କରୋନା ପ୍ରଭାବିତ ଜିଲ୍ଲା ତାଲିକାରେ ବଲାଙ୍ଗିର, ତାମିଲନାଡ଼ୁ ଫେରନ୍ତା ଦୁଇ ଯୁବକ ପଜିଟିଭ୍‌

1 min read

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ବଲାଙ୍ଗିର ଲେଖାରିଆ ଗାଁର ଦୁଇ ଯୁବକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଜଣକର ବୟସ ୨୨ ହୋଇଥିବା ବେଳେ ଆଉ ଜଣେ ୧୮ ବର୍ଷ ବୟସର ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଯୁବକ ଦ୍ୱୟ ତାମିଲନାଡ଼ୁ ଓଡ଼ିଶା ଆସିଛନ୍ତି । ତେବେ ବଲାଙ୍ଗିରରେ ଏହା ହେଉଛି ପ୍ରଥମ ଘଟଣା । ପୂର୍ବରୁ ବଲାଙ୍ଗିରରେ କୌଣସି କରୋନା ଆକ୍ରନ୍ତଙ୍କୁ ଚିହ୍ନଟ କରାଯାଇନଥିଲା ।

ବଲାଙ୍ଗିରର ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୫କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧୦୩ ଜଣ ଏବେ ଚିକିତ୍ସାଧିନ ଅଛନ୍ତି ।  ୪୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି ସକାଳୁ ବାଲେଶ୍ୱରରୁ ମଧ୍ୟ ଜଣେ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗତକାଲି ଯାଜପୁରରୁ ଏକାଥରକେ ୧୭ ଜଣ କରୋନା ପଜିଟିଭ ଚିହ୍ନଟ ବାହାରିବା ପରେ ସାରା ରାଜ୍ୟ ଏବେ ସଙ୍କଟରେ ରହିଥିବା କଥା କୁହାଯାଉଛି ।

Leave a Reply