spot_img
Home Blog Page 7165

ପ୍ରବାସୀ ଓଡ଼ିଆ ଗାଁକୁ ଆସି ତାସ୍‌-କ୍ରିକେଟ୍‌ ଖେଳୁଛନ୍ତି..!

ସାମ୍ନାକୁ ଆସିଲା ୧୪୯-୧୫୦-୧୫୨ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି । ରାଜ୍ୟରେ ଏବେ କରୋନାକୁ ନେଇ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି । କରୋନା ଭାଇରସ୍‌ ଯୋଗୁଁ ରାଜ୍ୟରେ ୩ଟg ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି । ତେବେ ଅଧିକାଂଶ କରୋନା ଆକ୍ରାନ୍ତଙ୍କ କୋଲକତା ଲିଙ୍ଗ ରହିଥିବା ତଥ୍ୟରୁ ଜଣାପଡ଼ିଛି ।

୧୪୯ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୪୯ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୫୬ ବର୍ଷୀୟ ପୁରୁଷ । ଯାଜପୁର ନାଥସାହିର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ତାହା ମଧ୍ୟ କୋଲକତା ଲିଙ୍କ ଥିବା ଜଣାପଡ଼ିଛି । ସେ କୋଲକତାର କୋଲାଘାଟରୁ ଘରୋଇ ବସ୍‌ ଯୋଗ ଅନ୍ୟ ୫ ଜଣ ସାଥିଙ୍କ ସହ ଆସି ପାଣିକୋଇଲି ନିକଟରେ ୨୩ ତାରିଖରେ ପହଞ୍ଚିଥିଲେ ।  ଏହା ପରେ ସେ ସିଧାସଳଖ ରେଜିଷ୍ଟ୍ରେସନ୍‌ ପାଇଁ ପାଣି କୋଇଲି DHH ରେ ପହଞ୍ଚିଥିଲେ । ଏହା ପରେ ଏକ ବାଇକ୍‌ ଯୋଗେ ସେ ଘରକୁ ଫେରିଥିଲେ । ପରେ ୨୩ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

149 Travel history

ତାଙ୍କ ନିକଟରେ କରୋ   ନା ଜନିତ କୌଣସି ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ସେ ଆକ୍ରନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ପରେ ତାଙ୍କୁ ଯାଜପୁର, କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେ ମେ’ ୧ ତାରିଖରେ ଭର୍ତ୍ତି କରାଯାଇଛି ।

୧୫୦ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୫୦ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୬୩ ବର୍ଷୀୟ ପୁରୁଷ । ଯାଜପୁର ବିଞ୍ଝାରପୁରର ବେଲାମପୁର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ତାହା ମଧ୍ୟ କୋଲକତା ଲିଙ୍କ ଥିବା ଜଣାପଡ଼ିଛି । ସେ ୨୯/୩୦ ମାର୍ଚ୍ଚରେ କୋଲକତାର କ୍ରିଷ୍ଣା ଦାସ ପାଲ ଲେନ୍‌ରୁ ଗୋଟିଏ ବଡ଼ ଗାଡ଼ି ଭଡ଼ା କରି ଆସିଥିଲେ । ତାଙ୍କ ସଂ ଅନ୍ୟ ୭ ଜଣ ମଧ୍ୟ ରହିଥିଲେ । ପ୍ରଥମେ ବାଲୁଗାଁରେ ପହଞ୍ଚିବା ପରେ ସେଠାରୁ ବାଇକ୍‌ ଯୋଗେ ନିଜ ଘରକୁ ଆସିଥିଲେ । ୩୦ ତାରିଖରେ ନିଜ ପରିବାର ସହ ଘରେ ରହିବା ପରେ ବାହାରୁ ଆସିଥିବାରୁ ତାଙ୍କର ସ୍ୱାବ୍‌ ଟେଷ୍ଟ କରାଯାଇଥିଲା । ମେ’ ୧ ତାରିଖରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏବେ ତାଙ୍କୁ ଯାଜପୁର, କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

