spot_img
Home Blog Page 7137

କରୋନା ପାଇଁ ହାଇକୋର୍ଟ ଜାରି କଲେ ଗାଇଡ୍ ଲାଇନ୍

କରୋନା ସତର୍କତା ନେଇ ଓଡ଼ିଶା ହାଇକୋର୍ଟଙ୍କ ପଦକ୍ଷେପ । ସମସ୍ତ ନ୍ୟାୟିକ କାମ ବନ୍ଦ ରଖିବାକୁ ପୂର୍ଣ୍ଣ ଖଣ୍ଡପୀଠଙ୍କ ନିଷ୍ପତ୍ତି ନେଇଥିବା ବେଳେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ମାମଲା ଜୁଡିସିଆଲ୍‌ ରେଜିଷ୍ଟରଙ୍କ ଦ୍ଵାରା ତାଲିକାଭୁକ୍ତ ହେବ । ହାଇକୋର୍ଟଙ୍କ ଫୁଲ୍‌ବେଞ୍ଚ ଏହି ନିଷ୍ପତ୍ତି ନେଇଛନ୍ତି । ରୋଟେସନ ଭିତ୍ତିରେ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରେ ଯୋଗଦେବେ । ହାଇକୋର୍ଟ ପରିସରରେ ଆମ୍ବୁଲାନ୍‌ସ ଓ ଡାକ୍ତରୀ ଟିମ୍‌ ୨୪ ଘଣ୍ଟା ଉପସ୍ଥିତ ରହିବେ ।

ଅନ୍ୟପଟେ କରୋନା ମୁକାବିଲା ପାଇଁ ତଳ କୋର୍ଟଙ୍କ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଲକଡାଉନ ଲାଗୁ ସ୍ଥାନରେ ମଧ୍ୟାହ୍ନ ୧୨ ରୁ ୧ଟା ଯାଏ କୋର୍ଟ ଶୁଣାଣି । ୧ଟାରୁ କୋର୍ଟ କାର୍ଯ୍ୟ ବନ୍ଦ । ଅନ୍ୟ ସହରରେ ପୂର୍ବାହ୍ନ ୧୧ଟାରୁ  ୧ଟା ଯାଏଁ କୋର୍ଟ ଖୋଲା ରହିବ । ୧ଟାରେ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଏହାସହ କୋର୍ଟ ପରିସରରେ ଭିଡ ନ କରିବାକୁ ନିର୍ଦ୍ଦେଶ ।

ଜାଣନ୍ତୁ କ’ଣ ଖାଇଲେ କରୋନା ସହ ଲଢିବାକୁ ଶରୀରକୁ ମିଳିବ ଶକ୍ତି ?

କରୋନାଠୁ ବଞ୍ଚିବାକୁ ସାରା ଦୁନିଆ ଏବେ ଅଣ୍ଟାଭିଡ଼ିଛି । ଦେଶରେ ଏନେଇ ରବିବାରରେ ଜନତା କର୍ଫ୍ୟୁର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଦେଶର ୨୩ଟି ରାଜ୍ୟ ଏବେ କରୋନା କବଳରେ  । କିପରି ଏହି ଭାରସଟି ଅଧିକ ସଂକ୍ରମିତ ନହେବ ତେଣୁ ବିଭିନ୍ନ ରାଜ୍ୟରେ ପୂର୍ଣ୍ଣ କିମ୍ବା ଆଂଶିକ ଲକଡାଉନର ଘୋଷଣା କରାଯାଇଛି । ଏବଂ କେତେକ ରାଜ୍ୟର ସୀମା ଗୁଡ଼ିକୁ ସିଲ କରିଦିଆଯାଇଛି ।

ଘରେ ରହିଥିବା ଲୋକମାନଙ୍କୁ ମଧ୍ୟ ନିଜର ଖାଇବା ପିଇବା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଆଜି ଆପଣଙ୍କୁ ଆମେ ଏମିତି କିଛି ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯହାକୁ ଖାଇବା ଦ୍ୱାରା ଆପଣଙ୍କ ଦେହର ଇମ୍ୟୁନିଟି ପାୱାର ବା ସିଷ୍ଟମ ମଜବୁତ ହେବ। ଏବଂ କରୋନାକୁ ସହଜରେ ଜିତି ପାରିବେ ।

  • ଏପରି ସମୟରେ ଖାଦ୍ୟ କେବଳ ତିନିଥର ଖାଇବା ଉଚିତ୍ ।

  • ପ୍ରଚୁର ପନିପରିବା ଖାଇବା ଦ୍ୱାରା ଆପଣଙ୍କୁ ସୁସ୍ଥ ଅନୁଭବ ହେବ ।

  • ଏହି ସମୟରେ ସୁପ୍ ପିଅନ୍ତୁ ଏବଂ ଚାଉଳ ଜାତୀୟ ଦ୍ରବ୍ୟ କମ୍ ଖାଆନ୍ତୁ । ଅଧିକ ପନିପରିବା ଖାଇବା ଉପରେ ଧ୍ୟାନ ଦିଅନ୍ତୁ ।

