ସୁକତେଲ ବ୍ରିଜ ଭୁଶୁଡ଼ିବା ଘଟଣାରେ ନିଲମ୍ବିତ ହେଲେ ନିର୍ବାହୀ ଯନ୍ତ୍ରୀ

1 min read

ବଲାଙ୍ଗିର: ପାଟଣାଗଡ଼ ତମିଆ-ମୁଦଲସର ବ୍ରିଜ ଭୁଶୁଡିବା ଘଟଣା । ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଣ୍ଠୋନି କିଷାନ ନିଲମ୍ବିତ ହୋଇଛନ୍ତି । ସୁକତେଲ ବ୍ରିଜ ଭୁଶୁଡ଼ି ଗତ ୨୯ ତାରିଖରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ନିଲମ୍ବିତ କରଇଛନ୍ତି ରାଜ୍ୟ ସରକାର । ତାଙ୍କ ସ୍ଥାନରେ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିଙ୍କ ଦାୟିତ୍ୱ ଦିଆଯାଇଛି ।

ସୂଚନା ଅନୁଯାୟୀ, ୧୮୩ ମିଟର ଏହି ପୋଲ ତିଆରି କରିବା ପାଇଁ ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ ୬କୋଟି ୯୯ଲକ୍ଷ୯୭ ହଜାର ୨୭୮ ଟଙ୍କା ବ୍ୟୟ ଅଟକଳରେ ଚୁକ୍ତି କରିଥିଲା । ୨୦୧୪ ମସିହା ଫେବୃଆରୀ ୨୬ ତାରିଖରେ ପୋଲ କାମ ଆରମ୍ଭ ହୋଇ ୨୫ ଫେବୃଆରୀ ୨୦୧୬ ମସିହାରେ କାମ ସରିଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସମାପ୍ତ କାରିଥିବାରୁ ଠିକା ସଂସ୍ଥାକୁ ୫୦ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ ମଧ୍ୟ କରାଯାଇଥିଲା ।

କିନ୍ତୁ ପୋଲ ତିଆରି ହେବାର କିଛି ବର୍ଷ ପରେ ଫାଟ ସୃଷ୍ଟି ହେଇଥିବାରୁ ସ୍ଥାନୀୟ ଲୋମେ ନିମ୍ନମାନର କାମ ହୋଇଥିବା ନେଇ ଅଭିଯୋଗ କରିଥିଲେ । ସ୍ଥାନୀୟ ବିଧାୟକ ସରୋଜ ମେହେର ନିମ୍ନମାନର କାମକୁ ନେଇ ମୁଖ୍ୟଯନ୍ତ୍ରୀଙ୍କୁ ଅବଗତ କଲା ପରେ ଆରଡବ୍ଲୁଡି ମୁଖ୍ୟଯନ୍ତ୍ରୀ ତିନି ଜଣିଆ ଟିମ୍‌ ଗଠନ କରି ତଦନ୍ତ କରାଇଥିଲେ । ତିନି ଜଣିଆ  ଟିମ୍‌ ଯାଞ୍ଚ କଲା ପରେ କ୍ଷତିଗ୍ରସ୍ତ ହେଇଥିବା ଫେଜ ଗୁଡିକୁ ଭାଙ୍ଗୀ ନୂତନ କରି ତିଆରି କରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଠିକା ସଂସ୍ଥା ଏହି କାମ କରିବା ସମୟରେ ବ୍ରିଜଟି ଭୁଶୁଡ଼ି ପଡ଼ିଥିଲା ।

Leave a Reply