150 Travel history

୧୫୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୫୨ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୮ ବର୍ଷୀୟ ଯୁବକ । ଯାଜପୁର ବରି ତଳକାଇପଦାର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ସେ ମଧ୍ୟ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି । ସେ ୨୯/୩୦ ମାର୍ଚ୍ଚରେ କୋଲକତାର ବୁନ୍ଦୁଲଗେଟ୍‌ରୁ ଏକ ବଡ଼ ଗାଡ଼ି ଭଡ଼ା କରି ଓଡ଼ିଶା ଆସିଥିଲେ । ତାଙ୍କ ନିଜ ଗାଁର ଅନ୍ୟ ୫ ଜଣ ମଧ୍ୟ ତାଙ୍କ ସହ ଥିଲେ । ସେ ପ୍ରଥମେ ଜଳେଶ୍ୱରରେ ପହଞ୍ଚିଥିଲେ । ସେଠାରୁ ଏକ ଟ୍ରକ୍‌ ଯୋଗେ କୁଆଖିଆ ଯାଇଥିଲେ । ପରେ ବରି ଦେଇ ଏକ ଗାଡ଼ି ଭଡ଼ା କରି ନିଜ ଘରେ ପହଞ୍ଚିଥିଲେ । ସେ ନିଜ ପରିବାର ସହ ରହୁଥିଲେ ଏବଂ ବାରମ୍ବାର ଗାଁରେ ଅନ୍ୟ ସାଙ୍ଗମାନଙ୍କ ସହ ତାସ୍‌, କ୍ରିକେଟ୍‌ ମଧ୍ୟ ଖାଳିଥିଲେ । ପରେ ତାଙ୍କର ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା । କୌଣସି ଲକ୍ଷଣ ନଥାଇ ମଧ୍ୟ ମେ’୧ ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପରେ ତାଙ୍କୁ ତୁରନ୍ତ ଯାଜପୁର, କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

152 Travel history

ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧କୁ ବୃଦ୍ଧି

ଭୁବନେଶ୍ୱର: ବାଲେଶ୍ୱରରେ ବଡ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ପଜିଟିଭ କେସ ବଢ଼ିବାରେ ଲାଗିଛି । ଆଜି ଯଦି ଦେଖିବା କିଛି ଘଣ୍ଟା ମଧ୍ୟରେ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ବାଲେଶ୍ୱରରେ ୨୦ଟି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉଜଣେ ପଜିଟିଭ କେସ ଚିହ୍ନଟ ହେବା ପରେ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି ।

ସେଥିମଧ୍ୟରୁ ୩ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି ଗଞ୍ଜାମରୁ ପ୍ରଥମ କରି ଦୁଇଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡ଼ାର ଜଣେ ଚିହ୍ନଟ ହୋଇଛନ୍ତି । ଏବେ ରାଜ୍ୟରେ ୧୬୧ ଜଣ ସଂକ୍ରମଣ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣ ଏବେ ସକ୍ରିୟ ରହିଛନ୍ତି । ସୁସ୍ଥ ହୋଇଛନ୍ତି ୫୬ ଜଣ ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର: ବାଲେଶ୍ୱରରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତ ୩୪ ବର୍ଷୀୟ ପୁରୁଷ । ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର: ବାଲେଶ୍ୱରରୁ ଆଉ ଜଣେ କରୋନା ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତ ୩୪ ବର୍ଷୀୟ ପୁରୁଷ । ପଶ୍ଚିମବଙ୍ଗରୁ ଫେରିବା ପରେ କ୍ୱାରେଣ୍ଟାଇନରେ ଥିଲେ । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଛି ।

୫ ଯବାନଙ୍କ ବୀରଗାଥା, ନିଜ ବଳିଦାନ ଦେଇ ବଞ୍ଚାଇଲେ ନୀରିହ ଜୀବନ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ହନ୍ଦଓ୍ୱାଡ଼ାରେ ଭାରତୀୟ ସେନା ପୁଣି ଥରେ ଅଦମ୍ୟ ସାହସ ଏବଂ ବୀରତ୍ୱର ଇତିହାସ ଲେଖିଛନ୍ତି । ଭୀରୁ ଆତଙ୍କବାଦୀମାନେ କିଛି ସାଧାରଣ ଲୋକଙ୍କୁ ଏକ ଘରେ ବନ୍ଦୀ କରି ରଖିଥିଲେ । ଆଉ ସେହିଠାରୁ ହିଁ ଲୁଚି ଲଚି ଯବାନଙ୍କ ଉପରକୁ ଗୁଳି ଚଳାଉଥିଲେ । କିନ୍ତୁ ଭାରତୀୟ ସେନାର ବୀର ଯବାନ ନିଜ ଜୀବନକୁ ପାଣି ଛଡ଼ାଇ ସେହି ଘର ଭିତରେ ପ୍ରବେଶ କରିଥିଲେ । ଆଉ ସାଧାରଣ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଏହି ଅପରେସନ୍‌ ସମୟରେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ ଜଣ ଯବାନ ସହିଦ ହୋଇଛନ୍ତି ।