  • ବର୍ତ୍ତମାନ ଜଙ୍କ୍ ଫୁଡରୁ ଦୂରେଇ ରହିବା ଦେହ ପାଇଁ ଭଲ ।

  • ଏହା ସହ ଯଦି ଆପଣ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛ, ତେବେ ମସଲାରେ ହଳଦୀର ବ୍ୟବହାର କର ।

  • ତୁଳସୀ ଏବଂ ଅଶ୍ୱଗନ୍ଧାର ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

  • ଏହା ବ୍ୟତୀତ ଯଦି ଆପଣ ବିଭିନ୍ନ ଗୁଜବ କାରଣରୁ ମାଂସ, କୁକୁଡ଼ା ଏବଂ ମାଛ ଖାଉ ନାହାନ୍ତି ତେବେ ଆପଣ ନିର୍ଦ୍ୱନ୍ଦରେ ଏହାକୁ ଖାଇପାରିବେ। କିନ୍ତୁ ପନିପରିବା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ।

  • ଜଦି ଆପଣ ଶାକାହାରୀ ତେବେ ଆପଣ କମଳା, ବାଦାମ, ନଟସ୍, କ୍ଷୀର, ଘିଅ, ପନୀର, ସୋୟାବିନ୍,ଡାଲି ଜାତୀୟ ଦ୍ରବ୍ୟ ଏବଂ ଖିଚୁଡ଼ି ଖାଇବା ଦେହ ପାଇଁ ଭଲ ।

ଦୁନିଆର କୋଟିପତି ମାନେ ଦେଲେଣି ଶହଶହ କୋଟି, ଭାରତର ସେଲିବ୍ରିଟି ଶିଖାଉଛନ୍ତି କେମିତି ଧୋଇବେ ହାତ !

 ନୂଆଦିଲ୍ଲୀ: କରୋନା ଭାଇରସ ବିରୋଧରେ ପୁରା ଦୁନିଆ ଯୁଦ୍ଧ ଲଢୁଛି । ଧନି ଓ ସେଲିବ୍ରିଟିଙ୍କଠାରୁ ସ୍ପୋର୍ଟସ ସଂସ୍ଥା ସବୁ କରୋନାର ମୁକାବିଲା ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଶହ ଶହ କୋଟିର ଦାନ ବିଶ୍ୱର ଅନେକ ଧନି ଦେଉଛନ୍ତି । କିନ୍ତୁ ଭାରତର ଧନି ଓ ସେଲିବଙ୍କ ଅବଦାନ କେବଳ ହତାଧୋଇବା ଶିଖାଇବାରେ ସୀମିତ ରହିଯାଇଛି । ବିଲ ଗେଟସ ନିଜ ସଂଗଠନ ଜରିଆରେ କରୋନା ଟିକା ବିକାଶ ପାଇଁ ୭୫୦ କୋଟିର ଦାନ ଘୋଷଣା କରିଛନ୍ତି ।  ଏହା ପୂର୍ବରୁ ସେ ୧ କୋଟି ଡଲାର ଦେଇ ସାରିଛନ୍ତି

ଜ୍ୟାକ୍ ମା ଦେଲେ ୧୦୦ କୋଟି:ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍ ମା କରୋନା ଭ୍ୟାକସିନ୍ ବିକଶିତ କରିବା ପାଇଁ ୧୦୦ କୋଟି ଟଙ୍କ ଦେଇ ସାରିଛନ୍ତି । ଏହାସହ ସେ ଆମେରିକାକୁ ୫ ଲକ୍ଷ ଟେଷ୍ଟିଂ କିଟ୍ ଓ ୧୦ ଲକ୍ଷ ମାସ୍କ ପଠାଇ ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ଦିନ ଆହୁତ ଜନତା କର୍ଫ୍ୟୁ ପରେ ଭାରତୀୟ ମାନେ ଦେଶର ଧନୀ ମାନିଙ୍କୁ ପଚାରୁଛନ୍ତି ଆପଣ ମାନେ କେବଳ ଭାଷଣ ଦେବା ଛଡା ଦେଶକୁ ଆଉ କଣ ଦେଇଛନ୍ତି । ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅନନ୍ଦ ମହିନ୍ଦ୍ରଙ୍କୁ ଛାଡି ଦେଲେ ଦେଶର ଆଉ କୌଣସି ଶିଳ୍ପପତି ଫଟା ପାହୁଲା ଦେଇ ନାହାନ୍ତି କି ଦେବେ ବୋଲି ଘୋଷଣା କରିନାହନ୍ତି ।

