ଗଞ୍ଜାମ-ଗଜପତି ସୀମାନ୍ତ ସିଲ୍‌, ଗଞ୍ଜାମ ଯିବା ପାଇଁ ସରକାରୀ କର୍ମଚାରୀଙ୍କୁ ମଧ୍ୟ ବାରଣ

1 min read

ଗଜପତି: ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି । ଘଣ୍ଟା ଘଣ୍ଟା କରେ ରାଜ୍ୟରେ କରୋନା ସଂଖ୍ୟାରେ ପରିବର୍ତ୍ତନ ହେଉଛି । ପଜିଟିଭ୍‌ ସଂଖ୍ୟା ଗୋଟେ କି ଦୁଇଟି ନୁହଁ, ଏକା ଥରକେ ୧୦ ପରେ ରହୁଛି । ଯାହାକୁ ନେଇ ପୁରା ରାଜ୍ୟ ଏବେ ଏକ ପ୍ରକାର ଆଶଙ୍କାରେ ରହୁଛି।

ଗ୍ରୀନ୍‌ ଜୋନ୍‌ରେ ଥିବା ଗଜପତି ଜିଲ୍ଲା ଏବେ ଦୃଢ଼ ପଦକ୍ଷେପ ନେଇଛି । ଗଞ୍ଜାମରେ କରୋନା ସଂଖ୍ୟା ଅହରହ ବଢ଼ୁଥିବା ଦେଖି ଆଗୁଆ ସତର୍କ ହୋଇଛି ଗଜପତି ଜିଲ୍ଲା । ସୁରତ ଫେରନ୍ତାଙ୍କ ପରେ ଗଞ୍ଜାମରେ ଯେଉଁ ଭଳି ଭାବରେ କରୋନା ସଂଖ୍ୟାରେ ପରିବର୍ତ୍ତନ ହୋଇଛି ତାକୁ ଦେଖି ଗଞ୍ଜାମ-ଗଜପତି ସୀମାନ୍ତକୁ ସିଲ କରାଯାଇଛି I

ଚିନ୍ତା ବଢ଼ାଉଛି ଗଞ୍ଜାମ, ରାଜ୍ୟରେ ପୁଣି ୧୪ ନୂଆ କରୋନା ପଜିଟିଭ୍‌

ରାଜ୍ୟରେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ସୁରତ ଫେରନ୍ତା ମାନଙ୍କ ପାଇଁ ଅଧିକ ପ୍ରଭାବିତ ହୋଇଛି ତା ସହ ଜିଲାରେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇସାରିଲେଣି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାର କୌଣସି ସରକାରୀ କର୍ମଚାରୀଙ୍କୁ ଗଞ୍ଜାମ ଜିଲ୍ଲା ଯିବାକୁ ମନା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା I

ମୟୂରଭଞ୍ଜରେ କାୟା ବିସ୍ତାର କରୁଛି କରୋନା

Leave a Reply