ନାଗରିକ ସୁରକ୍ଷା ପାଇଁ ଅପରେସନ୍

ହନ୍ଦଓ୍ୱାଡ଼ାର ଚାଞ୍ଜମୁଲ୍ଲା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ସୂଚନା ପାଇବା ପରେ ସୁରକ୍ଷା ବାହିନୀ ମିଳିତ ଅପରେସନ କରିଥିଲେ । ଏଥିରେ ସେନାର ରାଷ୍ଟ୍ରିୟ ରାଇଫଲ୍ସ ଏବଂ ଜାମ୍ମୁ କାଶ୍ମୀର ପୋଲିସ୍ କର୍ମଚାରୀମାନେ ସାମିଲ ଥିଲେ। ନାଗରିକମାନଙ୍କୁ ମୁକ୍ତ କରିବା ପାଇଁ ଆର୍ମି କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଦ, ନାୟକ ରାଜେଶ ଏବଂ ଲାନ୍ସ ନାୟକ ଦୀନେଶ ଉକ୍ତ ଘରେ ପ୍ରବେଶ କରିଥିଲେ । ଏହି ପାଞ୍ଚ ଜଣିଆ ଦଳରେ ଜାମ୍ମୁ କାଶ୍ମୀର ପୋଲିସର ସବ-ଇନ୍ସପେକ୍ଟର ଶକିଲ କାଜୀ ମଧ୍ୟ ସାମିଲ ହୋଇଥିଲେ ।

ColonelAsutosh Sharma
Colonel Asutosh Sharma

ଟାର୍ଗେଟ ଏରିଆରେ ପଶି ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ

ଯବାନମାନେ ଟାର୍ଗେଟ ଏରିଆରେ ପଶି ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ । ଯବାନମାନେ ପ୍ରଥମେ, ବନ୍ଦୀ ନାଗରିକମାନଙ୍କୁ ଜଣ ଜଣ କରି ସୁରକ୍ଷିତ ଭାବେ ଆତଙ୍କୀଙ୍କ କବଳରୁ ଉଦ୍ଧାର କରିଥିଲେ । ପ୍ରବଳ ଗୁଳି ବିନିମୟରେ ଯବାନମାନେ ପ୍ରଥମେ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେଇଥିଲେ । ଏହି ରେସ୍‌କ୍ୟୁ ଅପରେସନ୍‌ ସମୟରେ ସାହସୀ ଯବାନଙ୍କ ଦେହରେ ଅନେକ ଗୁଳି ବାଜିଛି । ସେମାନେ ଗୁରୁତର ଆହତ ହୋଇଥିଲେ । ଏହି ସାହସୀମାନଙ୍କ ମଧ୍ୟରୁ କର୍ଣ୍ଣେଲ ଆଶୁତୋଷ ପୂର୍ବରୁ କାଶ୍ମୀରରେ ଅନେକ ଆତଙ୍କବାଦୀ ବିରୋଧୀ ଅଭିଯାନରେ ନିଜର ସାହସିକତା ପ୍ରଦର୍ଶନ କରିସାରିଛନ୍ତି । ସେ ଦୁଇଥର ଗାଲାଣ୍ଟ୍ରି ପଦକ ମଧ୍ୟ ପାଇଛନ୍ତି । ତାଙ୍କୁ କାଶ୍ମୀର ଉପତ୍ୟକାରେ ପୋଷ୍ଟ କରାଯାଇଥିବା ବେଷ୍ଟ କମାଣ୍ଡିଂ ଅଫିସରଙ୍କ ମଧ୍ୟରେ ଗଣାଯାଉଛି । ତେବେ ଏହି ଅପରେସନ୍‌ରେ ଭାରତୀୟ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି ।

