ବିଧାୟକଙ୍କ ଅଜବ ଯୁକ୍ତି: ଗଳାରୁ ଭାଇରସ୍‌ ମାରିବ ମଦ, ବିକ୍ରି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

1 min read
Private Liquor Shops Of Delhi Closed From 1st October

ଜୟପୁର: କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି । ଲକ୍‌ଡାଉନ୍‌ ଯୋଗୁଁ ସବୁ ମଦ ଦୋକାନ ମଧ୍ୟ ବନ୍ଦ ରହିଛି । କଥା କଥାରେ ରାଜନୈତିକ ଦଳର ନେତାମାନେ ପରସ୍ପରକୁ ସମାଲୋଚନା କରୁଥିବା ବେଳେ ଏବେ କିଛି ନେତା ମଦ ଦୋକାନ ଖୋଲିବାକୁ ଦାବି କଲେଣି ।

କେହି କେହି ଗଳାରେ ଭାଇରସ୍‌ ମାରିବା କଥା କହୁଥିବା ବେଳେ କିଛି ଲୋକ ଯୁଦ୍ଧ ପୂର୍ବରୁ ଦେବତାମାନେ ସୂରାପାନ କରୁଥିଲେ ବୋଲି ଉଦାହରଣ ଦେଇଛନ୍ତି । ରାଜସ୍ଥାନ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ସାଙ୍ଗୋଦ ର କଂଗ୍ରେସ ବିଧାୟକ ଭରତ ସିଂ, ଭାରତୀୟ ଜନତା ପାର୍ଟିର ପୂର୍ବତନ ମନ୍ତ୍ରୀ ଭବାନୀ ସିଂ ରାଜାଓ୍ୱତ ଏବଂ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱାନ ପୁନିଆ ପରସ୍ପରର ଘୋର ବିରୋଧୀ ହୋଇଥିଲେ ମଧ୍ୟ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ୱର ମିଳାଇଛନ୍ତି । ସମସ୍ତେ ସରକାରଙ୍କୁ ଚିଠି ଲେଖି ମଦ ଦୋକାନ ଖୋଲିବାକୁ ଦାବି କରିଛନ୍ତି ।

Bharat singh (Congress)

କଂଗ୍ରେସ ବିଧାୟକ ଭରତ ସିଂ କହିଛନ୍ତି ଯେ, ଯଦି ଆଲ୍‌କୋହଲରେ ହାତ ଧୋଇବା ଦ୍ୱାରା କରୋନା ଭୂତାଣୁ ମରୁଛନ୍ତି, ତେବେ ମଦ୍ୟପାନ କଲେ ଗଳାରେ ଥିବା ଏହି ଜୀବାଣୁ ମଧ୍ୟ ମରିଯିବେ । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ମଦ ଦୋକାନ ଖୋଲିବା ଦ୍ୱାରା ସରକାରଙ୍କ ରାଜସ୍ୱ ମଧ୍ୟ ବଢ଼ିବ । ତେଣୁ ଯଥା ଶୀଘ୍ର ମଦ ବିକ୍ରି ଆରମ୍ଭ ହେବା ଉଚିତ୍ ।

Bhawani singh rajawat (BJP)

ସେହିଭଳି ବିଜେପି ନେତା ଭବାନୀ ସିଂ ରାଜୱତ କହିଛନ୍ତି ଯେ ସତ୍ୟଯୁଗରେ ଦେବତାମାନେ ମଧ୍ୟ ସୁରାପାନ କରୁଥିଲେ । ସେ କହିଛନ୍ତି କରୋନା ଅବଧିରେ ମଦ୍ୟପାନରୁ ଲୋକଙ୍କୁ ବଞ୍ଚିତ ରଖିବା ଠିକ୍ ନୁହେଁ । ପୂର୍ବରୁ ମହାପୁରୁଷ ଓ ଦେବତାମାନେ ଯୁଦ୍ଧ କରିବାକୁ ଯିବା ପୂର୍ବରୁ ଶତ୍ରୁଙ୍କ ବିନାଶ ପାଇଁ ସୁରାପାନ କରୁଥିଲେ । କରୋନା ବିରୋଧରେ ଲଢ଼େଇ ପାଇଁ ମଦ୍ୟପାନ କରିବା ଜରୁରୀ ବୋଲି ସେ କହିଛନ୍ତି ।

Banlwaan punia (CPI)

ମଦ ବିକ୍ରି ଆରମ୍ଭ କରିବା ପାଇଁ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ବଲୱାନ୍‌ ପୁନିଆ ପ୍ରମେ ଚିଠି ଲେଖିଥିଲେ । ପୁନିଆ କହିଛନ୍ତି ଯେ ମଦ ବିକ୍ରି ବନ୍ଦ ଥିବାରୁ, ମଦ୍ୟପାନ କରିପାରୁନଥିବା ବ୍ୟକ୍ତି ନିରାଶ ଅଛନ୍ତି । ଏହାସହ ସରକାରଙ୍କ ରାଜସ୍ୱହାନି ହେଉଛି । । ତେଣୁ ଯଥାଶୀଘ୍ର ମଦ ବିକ୍ରି ଆରମ୍ଭ ହେବା ଉଚିତ୍ ।

ଉଲ୍ଲେଖନୀୟ କଥା ହେଉଛି, ଗେହଲତ୍ ସରକାର ମଧ୍ୟ ମଦ ବିକ୍ରି ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ମଦ ମୂଲ୍ୟରେ ସରକାର ୧୦ ପ୍ରତିଶତ ବୃଦ୍ଧି ଘୋଷଣା କରିବା ସହିତ ଡିଲରମାନଙ୍କୁ ମଦ ବିତରଣ କରିବାକୁ କୁହାଯାଇଛି । ଏବେ ସୁଦ୍ଧା ମଦ ଦୋକାନ ଖୋଲା ଯାଇନଥିଲେ ମଧ୍ୟ ଏଭଳି ନିର୍ଦ୍ଦେଶ ଦିଆସରିଛି ।

Ashok Gehlot (Congress)

ଅନ୍ୟପଟେ କର୍ଣ୍ଣାଟକରେ ଏହାର ଠିକ୍‌ ବିପରିତ ଘଟଣା ଦେଖିବାକୁ ମିଳିଛି । ଜଣେ କଂଗ୍ରେସ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଚ୍.କେ ପାଟିଲ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପାଙ୍କୁ ଚିଠି ଲେଖି ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ସେ ଚିଠିରେ ଲେଖିଛନ୍ତି ଯେ ଲୋକମାନେ କିଛି ସପ୍ତାହ ଧରି ମଦ୍ୟପାନ କରିନାହାଁନ୍ତି । ତେଣୁ ଏହା ହେଉଛି ଉପଯୁକ୍ତ ସମୟ ଯେତେବେଳେ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇପାରିବ ।

Leave a Reply