ଭାରତରେ ହାତ ଧୋଇବା ଶିଖାଉଛନ୍ତି ବିଶ୍ୱର ନାମିଦାମି ଫୁଟବଲ ଖେଳାଳୀ ଏପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଦାନ କରି ସାରିଛନ୍ତି । ଆମେରିକାର ନ୍ୟାସନାଲ ବାସ୍କେଟବଲ ଆସୋସିଏସନ ଫଣ୍ଡ୍ ଯୋଗାଡ ପାଇ ଉଦ୍ୟମ ଜାରି ରଖିଛି । ଏହି ସଂଗଠନ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କା ଦାନ ଭାବେ ଦେଇ ସାରିଲାଣି । ଅନ୍ୟପକ୍ଷରେ ଭାରତର ସ୍ପୋର୍ଟସ ଆଇକନ ସଚିନଙ୍କଠାରୁ ପି ଭି ସାନ୍ଧୁ,ସମସ୍ତେ କେବଳ ହାତଧୂଆ ଶିଖାଉଛନ୍ତି । ଟଙ୍କାଟିଏ କେହି ଦାନ କରି ନାହାନ୍ତି କି ଆଗକୁ ଦେବେ ବୋଲି କହି ନାହାନ୍ତି । ଭାରତର ୪୦ କୋଟି ନାଗରିକ ପ୍ରତିଦିନ ମୁଲମଜୁରୀ ଲାଗି ଚଳନ୍ତି । ଲକ୍ ଡାଉନ୍ ଏମାନଙ୍କ ପାଇଁ ଭାରି ପଡିବ । କିନ୍ତୁ ଆମ ସେଲିବ୍ ସେମାନଙ୍କୁ କେବଳ ହାତ ଧୂଆ ଶିଖାଉଛନ୍ତି ।

ଇଟାଲୀର ୧୮ ଧନି ଦେଲେ ୨୫୦ କୋଟି ଟଙ୍କା

ଇଟାଲୀରେ ସବୁଠୁ ଭୟଙ୍କର ପରିସ୍ଥିତ ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ସେଠାକାର ଧନି ଆଗକୁ ଆସିଛନ୍ତି । ଇଟାଲୀର ୧୮ ଜଣ ଧନୀ ମିଳିତ ଭାବେ ୨୫୦ କୋଟି ଟଙ୍କା ଦେଇଛନ୍ତି । ଫେସନ ଲିଜେଣ୍ଡ୍ ଅରମାନୀ ରୋମ ଓ ମିଲାନ ହସ୍ପିଟାଲକୁ ୧୦ କୋଟି ଟଙ୍କା ଦେଇଛନ୍ତି । ହଙ୍ଗକଙ୍ଗର ସବୁଠୁ ଧନୀ ବ୍ୟକ୍ତି ଲି କାଙ୍ଗ ସିଙ୍ଗ୍ ବୁହାନର ମେଡିକାଲ କର୍ମଚାରୀଙ୍କ ପାଇଁ ୯୮ କୋଟି ଟଙ୍କା ଦାନ ଦେଇଛନ୍ତି ।

ଅନିଲ ଅଗ୍ରୱାଲ ୧୦୦ କୋଟି ଦେବେ, ମହିନ୍ଦ୍ରା ଦେବେ ଭେଣ୍ଟିଲେଟର

ବେଦାନ୍ତ ଚେୟାରମ୍ୟାନ୍ ଅନିଲ ଅଗ୍ରୱାଲ କରୋନା ବିରୋଧୀ ଲଢେଇ ପାଇଁ ୧୦୦ କୋଟି ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରବିବାର ଦିନ ମହିନ୍ଦ୍ରା ମୁଖ୍ୟ ଆନନ୍ଦ ମହିନ୍ଦ୍ର ଟ୍ୱିଟ୍ କରି ତାଙ୍କ କଂପାନି ଭେଣ୍ଟିଲେଟର ତିଆରି କରିବ ବୋଲି କହିଛନ୍ତି । ତାଙ୍କ କଂପାନି ଏଥିପାଇଁ କାମ ଆରମ୍ଭ କରି ସାରିଛି ବୋଲି ସେ ଟ୍ୱିଟ୍ କରିଛନ୍ତି । ଏହାସହ ମହିନ୍ଦ୍ରା କ୍ଷୁଦ୍ର ବ୍ୟବସାୟୀ ଓ ସ୍ୱରୋଜଗାରକାରୀଙ୍କ କ୍ଷତି ଭରଣ ଦିଗରେ କାମ କରିବ ବୋଲି ସେ ଘୋଷଣା କରିଛନ୍ତି ।

 

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର: ୧୦ ଛୁଇଁଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । ମଙ୍ଗଳବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨୫ରେ ପହଞ୍ଚିଥିବା ବେଳେ ୧୦ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । କରୋନା ଦ୍ୱାରା ସବୁଠାରୁ ଅଧିକ ମହାରାଷ୍ଟ୍ର ଓ କେରଳ ପ୍ରଭାବିତ ହୋଇଛି । ମହାରାଷ୍ଟ୍ରରେ ଏ ଯାଏଁ ୧୦୧ ଏବଂ କେରଳାରେ ୯୫ଟି ମାମଲା ସାମ୍ମାନକୁ ଆସିଛି । କରୋନା ଯୋଗୁଁ ୩୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଲକ୍‌ ଡାଉନ୍‌ କରାଯାଇଛି ।