ପ୍ରତିଶୋଧରେ ଦୁଇ ଆତଙ୍କୀ ନିହତ

ଭାରତୀୟ ସେନା ଅଧୀକାରୀଙ୍କ କହିବାନୁଯାୟୀ, ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବାକୁ ଯାଇ ଯବାନମାନେ ଆତଙ୍କୀଙ୍କ ଗୁଳିରେ ଘରା ବନ୍ଦି ହୋଇଗଲେ । ଏହି ସମୟରେ ଦୁଇ ଆତଙ୍କବାଦୀ ମଧ୍ୟ ଯବାନଙ୍କ ଗୁଳିରେ ନିହତ ହୋଇଛନ୍ତି । ଏହାସହ ଅପରେସନରେ ଯଡ଼ିତ ଥିବା ଦୁଇ ସେନା ଅଧିକାରୀ, ଦୁଇ ଜଣ ଯବାନ ଏବଂ ଜାମ୍ମୁ କାଶ୍ମୀର ପୋଲିସର ଜଣେ ଏସ୍‌ଆଇ ସହିଦ ହୋଇଛନ୍ତି ।

https://twitter.com/RegnlTelegraph/status/1256815326106390528

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଶ୍ରଦ୍ଧାଞ୍ଜଳି

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ ଯୋଗେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ କହିଛନ୍ତି, ‘ଅପରେସନ୍ ସମୟରେ ସହିଦ ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସେମାନଙ୍କ ପରିବାର ସହ ମୋର ସମବେଦନା ସବୁବେଳେ ରହିଛି । ଏହି ସାହସୀ ସହିଦମାନଙ୍କ ପରିବାର ସହିତ ଦେଶ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଛି ଆତଙ୍କବାଦୀଙ୍କ ବିରୋଧୀ ଯୁଦ୍ଧରେ ସେ ଅଦମ୍ୟ ବୀରତ୍ୱ ପ୍ରଦର୍ଶନ କରିଛନ୍ତି । ତାଙ୍କର ସର୍ବୋଚ୍ଚ ବଳିଦାନ ଏବଂ ସାହସକୁ ମୁ କେବେବି ଭୁଲି ପାରିବୁ ନାହିଁ ।’

ଶନିବାର ଆସିଥିଲା ଯବାନଙ୍କ ନିଖୋଜ ଖବର

ସେନା ସୂତ୍ରରୁ ଶନିବାର କୁହାଯାଇଥିଲା ଯେ ପାଞ୍ଚ ଜଣ ସୁରକ୍ଷା କର୍ମୀ ନିଖୋଜ ଅଛନ୍ତି । ନିଖୋଜ ଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଦୁଇଜଣ ସେନା ଅଧିକାରୀ ମଧ୍ୟ ଅଛନ୍ତି । ଏହାସହ କୁହାଯାଇଥିଲା ଯେ, ଆତଙ୍କୀ ବିରୋଧୀ ଅପରେସନ୍‌ ବେଳେ, ଯେଉଁ ଘରେ ଆତଙ୍କବାଦୀ ଲୁଚି ରହିଥିଲେ, ସେହି ଘର ଭିତରକୁ ଯବାନମାନେ ଯିବା ପରେ ତାଙ୍କ ସହ ସମ୍ପର୍କ ଛିନ୍ନ ହୋଇଥିଲା ।

ଧନବାଦ୍ ଏକ୍ସପ୍ରେସରେ ବଲାଙ୍ଗିର ଫେରିଥିଲେ ୨ ସଂକ୍ରମିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗ ବଲାଙ୍ଗିରର ୨ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ଜାରି କରିଛି । ରାଜ୍ୟର ୧୪୭ ଓ ୧୪୮ ନମ୍ବର କରୋନା ବଲାଙ୍ଗିର ଜିଲ୍ଲାର । ଉଭୟ ତାମିଲନାଡ଼ୁ ତିରୁପୁରରୁ ଧନବାଦ ଏକ୍ସପ୍ରେସ ଯୋଗେ ବଲାଙ୍ଗିର ଆସିଥିଲେ । ୧୬ ଓ ୧୭ ତାରିଖ ଦୁଇ ଦିନ ଟ୍ରେନ୍ ଯାତ୍ରା ପରେ ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚିଥିଲେ । ୧୭ ତାରିଖରେ ବଲାଙ୍ଗିର ଷ୍ଟେସନରୁ ଉଭୟ ଅନ୍ୟ ୩ ଜଣଙ୍କ ସହ ଏକ ଭଡ଼ା ଗାଡ଼ିରେ ଗାଁକୁ ଯାଇଥିଲେ ।

