ହେଲିକପ୍ଟରରୁ ପୁଷ୍ପ ବର୍ଷା, କରୋନା ଯୋଦ୍ଧାଙ୍କୁ ବାୟୁ ସେନାର ସ୍ୱତନ୍ତ୍ର ସମ୍ବର୍ଦ୍ଧନା

3 min read

ନୂଆଦିଲ୍ଲୀ: କରୋନା ଯୋଦ୍ଧାଙ୍କ ପାଇଁ ହେଲିକପ୍ଟରରୁ ଫୁଲ ବର୍ଷା କଲା ଭାରତୀୟ ବାୟୁ ସେନା । ଦେଶକୁ କରୋନା ଭଳି ମହାମାରୀଠାରୁ ବଞ୍ଚେଇ ରଖିବା ପାଇଁ ଦିନରାତି ଅହରହ ଯୁଦ୍ଧ ଚଳାଇଥିବା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ବାୟୁ ସେନା ପକ୍ଷରୁ ଏଭଳି ସ୍ୱତନ୍ତ୍ର ପ୍ରୟାସ କରାଯାଇଛି ।

ଆଜି ତିନି ସେନାର ସୈନିକମାନେ, କରୋନା ସହ ଯୁଦ୍ଧ କରୁଥିବା, ହଜାର ହଜାର ଡାକ୍ତର, ନର୍ସ, ମେଡିକାଲ କର୍ମଚାରୀ, ସ୍ୱିପର ଏବଂ ଅନ୍ୟ ଫ୍ରଣ୍ଟଲାଇନ୍‌ ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇଛନ୍ତି । ହେଲିକପ୍ଟର ଯୋଗେ ସେମାନଙ୍କ ଉପରକୁ ଫୁଲ ବର୍ଷା କରିଛନ୍ତି ।

ଭାରତର କୋଣ ଅନୁକୋଣରେ ଆଜି ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ତିନି ସେନା ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି । ଓଡ଼ିଶାରେ ମଧ୍ୟ ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ତେବେ ଦିଲ୍ଲୀ ହରିୟାଣଶରେ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ପର୍ଦ୍ଧନା ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ସମ୍ବର୍ଦ୍ଧନା ଦିଆଯିବା ନେଇ ପ୍ରସ୍ତୁତି ସରିଛି ।

Leave a Reply