ଚଣ୍ଡିଗଡ଼, ଦିଲ୍ଲୀ, ଗୋଆ, ଜମ୍ମୁ-କଶ୍ମୀର, ନାଗାଲ୍ୟାଣ୍ଡ, ରାଜସ୍ଥାନ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଲଦାଖ, ଝାରଖଣ୍ଡ, ଅରୁଣାଚଳପ୍ରଦେଶ, ବିହାର, ତେଲେଙ୍ଗାନା, ଛତିଶଗଡ଼, ପଞ୍ଚାବ, ହିମାଚଳପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ମେଘାଳୟ, ମଣିପୁର, ତାମିଲନାଡ଼ୁ, କେରଳ, ହରିୟାଣା, ଡାମନ ଡିଉ, ଦାଦ୍ରାନଗର ହାବେଳୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଗୁଜୁରାଟ କର୍ଣ୍ଣାଟକା, ଆସାମ, ମିଜୋରାମ, ସିକିମ୍‌ର ସମସ୍ତ ଜିଲ୍ଲାକୁ କରୋନା ଭାଇରସ ଲାଗି ୩୧ ମାର୍ଚ୍ଚ ଯାଏଁ ଲକ୍‌ ଡାଉନ୍ ରହିଛି । ଅପରପକ୍ଷରେ ଓଡ଼ିଶାରେ ମଙ୍ଗଳବାର ମଧ୍ୟରାତ୍ରୀରୁ ସାରା ଓଡ଼ିଶାରେ ଲାଗୁ ହେବ ଲକ୍ ଡାଉନ୍‌ ।

ନବୀନଙ୍କ ବିପର୍ଯ୍ୟୟ ପ୍ରବନ୍ଧନ ନୀତିକୁ ଅନୁକରଣ କରୁଛି ପୂରା ଭାରତ

କରୋନା ଭୟ: ବିମାନରେ ଛିଙ୍କିଲେ ଯାତ୍ରୀ… ଝରକା ବାହାରକୁ ଡେଇଁଲେ ପାଇଲଟ୍

କରୋନା ଡରାଉଛି । ସମଗ୍ର ବିଶ୍ୱ ଏହାକୁ ନେଇ ସତର୍କତା ଅବଲମ୍ବନ କରୁଛି । କରୋନାର ପ୍ରଭାବ ଚାରିଆଡେ ଦେଖିବାକୁ ମିଳୁଛି । କେବଳ ସେତିକି ନୁହେଁ ଦେଶର ଅର୍ଥନୀତିରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳୁଛି । କରୋନା ଭାଇରସର ଡର ଲୋକଙ୍କ ମଧ୍ୟରେ ବଢିବାରେ ଲାଗିଛି। ନିକଟରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଅନେକଙ୍କୁ ଆଚମ୍ବିତ କରିଛି। ଖବର ହେଉଛି, ଜଣେ ଯାତ୍ରୀ ଏକ ବିମାନରେ ଛିଙ୍କିଥିବାରୁ ସେହି ବିମାନର ପାଇଲଟ୍ କକପିଟ୍ ର ଜରୁରୀକାଳୀନ ଗେଟ୍ ରୁ ଡେଇଁପଡିଥିଲେ । ଏହି ଘଟଣା ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନ ୧୫-୭୩୨ରେ ଘଟିଛି । ଶୁକ୍ରବାର ଦିନ ଏହି ବିମାନ ଭିତରେ ହଇଚଇ ସୃଷ୍ଟି ହୋଇଥିଲା । ବିମାନରେ ବିଶୃଙ୍ଖଳା ବାତାବରଣ ସେତେବେଳେ ସୃଷ୍ଟି ହୋଇଥିଲା ଯେତେବେଳେ ଜଣା ପଡିଥିଲା ଯେ, କରୋନା ଭାଇରସର ଜଣେ ସନ୍ଦିଗ୍ଧ ରୋଗୀ ବିମାନରେ ଯାତ୍ରା କରୁଥିଲେ। ଜଣେ ଯାତ୍ରୀ ଛିଙ୍କିଥିବାରୁ ଏହି ଖବର ବ୍ୟାପିଥିଲା । ଏହି ଖବର ପାଇବା ମାତ୍ରେ ବିମାନ ଲ୍ୟାଣ୍ଡ ହେବା ପରେ ପାଇଲଟ୍-ଇନ୍-କମାଣ୍ଡ କକପିଟ୍ ଜରୁରୀକାଳୀନ ପ୍ରସ୍ଥାନରୁ ଡେଇଁପଡିଥିଲେ।

