ନାମ ବଦଳାଇ ଫେସବୁକ୍‌ରେ କରିଥିଲେ ବନ୍ଧୁତା, ପରେ ଉଭୟ ମହିଳା ଓ ତାଙ୍କ ଝିଅକୁ ହତ୍ୟା କରି ପୋତି ଦେଲେ

1 min read

ଲକ୍ଷ୍ମୌ: ତ୍ତରପ୍ରଦେଶର ମେରଟ୍ଟରେ ୩ ମାସ ପାଇଁ ଜଣେ ମା-ଝିଅ ନିଖୋଜ ମାମଲାରେ ସମ୍ବେଦନଶୀଳ ତଥ୍ୟ ପ୍ରକାଶ ପାଇଛି । ବିବାହର ଚାପ ବଢ଼ିବା ପରେ ପ୍ରେମୀ ସମସାଦ୍ ବା ଅମିତ ଗୁଜ୍ଜର (ଛଦ୍ମନାମ) ପ୍ରିୟା ଏବଂ ତାଙ୍କ ନିରୀହ ଝିଅ କସିସଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଉଭୟଙ୍କ ମୃତଦେହ ନିଜ ଘରର ପ୍ରାଙ୍ଗଣରେ ପୋତିଥିଲା । ପୋଲିସ ଉଭୟ ମୃତଦେହ ଉଦ୍ଧାର କରି ହତ୍ୟାକାରୀଙ୍କୁ ଗିରଫ କରିଛି । ତେବେ ହତ୍ୟାକାରୀ ସମସାଦ୍ ପୋଲିସ ହେପାଜତରୁ ଖସି ପଳାଇବା ପରେ ପୋଲିସ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ପହଞ୍ଚିଥିଲା ।

Lockdown day 1: UP police files over 2,000 FIRs for defying 'stay ...

ଘଟଣା ପ୍ରକାରେ, ମେରଟ୍ଟର ମୋଦି ନଗର ନିବାସୀ ପ୍ରିୟାଙ୍କ ପାଖାପାଖି ୧୨ ବର୍ଷ ପୂର୍ବ ଜଣେ ଯୁବକଙ୍କ ସହ ବାହାଘର ହୋଇଥିଲା । ୨ ବର୍ଷ ପରେ ସେମାନଙ୍କ ବିଚ୍ଛେଦ ହୋଇଥିଲା । ଏହା ପରେ ପ୍ରିୟା ନିଜ ଝିଅ ସହିତ ମୋଦି ନଗର ସ୍ଥିତ ଭଡ଼ା ଘରେ ରହିଆସୁଥିଲେ । ଏଥିସହିତ ବ୍ୟୁଟି ପାର୍ଲର ମଧ୍ୟ ଖୋଲିଥିଲେ । ପାଖାପାଖି ୫ ବର୍ଷ ପୂର୍ବେ ପ୍ରିୟା ଫେସବୁକ୍‌ରେ ଅମିତ ଗୁଜ୍‌ର ନାମକ ଯୁବକ ସହ ବନ୍ଧୁତା ହୋଇଥିଲା ।

Facebook Par Fake ID Ka Kaise Pata Lagaye ?

ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଭିଯୁକ୍ତ ଅମିତଙ୍କ କହିବା ପରେ ସେ ଝିଅ ସହିତ ମେରୁତର କାନଶିରାମ ଆବାସିକ କଲୋନୀରେ ବାସ କରିବା ଆରମ୍ଭ କରିଥିଲେ । ପ୍ରାୟ ୨ ବର୍ଷ ପୂର୍ବେ ପ୍ରିୟା ଜାଣିବାକୁ ପାଇଲେ ଯେ, ତାଙ୍କ ପ୍ରେମିକ ସମସାଦ୍‌ ନୁହଁନ୍ତି ଅମିତ ଗୁରୁଜାର । ଏହାକୁ ନେଇ ଦୁହେଁ ବିବାଦ ଆରମ୍ଭ କରିଥିଲେ। ପୂର୍ବରୁ ବିବାହ କରିଥିବା ସମସାଦ୍ ମଧ୍ୟ ପ୍ରିୟାଙ୍କୁ ବିବାହ କରିବାକୁ ବାହାନା କରୁଥିଲେ କିନ୍ତୁ ଏହା ହୋଇନଥିଲା।

https://nandighoshatv.com/china-vs-usa-americs-asks-china-to-clsos-embassy-within-72-hour/

Leave a Reply