ଭାଇକୁ କୂଅରେ ପକାଇ ଭଉଣୀ ସହ କଲେ ଗଣଦୁଷ୍କର୍ମ !

କୋତବାଲି: ଭାଇକୁ କୂଅରେ ପକାଇ ଭଉଣୀକୁ କଲେ ଗଣଦୁଷ୍କର୍ମ । ଘଟଣାଟି ହେଉଛି ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାର ଯେଉଁଠାରେ ୭ଜଣ ଦୁର୍ବୃତ୍ତ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ବୈତୁଲ ଜିଲ୍ଲାର ମୁଖ୍ୟାଲୟଠାରୁ ପାଖାପାଖି ୨୦ କିମି ଦୂରରେ ଥିବା ପାଢର ଥାନା ଅଞ୍ଚଳରେ ଭାଇ ଭଉଣୀ ଗାଁକୁ ଫେରୁଥିବା ବେଳେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯ଼ୋଗ ହୋଇଛି ।

ସୂଚନା ଅନୁସାରେ, ବାଇକ୍ ଯୋଗେ ଭାଇଭଉଣୀ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ଦୁଇଜଣଙ୍କୁ କିଛି ଯୁବକ ଅଟକାଇଥିଲେ  । ପ୍ରଥମେ ୭ଜଣ ଯୁବକ ପିଡ଼ୀତାର ଭାଇକୁ ମାରଧର କରିବା ସହ ପାଖରେ ଥିବା କୂଅରେ ଫୋପାଡ଼ି ଦେଇଥିଲେ । ତାପରେ ଉକ୍ତ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିଥିବା ଯୁବତୀ ଜଣଙ୍କ ଅଭିଯ଼ୋଗ କରିଛନ୍ତି ।

ଘଟଣାରେ କୋତବାଲି ପୋଲିସ୍ ୭ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିଛି ଏବଂ ଅନ୍ୟ ଦୁଇଜଣ ଫେରାର ଅଛନ୍ତି  । ଅନ୍ୟପଟେ ୫ଜଣଙ୍କ ମଧ୍ୟରୁ ୩ଜଣ ନାବାଳକ ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବୁଧବାର ରାତି ପ୍ରାୟ ୮ଟା ପାଖାପଖି ଦୁଷ୍କର୍ମ ହୋଇଥିବା ଅଭିଯୋଗ କରାଯାଇଛି । ଏବଂ ପିଡ଼ୀତାଙ୍କ ଭାଇ କଳ ବଳେ କୌଶଳେ କୂଅରୁ ବାହାରି ଏ ସମ୍ପର୍କରେ ଗାଁ ଲୋକଙ୍କୁ ଜଣାଇଥିଲା । ସୂଚନା ପାଇ ଗାଁଲୋକେ ଓ ପିଡ଼ୀତା ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ।

Leave a Reply