ପୁଣି ବିପଦରେ ପଡ଼ିଲେ ସୁରଟ ଫେରନ୍ତା, କଳିଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା

1 min read

ବାଲିଗୁଡ଼ା: ପୁଣି ଏକ ବସ୍‌ ଦୁର୍ଘଟଣା । ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ନେଇ ଆସୁଥିବା ବେଳେ ଆଉ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଭଞ୍ଜନଗର-ଗଞ୍ଜାମକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ୍‌ କନ୍ଧମାଳ ସୀମାନନ୍ତ କଳିଙ୍ଗା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ସୁରଟରୁ ୫୮ ପ୍ରବାସୀଙ୍କୁ ଧରି ଗଞ୍ଜାମ ସୋରଡ଼ା ଆସୁଥିଲା ଏହି ବସ୍‌ । କଳିଙ୍ଗା ଘାଟିର ତାରାବଙ୍କା ଠାରେ ଭାରସାମ୍ୟ ହରାଇ ବସ୍‌ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣା ଗ୍ରସ୍ତ ବସ୍‌ଟି ଅମ୍ବିକା ନଂ GJ06 ZZ 9559 । ଘଟଣା ସ୍ଥଳେ ଜି ଉଦୟଗିରି ଆଇଆଇସିଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଛନ୍ତି।

ତେବେ ଏହା ପୂର୍ବରୁ ମଧ୍ୟ ସୁରଟରୁ ପ୍ରବାସୀଙ୍କୁ ଧରି ଆସୁଥିବା ଅନ୍ୟ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗଞ୍ଜାମ ଅଭିମୁଖେ ଆସୁଥିବା ଏକ ବସ୍ ନାଗପୁର-ଅମରାବତୀ ୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ୫ ଜଣ ପ୍ରବାସୀ ଆହତ ହୋଇଛନ୍ତି । ଆହତଙ୍କୁ ତେଲଙ୍ଗାନାର କରଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ, ଦୁର୍ଘଟଣା କେମିତି ଘଟିଲା କାରଣ ସ୍ପଷ୍ଟ ହୋଇନାହିଁ । ଡ୍ରାଇଭରଙ୍କ ଆଖି ଲାଗି ଯାଇବାରୁ ବସ୍ ଓଲଟି ପଡ଼ିଥିବା ଅନୁମାନ କରାଯାଉଛି ।

ସେହିଭଳି ଗତକାଲି କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ସୁରତରୁ ପ୍ରବାସୀଙ୍କୁ ନେଇ ଫେରୁଥିବା ପଟେଲ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେହିଭଳି ଛତିଶଗଡ଼ରେ ବସ୍ ଭିତରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ଖବର ରହିଛି ।

କୋଭିଡ୍ ବାହାନାରେ ଡାଏଲିସିସ୍‌, କେମୋଥେରାପି ପାଇଁ ମନା କରିପାରିବେନି ଘରୋଇ ହସ୍ପିଟାଲ

Leave a Reply