ସୀମା ସିଲକୁ ଖାତିର କରୁନାହାନ୍ତି ପ୍ରବାସୀ, ଭାଙ୍ଗୁଛନ୍ତି ନିୟମ

ଗଞ୍ଜାମ: ଦିନକୁ ଦିନ ବଢିବାରେ ଲାଗିଛି ପ୍ରବାସୀଙ୍କ ଚିନ୍ତା । ପ୍ରବାସୀ ବିଭିନ୍ନ ଜିଲ୍ଲାରୁ ଓଡ଼ିଶାକୁ ଆସୁଥିବା ବେଳେ ଓଡ଼ିଶା ଦେଇ ପଡ଼ୋଶୀ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ। ଆଜି ସକାଳୁ ସକାଳୁ ୧୬ନମ୍ବର ଜାତୀୟ ରାଜପଥରେ ବହୁ ପ୍ରବାସୀ ଶ୍ରମିକ ଚାଲିଚାଲି ଯାଉଥିବା ଦେଖିବାକୁ ମିଳିଛି । ବ୍ରହ୍ମପୁର ଠାରୁ ଛତ୍ରପୁର ରାସ୍ତାରେ ଯାଉଥିବା ଶ୍ରମିକ ସମସ୍ତେ ଆନ୍ଧ୍ର ପ୍ରଦେଶରୁ ଆସିଥିବା ବେଳେ ସମସ୍ତେ ବାଲେଶ୍ୱର ଅଭିମୁଖେ ଯାଉଥିବା ଜଣାପଡିଛି ।

ଅପରପକ୍ଷେ ଆଉ କିଛି ଶ୍ରମିକ ବିହାର ଅଭିମୁଖେ ଯାଉଥିବା ଜଣାପଡିଛି । ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ କଟକଣା ଜାରି ରହିଥିବା ବେଳେ ରାଜ୍ୟର ସୀମା ସହିତ ବିଭିନ୍ନ ଜିଲ୍ଲାର ସୀମାକୁ ସିଲ କରାଯାଇଛି । ତଥାପି ଏତେ ସଂଖ୍ୟକ ଶ୍ରମିକ ଜାତୀୟ ରାଜପଥରେ କିଭଳି ଚାଲିଚାଲି ରାଜ୍ୟ ପାର ହେଉଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

Leave a Reply