୧୪୭ ନମ୍ବର ସଂକ୍ରମିତ ଜଣଙ୍କ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ୍ ୫ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ୍ ୬ରୁ ଏପ୍ରିଲ୍ ୩୦ତାରିଖ ମଧ୍ୟରେ ଗାଁରେ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳିଥିଲେ । ସାଲେପାଲି ଯାଇ ସେଲୁନରେ ଚୁଟି କାଟିଥିଲେ । ମେ ୧ରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା ।ସେହିଭଳି ୧୪୮ ନମ୍ବର ଆକ୍ରାନ୍ତ ଜଣଙ୍କ ୧୮ ମାର୍ଚ୍ଚରୁ ୫ ଏପ୍ରିଲ ଯାଏଁ  ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ୍ ୬ରୁ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ସେ ରୁସୁଡ଼ା ସମ୍ପର୍କୀୟଙ୍କ ଘରକୁ ଯିବା ସହ ତୁଷରା ସ୍ଥିତ ଚାଉଳ ମିଲକୁ ସମ୍ପର୍କୀୟଙ୍କ ସହ ଯାଇଥିଲେ । ମେ ୧ରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ଉଭୟଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗୁଡଭେଲା ଲେଖିରିଆ ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କରୋନା ପ୍ରଭାବିତ ଜିଲ୍ଲା ତାଲିକାରେ ବଲାଙ୍ଗିର, ତାମିଲନାଡ଼ୁ ଫେରନ୍ତା ଦୁଇ ଯୁବକ ପଜିଟିଭ୍‌

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ରୁଟ ପରିବର୍ତନ ପାଇଁ ନିଷ୍ପତ୍ତି । ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ରୁଟ ପରିବର୍ତନ ପାଇଁ ନିଷ୍ପତ୍ତି । ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା ।

ଦୁର୍ଘଟଣା ପରେ ବସ୍‌ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ ଗୁଡ଼ିକ ବାରମ୍ବାର ଦୁର୍ଘଟଣାର ଶିକାର ହେଉଛି । ୨୪ ଘଣ୍ଟାରେ ଘଟିଲାଣି ୩ଟି ଦୁର୍ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନାଗପୁର-ଅମରାବତି ଏନ୍ଏଚ୍‌ରେ ହୋଇଥିବା‌ ଦୁର୍ଘଟଣାରେ ମାତ୍ର ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଅଲଗା ଗାଡ଼ିରେ ପ୍ରବାସୀ ମାନଙ୍କୁ ଓଡ଼ିଶା ଅଣାଯାଉଛି ।  ବସ୍‌ ଦୁର୍ଘଟଣା ବଢ଼ୁଥିବାରୁ ବିକଳ୍ପ ଚିନ୍ତା କରାଯାଉଛି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା  ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

କଳିଙ୍ଗା ଘାଟିରେ ଦୁଇ ଦୁଇଟି ଦୁର୍ଘଟଣା ପରେ ବସ୍‌ ରୁଟ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଆଯାଇଛି । ବସ୍ ବୌଦ୍ଧ-ମାଧପୁର ଦେଇ ନୟାଗଡ଼-ଓଡ଼ଗାଁ-ଜଗନ୍ନାଥପ୍ରସାଦ ଦେଇ ଗଞ୍ଜାମ ଯିବ । ଗତକାଲି କଳିଙ୍ଗ ଘାଟିରେ ବସ୍‌ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା

ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା

ବାଲିଗୁଡ଼ା: ପୁଣି ଏକ ବସ୍‌ ଦୁର୍ଘଟଣା । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ନେଇ ଆସୁଥିବା ବେଳେ ଆଉ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭଞ୍ଜନଗର-ଗଞ୍ଜାମକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ କନ୍ଧମାଳ ସୀମାନନ୍ତ କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସୁରଟରୁ ୫୮ ପ୍ରବାସୀଙ୍କୁ ଧରି ଗଞ୍ଜାମ ସୋରଡ଼ା ଆସୁଥିଲା ଏହି ବସ୍‌ । କଳିଙ୍ଗା ଘାଟିର ତାରାବଙ୍କା ଠାରେ ଭାରସାମ୍ୟ ହରାଇ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଗ୍ରସ୍ତ ବସ୍‌ଟି ଅମ୍ବିକା ନଂ GJ06 ZZ 9559 । ଘଟଣା ସ୍ଥଳେ ଜି ଉଦୟଗିରି ଆଇଆଇସିଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ସୁରଟରୁ ପ୍ରବାସୀଙ୍କୁ ଧରି ଆସୁଥିବା ଅନ୍ୟ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଞ୍ଜାମ ଅଭିମୁଖେ ଆସୁଥିବା ଏକ ବସ୍ ନାଗପୁର-ଅମରାବତୀ ୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ୫ ଜଣ ପ୍ରବାସୀ ଆହତ ହୋଇଛନ୍ତି । ଆହତଙ୍କୁ ତେଲଙ୍ଗାନାର କରଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ, ଦୁର୍ଘଟଣା କେମିତି ଘଟିଲା କାରଣ ସ୍ପଷ୍ଟ ହୋଇନାହିଁ । ଡ୍ରାଇଭରଙ୍କ ଆଖି ଲାଗି ଯାଇବାରୁ ବସ୍ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି ।

