ବନ୍ଦେ ଭାରତ ମିଶନ ଜରିଆରେ ସ୍ୱଦେଶ ଫେରିବେ ୧୫ହଜାର ପ୍ରବାସୀ

1 min read

ନୂଆଦିଲ୍ଲୀ: ସ୍ୱଦେଶ ଫେରୁଛନ୍ତି ପ୍ରବାସୀ ଭାରତୀୟ । ବନ୍ଦେ ଭାରତ ମିଶନ ଜରିଆରେ ବିଶ୍ୱର କୋଣ ଅନୁକୋଣରୁ ଚାଲିଛି ବାହୁଡ଼ା ଯାତ୍ରା । ଆଜି ୪ଟି ବିମାନରେ ଭାରତ ଫେରିବେ ପ୍ରବାସୀ । ଢାକା, କୁଏତ, ମସ୍କଟ ଏବଂ ସାରଜାରୁ ଶତାଧିକ ପ୍ରବାସୀ ଭାରତୀୟ ଓ ଛାତ୍ରଛାତ୍ରୀ ଭାରତ ଫେରୁଛନ୍ତି । ଗତକାଲି ବାହାରିନ୍‌ରୁ ୧୭୭ ଯାତ୍ରୀଙ୍କୁ ନେଇ ଗୋଟିଏ ବିମାନ କୋଚିରେ ପହଞ୍ଚିଥିଲା ।

ପୂର୍ବରୁ ଦୁବାଇରୁ ୨ଟି ବିମାନରେ ୩୬୩ ଜଣ ଭାରତ ପହଞ୍ଚିଛନ୍ତି । ସେହିପରି ସିଙ୍ଗାପୁରରୁ ୨୩୪ ଏବଂ ଢାକାରୁ ୧୬୮ ଜଣ ପ୍ରବାସୀ ଦେଶକୁ ଫେରିଛନ୍ତି ।  ୬୭ହଜାର ୮ଶହ ୩୩ ଜଣ ସ୍ୱଦେଶ ଫେରିବାକୁ ରେଜିଷ୍ଟ୍ରେସନ କରିଛନ୍ତି । ସପ୍ତାହକ ମଧ୍ୟରେ ଦେଶର ୧୪ ସହରକୁ ପର୍ଯ୍ୟାୟ କ୍ରମେ ୬୪ଟି ବିମାନ ଆସିବ ।

WHO ମାନିଲା କରୋନା ପାଇଁ ଚୀନ୍ ଦାୟୀ ! ଜାଣନ୍ତୁ କେମିତି…

ଭାରତ ଫେରିବାକୁ ଆବେଦନ କରିଥିବା ପ୍ରବାସୀଙ୍କ ମଧ୍ୟରେ ମୋଟ ୩୪ ପ୍ରତିଶତ ଛାତ୍ରଛାତ୍ରୀ ଅଛନ୍ତି । କରୋନା ସଂକଟ ମଧ୍ୟରେ ବିଶ୍ୱ ବିଭିନ୍ନ ଦେଶରେ ଫସିରହିଥିବା  ପ୍ରବାସୀଙ୍କୁ ଫେରାଇ ଆଣିବାକୁ ମେ ୭ ତାରିଖରେ ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ ଭାରତ ସରକାର । ୧୫ ତାରିଖ ଯାଏ ମିଶନ ଚାଲିବାକୁ ଥିବା ବେଳେ, ପ୍ରାୟ ୧୫ହଜାର ପ୍ରବାସୀ ସ୍ୱଦେଶ ଫେରିବେ ।

Leave a Reply