ସାଧାରଣତଃ ପାଇଲଟମାନେ ବିମାନର ସାମ୍ନା ଗେଟ୍ ରୁ ବାହାରକୁ ଯାଆନ୍ତି । କିନ୍ତୁ ଯେତେବେଳେ ପାଇଲଟ ଜାଣିବାକୁ ପାଇଲେ ଯେ ବିମାନର ପ୍ରଥମ ଧାଡିରେ ବସିଥିବା ଯାତ୍ରୀ ଛିଙ୍କିଛନ୍ତି, ସେ ଭୟଭୀତ ହୋଇ ଡେଇଁପଡିଥିଲେ । ଏହା ପରେ ସମସ୍ତ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ଯାତ୍ରୀଙ୍କୁ ପଛ ଦ୍ୱାର ଦେଇ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ଛିଙ୍କୁଥିବା ଯାତ୍ରୀଙ୍କୁ ଆଗ ଗେଟ ଦେଇ ଯିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସମସ୍ତ ଯାତ୍ରୀଙ୍କୁ ପରୀକ୍ଷା କରାଯାଇଥିଲା ଏବଂ ସମସ୍ତେଙ୍କ ଟେଷ୍ଟ ନେଗେଟିଭ୍ ଆସିଥିଲା । ଏହି ଘଟଣା ପରେ ଏୟାର ଏସିଆ ଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ପରେ ବିମାନକୁ ସମ୍ପୂର୍ଣ୍ଣ ଭାବେ ସଫା କରାଯାଇଛି। ଏହିପରି ଘଟଣା ପାଇଁ ଆମର କର୍ମଚାରୀମାନେ ଭଲ ଭାବେ ତାଲିମପ୍ରାପ୍ତ । ଏହା ସହିତ, ସେ ସେ ସବୁ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଭାଇରସ ସଂକ୍ରମଣ ରୋକିବାକୁ ଦେଶର ୭୬ ଜିଲ୍ଲାରେ ତାଲାବନ୍ଦ

ଦେଶରେ କାୟା ମେଲୁଛି କରୋନା । ୪ଶହ ପାଖାପାଖି ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗୋଟିଏ ଦିନରେ ୮୧ ନୂଆ କରୋନା ରୋଗୀ ଚିହ୍ନଟ କରାଯାଇଛି । ଭାଇରସ ସଂକ୍ରମଣ ରୋକିବାକୁ ଦେଶର ୭୬ ଜିଲ୍ଲାରେ ତାଲାବନ୍ଦ କରାଯାଇଛି । ରାଜଧାନୀ ଦିଲ୍ଲୀ, ମୁମ୍ବାଇ ସମେତ ବଡ଼ ସହର ଓ ରାଜ୍ୟରେ ଲକ୍‌ଡାଉନ୍‌ କରାଯାଇଛି। ମୁମ୍ବାଇରେ ଲୋକାଲ୍‌ ଟ୍ରେନ୍‌ ଉପରେ ରୋକ୍‌ ଲଗାଯାଇଛି। ସେହିପରି ଉତ୍ତରପ୍ରଦେଶର ୧୬ଟି ଜିଲ୍ଲାରେ ଲକ୍‌ଡାଉନ୍‌ ହୋଇଛି । ବିହାରରେ ବି ତାଲାବନ୍ଦ । ଗତକାଲି କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ପରେ ପୂରା ରାଜ୍ୟରେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କରାଯାଇଛି । ରାଜସ୍ଥାନ ଓ ଉତ୍ତରାଖଣ୍ଡରେ ବି କଟକଣା ଜାରି ହୋଇଛି । ରାଜସ୍ଥାନର ସୀମା ସିଲ୍‌ । ପଞ୍ଜାବର ୫ ଜିଲ୍ଲାରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି । କରୋନା ସଂକ୍ରମଣ ରୋକିବାକୁ ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ହରିୟାଣା, କେରଳ, ଗୁଜରାଟ, ଛତିଶଗଡ଼, ଝାଡ଼ଖଣ୍ଡ, ଗୋଆ, ତେଲେଙ୍ଗାନା ଓ ନାଗାଲାଣ୍ଡରେ ବି କଟକଣା ଲଗାଯାଇଛି। ସେପଟେ ଆଜିଠୁ ସଂସଦ ମଧ୍ୟ ମୁଲତବି କରାଯିବ। ଗତକାଲି କରୋନା ୩ ଜୀବନ ନେଇଛି । ଜଣେ ବିଦେଶୀ ନାଗରିକଙ୍କ ସହ କୋଭିଡ୍‌-୧୯ରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

କରୋନା ସମ୍ପର୍କରେ ମିଥ୍ୟା ପ୍ରଚାର ଅଭିଯୋଗ: ବନ୍ଧା ହେଲେ ନାବାଳକ

ଆନନ୍ଦପୁର: ସୋସିଆଲ ମିଡ଼ିଆରେ  କରୋନା ଭାଇରସ ସମ୍ପର୍କିତ  ମିଥ୍ୟା ପୋଷ୍ଟକୁ ନେଇ ଜୈନେକ ନାବାଳକକୁ ଗିରଫ କରିଛି ଆନନ୍ଦପୁର ପୋଲିସ। ନାବାଳକଙ୍କ ଫେସବୁକ ପୋଷ୍ଟ କେନ୍ଦୁଝର ଏସ୍‌ପିଙ୍କ ଦୃଷ୍ଟି ଗୋଚର ହେବାରୁ ତାଙ୍କ ଆଦେଶ କ୍ରମେ ନାବାଳକ କୁ ଗିରଫ କରାଯାଇଛି। ତେବେ କରୋନା ସମ୍ପର୍କିତ କୌଣସି ମିଥ୍ୟା ଖବର ପ୍ରଚାର ନକରିବାକୁ ବାରମ୍ବାର ଅନୁରୋଧ ପରେ ବି ଏସବୁଥିରୁ ବାଦ ଯାଉନାହାଁନ୍ତି ଯୁବ ଗୋଷ୍ଠୀ ତେଣୁ ଏଭଳି ଦଣ୍ଡ ନିହାତି ଆବଶ୍ୟକ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

