ଧନବାଦ୍ ଏକ୍ସପ୍ରେସରେ ବଲାଙ୍ଗିର ଫେରିଥିଲେ ୨ ସଂକ୍ରମିତ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ବିଭାଗ ବଲାଙ୍ଗିରର ୨ ଆକ୍ରାନ୍ତଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ଜାରି କରିଛି । ରାଜ୍ୟର ୧୪୭ ଓ ୧୪୮ ନମ୍ବର କରୋନା ବଲାଙ୍ଗିର ଜିଲ୍ଲାର । ଉଭୟ ତାମିଲନାଡ଼ୁ ତିରୁପୁରରୁ ଧନବାଦ ଏକ୍ସପ୍ରେସ ଯୋଗେ ବଲାଙ୍ଗିର ଆସିଥିଲେ । ୧୬ ଓ ୧୭ ତାରିଖ ଦୁଇ ଦିନ ଟ୍ରେନ୍ ଯାତ୍ରା ପରେ ବଲାଙ୍ଗିର ରେଳ ଷ୍ଟେସନରେ ପହଞ୍ଚିଥିଲେ । ୧୭ ତାରିଖରେ ବଲାଙ୍ଗିର ଷ୍ଟେସନରୁ ଉଭୟ ଅନ୍ୟ ୩ ଜଣଙ୍କ ସହ ଏକ ଭଡ଼ା ଗାଡ଼ିରେ ଗାଁକୁ ଯାଇଥିଲେ ।

୧୪୭ ନମ୍ବର ସଂକ୍ରମିତ ଜଣଙ୍କ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ୍ ୫ ଯାଏଁ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ୍ ୬ରୁ ଏପ୍ରିଲ୍ ୩୦ତାରିଖ ମଧ୍ୟରେ ଗାଁରେ ସାଙ୍ଗମାନଙ୍କ ସହିତ କ୍ରିକେଟ ଖେଳିଥିଲେ । ସାଲେପାଲି ଯାଇ ସେଲୁନରେ ଚୁଟି କାଟିଥିଲେ । ମେ ୧ରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା ।ସେହିଭଳି ୧୪୮ ନମ୍ବର ଆକ୍ରାନ୍ତ ଜଣଙ୍କ ୧୮ ମାର୍ଚ୍ଚରୁ ୫ ଏପ୍ରିଲ ଯାଏଁ  ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ଏପ୍ରିଲ୍ ୬ରୁ ଏପ୍ରିଲ୍ ୩୦ ତାରିଖ ମଧ୍ୟରେ ସେ ରୁସୁଡ଼ା ସମ୍ପର୍କୀୟଙ୍କ ଘରକୁ ଯିବା ସହ ତୁଷରା ସ୍ଥିତ ଚାଉଳ ମିଲକୁ ସମ୍ପର୍କୀୟଙ୍କ ସହ ଯାଇଥିଲେ । ମେ ୧ରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା ।

ଗଞ୍ଜାମରେ ୨ ସଂକ୍ରମିତ ଚିହ୍ନଟ ପରେ କ୍ୱାରେଣ୍ଟାଇନରୁ ୨୦ ସୁରତ ଫେରନ୍ତା ଛୁ…

ଉଭୟଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଗୁଡଭେଲା ଲେଖିରିଆ ଗାଁକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।

କରୋନା ପ୍ରଭାବିତ ଜିଲ୍ଲା ତାଲିକାରେ ବଲାଙ୍ଗିର, ତାମିଲନାଡ଼ୁ ଫେରନ୍ତା ଦୁଇ ଯୁବକ ପଜିଟିଭ୍‌

Leave a Reply