ରାଜ୍ୟରେ ଆରମ୍ଭ ହେଲା କୋଭାକ୍ସିନ୍‌ର ମାନବ ପରୀକ୍ଷଣ

Covaxin Human Trail Starts From Today at Bhubaneswar Sum Hospital

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେଲା ହ୍ୟୁମାନ୍‌ ଟ୍ରାଏଲ୍‌ । ଭୁବନେଶ୍ୱର ସମ୍‌ ହସ୍ପିଟାଲରେ ଆରମ୍ଭ ହେଇଯାଇଛି କୋଭାକ୍ସିନ୍‌ର ମାନବ ପରୀକ୍ଷଣ । ହ୍ୟୁମାନ୍‌ ଟ୍ରାଏଲ୍‌ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କର ସ୍କ୍ରିନିଂ ପରେ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ କିଛି ଜଣଙ୍କ ସ୍କ୍ରିନିଂ ସରିବା ପରେ ହ୍ୟୁମାନ୍‌ ଟ୍ରାଏଲ ପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ବଛାଯାଇଛି । ସେହି ଯୋଗ୍ୟ ବ୍ୟକ୍ତି ମାନଙ୍କ ଶରୀରରେ କୋଭାକ୍ସିନ ପରୀକ୍ଷା କରାଯାଇଛି । ୨ ସପ୍ତାହ ବ୍ୟବଧାନରେ ୨ଟି ଡୋଜ୍‌ ଦିଆଯିବ । କାହା ଉପରେ କିପରି ପ୍ରଭାବ ପଡୁଛି ତାହା ପରୀକ୍ଷା କରିବେ ସ୍ୱତନ୍ତ୍ର ଡାକ୍ତରୀ ଦଳ ।

SUM INAUGURATION

୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଏହି ପରୀକ୍ଷା କରାଯିବ । ତେବେ ସେମାନଙ୍କର କୋଭିଡ୍‌ ବା ଡାଏବେଟିସ୍‌ ଭଳି ଅନ୍ୟ ରୋଗ ନଥିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି । ହାଇଦ୍ରାବାଦର ଭାରତ ବାୟୋଟେକ୍‌, ଆଇସିଏମଆର୍‌ ଓ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ସହଯୋଗରେ ଏହି କରୋନା ଟିକାକୁ ବିକଶିତ କରାଯାଇଛି ।

covaxin

ତେବେ ଏହା କେତେ ଉପଯୋଗୀ ହେବ, ତାହା ହ୍ୟୁମାନ ଟ୍ରାଏଲରୁ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି । ହ୍ୟୁମାନ୍‌ ଟ୍ରାଏଲ ପାଇଁ ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ରହିଛି । ଦେଶରେ ମୋଟ୍‌ ୧୨ଟି ଲ୍ୟାବ୍‌ରେ କୋଭାକ୍ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ କରାଯିବା ପାଇଁ ସ୍ଥିର କରାଯାଇଛି । ସେଥିମଧ୍ୟରୁ ସମ୍‌ ହସ୍ପିଟାଲରେ ଥିବା ଲ୍ୟାବ୍‌ ଅନ୍ୟତମ ।

ତେବେ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ଅନ୍ୟପଟେ ଖୁବ୍‌ଶୀଘ୍ର କରୋନା ଭ୍ୟାକ୍ସିନ୍‌ ପ୍ରସ୍ତୁତ ହେବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଉଛି ।

Leave a Reply