‘ଆଇସୋଲେସନ୍‌ ଦ୍ୱାରା ସୁସ୍ଥ ହେବେ ୮୦% ରୋଗୀ’

ନୂଆଦିଲ୍ଲୀ: ଦେଶ ତଥା ସାରା ବିଶ୍ୱରେ କରୋନା ଅଧିକରୁ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଏଭଳି ସମୟରେ କରୋନା ଭାଇସରର ସଂକ୍ରମଣରୁ ବର୍ତ୍ତିବ ଏବଂ ଉପଚାରକୁ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଓ ଇଣ୍ଡିଆନ୍‌ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ରବିବାର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଯେଉଁଥିରେ ସେମାନେ କରେନା ଭାଇରସକୁ ବ୍ୟାପିବାରୁ ରୋକିବା ଲାଗି କିଛି ପ୍ରଭବଶାଳୀ ଉପାୟ ନେଇ ଅବଗତ କରାଇଛନ୍ତି ।

ସାମ୍ୱାଦିକ ସମ୍ମିଳନୀରେ ୧୪ ଦିନ ଆଇସୋଲେସନ୍‌ରେ ରହିବା ଦ୍ୱାରା ୮୦% ରୋଗୀ ଠିକ୍ ହୋଇଯାଅନ୍ତି ବୋଲି କହିଛନ୍ତି । କେବଳ ୫% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ଆବଶ୍ୟକ ପଡ଼ିପାରେ । ତେବେ କରୋନା ଲକ୍ଷଣ ଦେଖାଗଲେ ହିଁ  ଏ ନେଇ ଟେଷ୍ଟ କରାନ୍ତୁ ନଚେତ୍‌ ଅଯଥାରେ ମେଡିକାଲ୍‌ରେ ଗହଳି ନକରିବାକୁ ପରାମର୍ଶ ଦେଇଛନ୍ତି ।

ଆଇସିଏମ୍‌ଆରର ମହାନିର୍ଦ୍ଦେଶକଙ୍କ କହିବା ଅନୁଯାୟୀ କରୋନା ସଂକ୍ରମଣ ରୋକିବାର ସବୁଠୁ ଭଲ ଉପାୟ ହେଉଛି ପଜେଟିଭ୍‌ ବ୍ୟକ୍ତିଙ୍କୁ ଆଇସୋଲେସନ୍‌ରେ ରଖିବା । ଯେଉଁମାନେ ବିଦେଶରୁ ଆସିଛନ୍ତି ସେମାନେ ନିଜେ ନିଜେ ଆଇସୋଲେସନ୍‌ରେ ରହିବା ଆବଶ୍ୟକ । ଆଇସୋଲେସନ୍‌ରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୦% ଲୋକଙ୍କୁ ହାଲୁକା ଜର ହେବ । ସେମାନେ ଖୁବଶୀଘ୍ର ଠିକ୍‌ ହୋଇଯିବେ । କେବଳ ୫% ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରବାକୁ ପଡ଼ିଥାଏ  । ଏବଂ ସେମାନଙ୍କୁ କିଛି ଔଷଧ ଦିଆଯାଇଥାଏ ।

ଭାର୍ଗବଙ୍କ କହିବାନୁଯାୟୀ ବିଶ୍ୱର ବିକଶିତ ଦେଶମାନଙ୍କରେ  ଅଧିକ ସଂଖ୍ୟାରେ ଲୋକେ ମୃତ୍ୟୁ ବରଣ କରୁଛନ୍ତି । ଏଭଳି ସମୟରେ  ବାହାରୁ ଆସିଥିବା ଲୋକଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟଟାଇନ୍‌ ବା ପୃଥକବାସରେ ରହିବା ଆବଶ୍ୟକ । ଯେତେବେଳେ ଲକ୍ଷଣ ଦେଖାଯାଏ ସେତେବେଳେ ହିଁ ଟେଷ୍ଟ କରାଇବା ଆବଶ୍ୟକ । ଦେଶରେ କରୋନା ପରୀକ୍ଷଣ ଲାଗି ପର୍ଯ୍ୟାପ୍ତ ସୁବିଧା ରହିଛି । ଏବେ ଫ୍ରାନ୍ସରେ ୧ ସପ୍ତାହ ମଧ୍ୟରେ  ।୧୦ ହଜାର, ଜର୍ମାନୀରେ ୪୨ ହଜାର, ଦକ୍ଷିଣ କରୋଆରେ ୮୦ ହଜାର ଲୋକଙ୍କ ପରୀକ୍ଷଣ କରାଯାଇଛି । ଆମ ପାଖରେ ୬୦ରୁ ୭୦ ହଜାର ଲୋକଙ୍କ ପରୀକ୍ଷଣ କରିବା ନେଇ ଭିତ୍ତିଭୂମି ରହିଛି । ଏଥି ସହିତ ୬୦ଟି  ଘରୋଇ କ୍ଳିନିକ୍‌ଗୁଡ଼ିକରେ ମଧ୍ୟ ପରୀକ୍ଷା କରାଇବାକୁ ଅନୁମତି ଦିଆଯାଇଛି ।  ।

