ମହାରାଷ୍ଟ୍ର ସାମ୍ବିଧାନିକ ସଂକଟ : ବଂଚିଗଲା ଉଦ୍ଧବଙ୍କ ଚୌକି !

Maharashtra Governor Bhagat Singh Koshyari Stopped To Fly On State Government Plane

FILE

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପଦବୀକୁ ନେଇ ଲାଗିରହିଥିବା ଆଶଙ୍କା ଦୁର ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏନେଇ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ୨୧ ଦିନ ମଧ୍ୟରେ ନିର୍ବାଚନ ଶେଷ ହେବ । ୨୭ ମେ ପୂର୍ବରୁ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେବା ନେଇ ସୂଚନା ମିଳିଛି । ଖୁବ୍ ଶୀଘ୍ର ମହାରାଷ୍ଟ୍ରର ବିଧାନ ପରିଷଦର ଖାଲିଥିବା ୯ଟି ଆସନରେ ନିର୍ବାଚନ କରିବାକୁ ରାଜ୍ୟପାଳ ଭାଗବତ ସିଂହ କୋଶିଆରି ନିର୍ବାଚନ ଆୟୋଗକୁ ଅନୁରୋଧ କରାଥିଲେ । ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ, ରାଜ୍ୟରେ ଲାଗି ରହିଥିବା ସାମ୍ବିଧାନିକ ସଂକଟକୁ ଦୃଷ୍ଟିରେ ରଖି ୨୪ ଏପ୍ରିଲରେ ଖାଲି ପଡିଥିବା ବିଧାନ ପରିଷଦ ଆସନ ପାଇଁ ନିର୍ବାଚନ କରାଯିବ ଉଚ୍ଚିତ ।

ଉଦ୍ଧବ ଠାକରେଙ୍କୁ ଏମଏଲସି ଭାବେ ମନୋନୀତ କରିବା ପାଇଁ ମହାରାଷ୍ଟ୍ର ସରକାର କ୍ୟାବିନେଟରେ ଦୁଇଥର ପ୍ରସ୍ତାବ ପାସ୍ କରିଥିଲେ । ଏହା ଉପରେ ରାଜ୍ୟପାଳ ଭାଗବତ ସିଂ କୋଶିଆରି ଦୀର୍ଘ ସମୟ ଧରି ଚୁପ୍ ରହିଥିଲେ, ତେଣୁ ଉଦ୍ଧବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ କରି ସାହାଯ୍ୟ ମାଗିଥିଲେ, ଯାହା ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦୂର ହେବା ସମ୍ଭାବନା ରହିଛି ।

ନିର୍ବାଚନ କାହିଁକି ଗୁରୁତ୍ୱପୂର୍ଣ୍ଣ ?

୨୮ ନଭେମ୍ବର ୨୦୧୯ରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ଏବଂ ବର୍ତ୍ତମାନ ସେ ଦୁଇ ସଦନ ଭିତରୁ କାହାରି ମଧ୍ୟ ସଦସ୍ୟ ନାହାନ୍ତି ।  ସମ୍ବିଧାନ ଅନୁଯାୟୀ, ସେ ମୁଖ୍ୟମନ୍ତ୍ରୀ ହେବାର ୬ ମାସ ମଧ୍ୟରେ ଅର୍ଥାତ୍ ୨୭ ମଇ ୨୦୨୦ ସୁଦ୍ଧା କୌଣସି ଗୃହର ସଦସ୍ୟ ହେବା ଆବଶ୍ୟକ ।  ଉଦ୍ଧବ ଠାକରେ ବିଧାନ ସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନଥିବାରୁ ତାଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

Leave a Reply