ଅପରାଜିତା-ବୈଜୟନ୍ତ ମଞ୍ଜି ବୁଣିଛନ୍ତି, ସେହି ବାଟ ଦେଇ ଚାଲୁଛନ୍ତି ବିଜେପି ନେତା…!

BJP Leader Ansuman Mohanty Break The Covid Guidelines

ଭୁବନେଶ୍ୱର/ ବାଲେଶ୍ୱର: ଶସ୍ତା ଲୋକପ୍ରିୟତା ପାଇଁ କୋଭିଡ୍‌ କଟକଣାକୁ ପାଦରେ ଦଳିଦେଲେ ବିଜେପି ନେତା ଅଂଶୁମାନ ମହାନ୍ତି । ଭୋଗରାଇର ବିଜେପି ନେତା ଅଂଶୁମାନ ମହାନ୍ତିଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

ବୈଜୟନ୍ତ ଓ ଅପରାଜିତା ମଞ୍ଜି ବୁଣିଥିଲେ । ଏବେ ସାରା ରାଜ୍ୟରେ ଉତ୍ପାତ କରୁଛନ୍ତି ଅମାନିଆ ବିଜେପି ନେତା । କୋଭିଡ୍‌ ନିୟମ ଓ ମୋଦିଙ୍କ ଆହ୍ୱାନ ଭୁଲି କରୁଛନ୍ତି ମେଳି । ସଂକଟ ସ୍ଥିତିରେ ବି ବିଜେପି ନେତା ଛାଡୁନାହାନ୍ତି ଶସ୍ତା ରାଜନୀତିର ମୋହ । ଅମାନିଆ ନେତାଙ୍କ ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବାଲେଶ୍ୱର ଭୋଗରାଇ ବ୍ଲକର ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି । ପ୍ରତିବାଦ କରିବାରୁ ଓଲଟା ପୋଲିସ ଓ ପ୍ରଶାସନକୁ ଦେଖାଇଛନ୍ତି ନାଲିଆଖି ।

BJP Ansuman Mohantyରାସନକାର୍ଡ ଦୁର୍ନୀତି ଓ ୧୫ ଦଫା ଦାବି ନେଇ ପ୍ରତିବାଦ ବେଳେ, ଏଭଳି ଆକ୍ରମଣାତ୍ମକ ରୂପ ଦେଖାଇଥିଲେ ଅଂଶୁମାନ । କେବଳ ସାମାଜିକ ଦୂରତା ନୁହେଁ ବରଂ ବାରମ୍ବାର ମାକ୍ସ ନ ପିନ୍ଧି ଉଚ୍ଚ ପାଟିରେ କରୁଥିଲେ ଯୁକ୍ତି ତର୍କ । ପ୍ରଶାସନିକ ଅଧିକାରୀ ଓ ପୋଲିସ ସଚେତନ କରାଇବାକୁ ଚେଷ୍ଟା କରୁଥିବା ବେଳେ ଅଧିକ ଔଧତ ହୋଇଉଠୁଥିଲେ ଅଂଶୁମାନ । ଓଲଟି ପୋଲିସ କାହିକିଁ ଆସିଛନ୍ତି, ପୋଲିସକୁ କାହିଁକି ଚାର୍ଜ କରାଯାଉନି ବୋଲି ପ୍ରଶ୍ନ କରୁଥିଲେ । ସେପଟେ ଅଂଶୁମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଭୋଗରାଇ ପୋଲିସ ।

BJP Ansuman Mohanty

କରୋନା ପାଇଁ ସାମାଜିକ ଦୂରତା ମୁଖ୍ୟ ଅସ୍ତ୍ର ବୋଲି ଆରମ୍ଭରୁ କହିଆସୁଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତେ ନିୟମ ମାନିବାକୁ ଅପିଲ କରୁଛନ୍ତି । ମାତ୍ର ରାଜ୍ୟ ବିଜେପିରେ ଅମାନିଆ ନେତାଙ୍କ ତାଲିକା ବଢିବାରେ ଲାଗିଛି । ସେପଟେ କରୋନା ସଂକଟରେ ବିଜେପି ନେତାଙ୍କ ଦାୟିତ୍ୱ ହୀନତାକୁ କଡ଼ା ନିନ୍ଦା କରିଛନ୍ତି ବିରୋଧୀ । ରାଜନୈତିକ ମାଇଲେଜ୍‌ ପାଇଁ ବିଜେପି ନେତା ସଂକ୍ରମଣର ବିସ୍ଫୋରଣ କରିବାକୁ ପଛାଉନଥିବା ଅଭିଯୋଗ କରିଛନ୍ତି ।

BJP Ansuman Mohanty

କରୋନା ସଂକଟରେ ଅମାନିଆ ବିଜେପି ନେତାଙ୍କୁ ବଢୁଛି ତାଲିକା । ଅପରାଜିତା ଓ ବୈଜୟନ୍ତ ଆରମ୍ଭ କରିଥିବା ଶସ୍ତା ଲୋକପ୍ରିୟତା ରେସ୍‌ରେ ଯୋଡି ହେଉଛନ୍ତି ଜଣଙ୍କ ପରେ ଜଣେ ଅମାନିଆ । ତେବେ ଅପରାଜିତାଙ୍କ ଅମାନିଆ ପଣ ପାଇଁ ବିଏମ୍‌ସି ଫାଇନ୍‌ କରିଛି । ହେଲେ ଏଠି ଅଂଶୁମାନଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ? ଏନେଇ ଉଠିଛି ପ୍ରଶ୍ନ ।

Leave a Reply