ସ୍ୱାସ୍ଥ୍ୟମନ୍ତ୍ରାଳୟର ସଂଯୁକ୍ତ ସଚିବ ଲବ ଅଗ୍ରଓ୍ୱାଲଙ୍କ କହିବା ହେଲା,  ରାଜ୍ୟର ପ୍ରମୁଖ ସଚିବ ଏବଂ ପ୍ରମୁଖ ସଚିବ ସ୍ୱାସ୍ଥ୍ୟ ବିଭାଗ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରେନା ଚିକିତ୍ସା ନେଇ ସ୍ୱତନ୍ତ୍ର ହସ୍ପିଟାଲ ଖୋଲିବାକୁ କୁହାଯାଇଛି । ଏହି ହସ୍ପିଟାଲ ଗୁଡ଼ିକରେ କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯିବ ।

ରେଜିଷ୍ଟ୍ରେସନ୍ ପାଇଁ ବିଦେଶରୁ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

 

ଯୋଦ୍ଧାମାନଙ୍କ ପାଇଁ କରତାଳି ଦେବାବେଳେ ଭାବୁକ ହୋଇଥିଲେ ଏହି ଅଭିନେତ୍ରୀ, ଭିଡିଓ ଭାଇରାଲ

ରବିବାର ସନ୍ଧ୍ୟାରେ ସମଗ୍ର ଦେଶ କରୋନା ଭାଇରସ ପାଇଁ ଲଢୁଥିବା ଯୋଦ୍ଧାମାନଙ୍କୁ ସମସ୍ତେ କରତାଳି, ଥାଲି ଏବଂ ଶଙ୍ଖ ବଜାଇ ଧନ୍ୟବାଦ ଜଣାଇଥିଲେ। ଗତ କାଲି ପୁରା ଦିନ ସମସ୍ତେ ଏହି ଜନତା କର୍ଫ୍ୟୁର ପାଳନ କରିଥିଲେ । ହେଲେ ଡାକ୍ତର, ପୋଲିସ, ଗଣମାଧ୍ୟମର ଲୋକେ କାମ କରି ଦେଶର ସେବା କରୁଥିଲେ । ହରିୟାଣାର କୁଇନ୍ ସପନା ଚୌଧୁରୀ ମଧ୍ୟ କରତାଳି ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ସମୟରେ ସେ ଭାବୁକ ହୋଇଥିଲେ । ସପନା ନିଜେ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓ ଆରମ୍ଭରେ ସେ ଲୁହ ପୋଛିଥିବାର ନଜର ଆସିଥିଲେ।

ଭିଡିଓ ସେୟାର କରି ସପନା ଲେଖିଛନ୍ତି ଯେ, ‘ଖରାପ ସମୟରେ ମଧ୍ୟ କିଛି ଭଲ ହୋଇଛି। ଏହି ଏକତା ଦେଖି ସେ ଗର୍ବିତ । ସମସ୍ତେ ମିଳିମିଶି ଏହି ଭାଇରସ ସହ ଲଢିଲେ ଏହାର ସଂକ୍ରମଣ କମିବ ବୋଲି କହିଛନ୍ତି ସପନା । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସପନାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଅନେକ ଲୋକେ ପସନ୍ଦ କରିଛନ୍ତି । ସେଲିବ୍ରେଟମାନେ ମଧ୍ୟ ଭିଡିଓରେ କମେଣ୍ଟ ଦେଇଛନ୍ତି ।

ସପନାଙ୍କ ବ୍ୟତୀତ ସାଧାରଣ ଲୋକେ ଓ ଅନେକ ସିନେମାର ଷ୍ଟାରମାନେ କରୋନା ଜୀବାଣୁ ବିରୁଦ୍ଧରେ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସନ୍ଧ୍ୟା ପାଞ୍ଚଟା ବେଳେ କରତାଳି, ଥାଲି ଏବଂ ଶଙ୍ଖ ବଜାଇ ଏହା ଆରମ୍ଭ କରାଯାଇଥିଲା । ସମଗ୍ର ଦେଶବାସୀ ଏହି କାର୍ଯ୍ୟ ଉତ୍ସାହ ସହ କରିଥିଲେ । କିଛି ଦିନ ପୂର୍ବରୁ ସପନାଙ୍କ ନିର୍ବନ୍ଧ ଖବର ସାମ୍ନାକୁ ଆସିଥିଲା। ରିପୋର୍ଟ ଅନୁସାରେ ସପନା ହରିୟାଣା ଗାୟକ ତଥା ଅଭିନେତା ଭୀର ସାହୁଙ୍କୁ ବିବାହ କରିବେ। ତେବେ ଉଭୟ ଏହି ବିଷୟରେ ଆନୁଷ୍ଠାନିକ ଘୋଷଣା କରିନାହାଁନ୍ତି। କିଛି ଦିନ ତଳେ ଏକ ସାକ୍ଷାତକାରରେ ସପନା, ଭୀରଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଥିଲେ । ଭୀରଙ୍କୁ ହରିୟାଣାର ବାବୁଲୁ ମାନ୍ କୁହାଯାଏ ।

https://www.instagram.com/p/B-CQ5sXll3A/?utm_source=ig_embed

 

