ପ୍ରବାସୀ ଓଡ଼ିଆ ଗାଁକୁ ଆସି ତାସ୍‌-କ୍ରିକେଟ୍‌ ଖେଳୁଛନ୍ତି..!

1 min read

ସାମ୍ନାକୁ ଆସିଲା ୧୪୯-୧୫୦-୧୫୨ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି । ରାଜ୍ୟରେ ଏବେ କରୋନାକୁ ନେଇ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି । କରୋନା ଭାଇରସ୍‌ ଯୋଗୁଁ ରାଜ୍ୟରେ ୩ଟg ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି । ତେବେ ଅଧିକାଂଶ କରୋନା ଆକ୍ରାନ୍ତଙ୍କ କୋଲକତା ଲିଙ୍ଗ ରହିଥିବା ତଥ୍ୟରୁ ଜଣାପଡ଼ିଛି ।

୧୪୯ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୪୯ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୫୬ ବର୍ଷୀୟ ପୁରୁଷ । ଯାଜପୁର ନାଥସାହିର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ତାହା ମଧ୍ୟ କୋଲକତା ଲିଙ୍କ ଥିବା ଜଣାପଡ଼ିଛି । ସେ କୋଲକତାର କୋଲାଘାଟରୁ ଘରୋଇ ବସ୍‌ ଯୋଗ ଅନ୍ୟ ୫ ଜଣ ସାଥିଙ୍କ ସହ ଆସି ପାଣିକୋଇଲି ନିକଟରେ ୨୩ ତାରିଖରେ ପହଞ୍ଚିଥିଲେ ।  ଏହା ପରେ ସେ ସିଧାସଳଖ ରେଜିଷ୍ଟ୍ରେସନ୍‌ ପାଇଁ ପାଣି କୋଇଲି DHH ରେ ପହଞ୍ଚିଥିଲେ । ଏହା ପରେ ଏକ ବାଇକ୍‌ ଯୋଗେ ସେ ଘରକୁ ଫେରିଥିଲେ । ପରେ ୨୩ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ।

149 Travel history

ତାଙ୍କ ନିକଟରେ କରୋ   ନା ଜନିତ କୌଣସି ଲକ୍ଷଣ ଦେଖାଯାଇନଥିଲେ ମଧ୍ୟ ସେ ଆକ୍ରନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ପରେ ତାଙ୍କୁ ଯାଜପୁର, କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେ ମେ’ ୧ ତାରିଖରେ ଭର୍ତ୍ତି କରାଯାଇଛି ।

୧୫୦ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୫୦ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ୬୩ ବର୍ଷୀୟ ପୁରୁଷ । ଯାଜପୁର ବିଞ୍ଝାରପୁରର ବେଲାମପୁର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ତାହା ମଧ୍ୟ କୋଲକତା ଲିଙ୍କ ଥିବା ଜଣାପଡ଼ିଛି । ସେ ୨୯/୩୦ ମାର୍ଚ୍ଚରେ କୋଲକତାର କ୍ରିଷ୍ଣା ଦାସ ପାଲ ଲେନ୍‌ରୁ ଗୋଟିଏ ବଡ଼ ଗାଡ଼ି ଭଡ଼ା କରି ଆସିଥିଲେ । ତାଙ୍କ ସଂ ଅନ୍ୟ ୭ ଜଣ ମଧ୍ୟ ରହିଥିଲେ । ପ୍ରଥମେ ବାଲୁଗାଁରେ ପହଞ୍ଚିବା ପରେ ସେଠାରୁ ବାଇକ୍‌ ଯୋଗେ ନିଜ ଘରକୁ ଆସିଥିଲେ । ୩୦ ତାରିଖରେ ନିଜ ପରିବାର ସହ ଘରେ ରହିବା ପରେ ବାହାରୁ ଆସିଥିବାରୁ ତାଙ୍କର ସ୍ୱାବ୍‌ ଟେଷ୍ଟ କରାଯାଇଥିଲା । ମେ’ ୧ ତାରିଖରେ ସେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା । ଏବେ ତାଙ୍କୁ ଯାଜପୁର, କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

150 Travel history

୧୫୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

୧୫୨ ନମ୍ବର କରୋନା ଆକ୍ରାନ୍ତ ହେଉଛନ୍ତି ଜଣେ ୨୮ ବର୍ଷୀୟ ଯୁବକ । ଯାଜପୁର ବରି ତଳକାଇପଦାର ବାସିନ୍ଦା ବୋଲି ଜଣାପଡ଼ିଛି । ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ସାମ୍ନାକୁ ଆସିବା ପରେ ସେ ମଧ୍ୟ କୋଲକତା ଫେରନ୍ତା ବୋଲି ଜଣାପଡ଼ିଛି । ସେ ୨୯/୩୦ ମାର୍ଚ୍ଚରେ କୋଲକତାର ବୁନ୍ଦୁଲଗେଟ୍‌ରୁ ଏକ ବଡ଼ ଗାଡ଼ି ଭଡ଼ା କରି ଓଡ଼ିଶା ଆସିଥିଲେ । ତାଙ୍କ ନିଜ ଗାଁର ଅନ୍ୟ ୫ ଜଣ ମଧ୍ୟ ତାଙ୍କ ସହ ଥିଲେ । ସେ ପ୍ରଥମେ ଜଳେଶ୍ୱରରେ ପହଞ୍ଚିଥିଲେ । ସେଠାରୁ ଏକ ଟ୍ରକ୍‌ ଯୋଗେ କୁଆଖିଆ ଯାଇଥିଲେ । ପରେ ବରି ଦେଇ ଏକ ଗାଡ଼ି ଭଡ଼ା କରି ନିଜ ଘରେ ପହଞ୍ଚିଥିଲେ । ସେ ନିଜ ପରିବାର ସହ ରହୁଥିଲେ ଏବଂ ବାରମ୍ବାର ଗାଁରେ ଅନ୍ୟ ସାଙ୍ଗମାନଙ୍କ ସହ ତାସ୍‌, କ୍ରିକେଟ୍‌ ମଧ୍ୟ ଖାଳିଥିଲେ । ପରେ ତାଙ୍କର ସ୍ୱାବ୍‌ ଟେଷ୍ଟ ପାଇଁ ପଠାଯାଇଥିଲା । କୌଣସି ଲକ୍ଷଣ ନଥାଇ ମଧ୍ୟ ମେ’୧ ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ପରେ ତାଙ୍କୁ ତୁରନ୍ତ ଯାଜପୁର, କଳିଙ୍ଗ ନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

152 Travel history

Leave a Reply