ ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

କରୋନା ପାଇଁ ଚଳଚ୍ଚିତ୍ର ଓ ଧାରାବାହିକ ଶୁଟିଂ ସ୍ଥଗିତ

ମୁମ୍ବାଇ: ଚଳଚ୍ଚିତ୍ର ଟେକ୍ନିସିଆନମାନଙ୍କୁ କରୋନାଭାଇରସର ବିପଦରୁ ରକ୍ଷା କରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ବଡ ସଂଗଠନ ବୈଠକ କରିଛି । ଏଥିରେ ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ ଏମ୍ପାଇଜ (FWICE), ଇଣ୍ଡିଆନ୍ ମୋସନ୍ ପିକ୍ଚର୍ସ ପ୍ରଡ୍ୟୁସର ଆସୋସିଏସନ୍ (IMPPA), ୱେଷ୍ଟର୍ଣ୍ଣ ଇଣ୍ଡିଆ ଫିଲ୍ମ ପ୍ରଡ୍ୟୁସର ଆସୋସିଏସନ୍ (WIFPA), IFPTC ଏବଂ ଗିଲ୍ଡର ସଦସ୍ୟମାନେ ସାମିଲ ହୋଇଥିଲେ | ବୈଠକରେ ୧୯ମାର୍ଚ୍ଚରୁ ୩୧ ମାର୍ଚ୍ଚ ଯାଏଁ ସବୁ ଫିଲ୍ମ ଏବଂ ଟିଭି ସୋ’ର ସୁଟିଂ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ନିର୍ମାତାମାନଙ୍କୁ ଜଣାଇଦିଆଯାଇଛି ଯେ ଜଦି ସେମାନେ ଦେଶ କି ବିଦେଶରେ ଶୁଟିଂ କରୁଛନ୍ତି ତ ନିଜ ୟୁନିଟକୁ ସେମାନଙ୍କ ଫେରାଇ ଆଣିବାକୁ କୁହାଯାଇଛି ।

https://www.instagram.com/p/B9wUx9jF7xt/?utm_source=ig_embed

ବୈଠକରେ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଫେଡେରେଶନର ସମ୍ପାଦକ ଅଶୋକ ଦୁବେ ଏବଂ ଫେଡରେଶନର ମୁଖ୍ୟ ପରାମର୍ଶଦାତା ତଥା ନିର୍ଦ୍ଦେଶକ ଅଶୋକ ପଣ୍ଡିତ, ଇମ୍ପାର ସଭାପତି ଟିପି ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ ଅଭୟ ସିହ୍ନା ଏବଂ ପଶ୍ଚିମ ଭାରତ ଚଳଚ୍ଚିତ୍ର ନିର୍ମାତା ଯୋଗ ଦେଇଥିଲେ। ସଙ୍ଗ୍ରାମ ଶିରେକେ, ଆସୋସିଏସନର ସଭାପତି ଏବଂ ଗିଲ୍ଡର ଅଧିକାରୀ ସାମିଲ ଥିଲେ ।

ମାର୍ଚ୍ଚ ୩୦ରେ ପୁଣି ହେବ ବୈଠକ

ଫେଡେରେସନ୍ ଅଫ୍ ୱେଷ୍ଟର୍ନ ଇଣ୍ଡିଆ ସିନେ କର୍ମଚାରୀଙ୍କ ପାଞ୍ଚ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି । ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ କରୋନାଭାଇରସକୁ ରୋକିବା ପାଇଁ ନିର୍ମାତାମାନେ ଶୁଟିଂ ସ୍ଥାନ ଉପରେ ସତର୍କତାମୂଳକ ପଦକ୍ଷେପ ନିଅନ୍ତୁ । ସମସ୍ତ ଶୁଟିଂ ସ୍ପଟରେ ସାନିଟାଇଜର ଏବଂ ମାସ୍କ ବ୍ୟବସ୍ଥା କରନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଶୁଟିଂ ପୁଣି ଆରମ୍ଭ ହେବାନେଇ ମାର୍ଚ୍ଚ ୩୦ରେ ହେବାକୁଥିବା ବୈଠକରେ ନିଷ୍ପତ୍ତି ନିଆଯିବ ।

ବିପିନଙ୍କ ଅଙ୍ଗ ବଞ୍ଚାଇଲା ୪ ଜୀବନ

ଆସିକା: ମୃତ୍ୟୁ ପରେ ନିଜ ଅଙ୍ଗଦାନ କରି ଅମର ହେଲେ ଆଉ ଜଣେ ଓଡ଼ିଆ ଯୁବକ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଭାଟପଡାର ଯୁବକ ବିପିନ ପ୍ରଧାନ । ସୁରତରେ କାମ କରୁଥିବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରାଯାଇଛି । ଅଙ୍ଗଦାନ ପାଇଁ ତାଙ୍କ ପରିବାର ଲୋକ ରାଜି ହୋଇଥିଲେ ଓ ଏଥିପାଇଁ ଖୁସି ଅଛନ୍ତି । ବିପିନଙ୍କ କିଡ୍‌ନୀ, ଆଖି ସମେତ ୪ଟି ଅଙ୍ଗ ମେଡିକାଲକୁ ଦାନ କରାଯାଇଥିଲା । ଏହି ମହାନତା ଆଜି ୪ ଜଣଙ୍କୁ ଜୀବନ ଦେଇପାରିଛି । ଯାହାକୁ ନେଇ ପୂରା ପରିବାର ଓ ଗାଁଲୋକ ଗର୍ବ ଅନୁଭବ କରୁଛନ୍ତି ।