ଜନତା କର୍ଫ୍ୟୁ ଏବଂ ଲକଡାଉନ୍ ରୋକିବ କରୋନା ସଂକ୍ରମଣ !

କରୋନା ସଂକ୍ରମଣକୁ ଅଟକାଇବ ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ । ଦିନକୁ ଦିନ କରୋନା ତାହାର କାୟା ବିସ୍ତାର କରିବାରେ ଲାଗିଛି । ଜଣଙ୍କ ପରେ ଜଣେ ସଂକ୍ରମିତ ହେବାରେ ଲାଗିଛନ୍ତି । ଏଭଳି ସମୟରେ ଏହି ଚେନ୍‌କୁ ଭାଙ୍ଗିବା ଅର୍ଥାତ ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ରୋକିବା ଲାଗି ଜନତା କର୍ଫ୍ୟୁ ଏବଂ ଲକ୍‌ ଡାଉନ୍‌ ଭଳି ପଦକ୍ଷେପ ଫଳପ୍ରଦ ହେବ ବୋଲି କହିଛନ୍ତି ବିଶେଷଜ୍ଞ । କରୋନା ମୁକାବିଲା ନେଇ ଚୀନ ତା’ ଅଭିଜ୍ଞତାରୁ କହିଛି ଯେ, ଉହାନରେ  ଲକ୍‌ଡାଉନ୍‌ ଦ୍ୱାରା ଏହି ରୋଗ ନିୟନ୍ତ୍ରିତ ହୋଇଥିଲା। ଉହାନ୍‌ ପ୍ରାୟ ୨ମାସ ପାଇଁ ବନ୍ଦ ରହିଥିଲା।

ଉହାନରେ ଲକ୍‌ଡାଉନ୍‌ ଷ୍ଟ୍ରାଟେଜି ସଫଳ ହେବା ପରେ ସମାନ ପଦକ୍ଷେପ ଗ୍ରହଣ କରିଛି ଭାରତ । ଡାକ୍ତରଙ୍କ କହିବା ଅନୁସାରେ ଜନତା କର୍ଫ୍ୟୁ ଏବଂ ଲକଡାଉନ୍ ଏହି ବିସ୍ତାରକୁ ହ୍ରାସ କରିବାରେ ସାହାଯ୍ୟ କରିବ । ଯଦି ଏହି ପ୍ରୟାସ ଗୁଡିକ ସଫଳ ହୁଏ ତାହେଲେ ସଂକ୍ରମଣକ ଭାଙ୍ଗିଯିବ । ଏହା ଦ୍ୱାରା ସଂକ୍ରମଣର ବିପଦକୁ ଏଡ଼ାଇ ଦିଆଯାଇପାରିବ । ଡାକ୍ତଙ୍କ କହିବାନୁସାରେ ଏହି ମାମଲା ସଂକ୍ରମଣ ଯୋଗୁଁ ବଢୁଛି ଏବଂ ଏହି ସମୟରେ ସଂକ୍ରମଣକୁ ବନ୍ଦ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  ।

କରୋନା ସଂକ୍ରମଣ ଉପରେ ଅନୁସନ୍ଧାନ କରୁଥିବା ପ୍ରଫେସରଙ୍କ କହିବାନୁସାରେ ଯେଉଁ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ସେହି ଦେଶ ଲକଡାଉନ୍ ପଦକ୍ଷେପ ଆପଣାଇବା ଉଚିତ୍ । ସଂକ୍ରମଣ ବନ୍ଦ କରିବା ପାଇଁ ସମସ୍ତ ଦେଶ ଏହା କରିବା ଆବଶ୍ୟକ। ଏହି ପ୍ରକ୍ରିୟା ଦ୍ୱାରା ଏହାକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଜନତା କର୍ଫ୍ୟୁ ଭଳି ପଦକ୍ଷେପ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛି। ଏହି ବିପଦରୁ ରକ୍ଷା ପାଇବା ପାଇଁ ଲୋକମାନେ ସତର୍କ ରହିବା ଜରୁରୀ। ଦେଶରେ କରୋନା ଜୀବାଣୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ , ଭାରତରେ ଏହି ଜୀବାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୯୬ ରେ ପହଞ୍ଚିଛି। ଏଥିସହ ମୃତ୍ୟୁ ସଂଖ୍ୟା ୪ରୁ ୭କୁ ବୃଦ୍ଧି ପାଇଛି।