ସେହିଭଳି ଗତକାଲି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସୁରତରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ପଟେଲ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ଛତିଶଗଡ଼ରେ ବସ୍ ଭିତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଖବର ରହିଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

ଗଞ୍ଜାମରେ ୨ ସଂକ୍ରମିତ ଚିହ୍ନଟ ପରେ କ୍ୱାରେଣ୍ଟାଇନରୁ ୨୦ ସୁରତ ଫେରନ୍ତା ଛୁ…

ଗଞ୍ଜାମ: ଜିଲ୍ଲାରେ ୨ ସୁରନ୍ତ ଫେରନ୍ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି । ଜିଲ୍ଲାର ବିଭିନ୍ନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଉତ୍ତେଜନା ଦେଖାଦେଇଛି । ବେଗୁନିଆପଡ଼ା ବ୍ଲକ ରାଗପୁର ସେଣ୍ଟର ଗେଟ୍ ଭାଙ୍ଗି ସୁରତ ଫେରନ୍ତା ଖସି ପଳାଇଥିବା ଜଣାପଡ଼ିଛି ।

ରାଗପୁର ସେଣ୍ଟରରୁ ୧୫ରୁ ୨୦ ଜଣ ଖସି ପଳାଇଥିବା ଜଣାପଡ଼ିଛି । ଅନ୍ୟ ଏକ କେନ୍ଦ୍ରରେ ଗେଟ୍ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି ସୁରତ ଫେରନ୍ତା । ବିଶେଷକରି କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡ଼ିକରେ ପୋଲିସ ସୁରକ୍ଷା ନଥିବାରୁ ସେମାନେ ଖସି ପଳାଇଥିବା ଜଣାପଡ଼ିଛି ।

କ୍ୱାରେଣ୍ଟାଇନରେ ଥିବା ପ୍ରବାସୀମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କରୋନା ସଂକ୍ରମଣ ଆଶଙ୍କାକୁ ଆହୁରି ବଢ଼ାଇ ଦେଇଛି । ରାଜ୍ୟ ସରକାର ଓ ପ୍ରଶାସନ ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ଦିନରାତି ଏକ କରି ଦେଇଥିବା ବେଳେ ସେମାନଙ୍କ ଆଚରଣ ସମସ୍ତଙ୍କୁ ବିପଦରେ ଛିଡ଼ା କରାଇବ ।

ଗଞ୍ଜାମରେ ୨ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ୧୫୯କୁ ବୃଦ୍ଧି

ହେଲିକପ୍ଟରରୁ ପୁଷ୍ପ ବର୍ଷା, କରୋନା ଯୋଦ୍ଧାଙ୍କୁ ବାୟୁ ସେନାର ସ୍ୱତନ୍ତ୍ର ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କ ପାଇଁ ହେଲିକପ୍ଟରରୁ ଫୁଲ ବର୍ଷା କଲା ଭାରତୀୟ ବାୟୁ ସେନା । ଦେଶକୁ କରୋନା ଭଳି ମହାମାରୀଠାରୁ ବଞ୍ଚେଇ ରଖିବା ପାଇଁ ଦିନରାତି ଅହରହ ଯୁଦ୍ଧ ଚଳାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବାୟୁ ସେନା ପକ୍ଷରୁ ଏଭଳି ସ୍ୱତନ୍ତ୍ର ପ୍ରୟାସ କରାଯାଇଛି ।

ଆଜି ତିନି ସେନାର ସୈନିକମାନେ, କରୋନା ସହ ଯୁଦ୍ଧ କରୁଥିବା, ହଜାର ହଜାର ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ, ସ୍ୱିପର ଏବଂ ଅନ୍ୟ ଫ୍ରଣ୍ଟଲାଇନ୍‌ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି । ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ବର୍ଷା କରିଛନ୍ତି ।

ଭାରତର କୋଣ ଅନୁକୋଣରେ ଆଜି ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ତିନି ସେନା ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଓଡ଼ିଶାରେ ମଧ୍ୟ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ତେବେ ଦିଲ୍ଲୀ ହରିୟାଣଶରେ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ପର୍ଦ୍ଧନା ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ନେଇ ପ୍ରସ୍ତୁତି ସରିଛି ।