spot_img
Home Blog Page 7109

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା

ଭୁବନେଶ୍ୱର: ୱେଲ୍‌ମାର୍କ ଲୋ’ ପ୍ରେସର୍‌ର ରୂପନେଲା ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେବ । ୧୬ ତାରିଖରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ, ତାହା ୧୭ ତାରିଖରେ ସ୍ପଷ୍ଟ ହେବ । ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି ।

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ୧୬ ସଂଧ୍ୟାରେ ନେବ ଅସଲ ରୂପ । ବାତ୍ୟର ଗତି ଗତି ପରିବର୍ତ୍ତନ ନହେଲେ ପ୍ରଭାବିତ ହେବ ଓଡ଼ିଶା । ତେବେ ବିଶେଷଜ୍ଞଙ୍କ ଆକଳନ ହେଉଛି  ବାହାରୁ ବାହାରୁ ଏହା ବାଂଲାଦେଶ ମୁହାଁ ହେବ । ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ’କୁ ନେଇ ଏଭଳି ଆକଳନ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ’ ପ୍ରେସର ଅବପାତରେ ପରିଣତ ହେବ । ୧୬ ତାରିଖ ସଂଧ୍ୟା ସୁଦ୍ଧା ଏହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ୧୭ ତାରିଖରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଗତି ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ମୁହାଁଇବ । ଏହା ୧୯ ତାରିଖ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ରହିବ ।

ବାତ୍ୟାର ରୂପ ନେବା ପରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିବ । ବିଶେଷକରି ୧୮ ତାରିଖରେ ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହୋଇପାରେ । ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଣ୍ଟା ପ୍ରତି ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଯଦି ୧୭ ତାରିଖରେ ଏହା ଗତି ପରିବର୍ତ୍ତନ ନ କରେ ତେବେ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ । ଏହାକୁ ଦୃଷ୍ଟିରେ ରଖି ୧୭ ତାରିଖ ସନ୍ଧ୍ୟା । ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ‘ଅମ୍ପାନ’ ଉପରେ ତୀକ୍ଷ୍ଣ ନଜର ରଖିଛି ପାଣିପାଗ ବିଭାଗ । ରାଜ୍ୟ ସରକାର ମଧ୍ୟ ମୁକାବିଲା ପାଇଁ ସଜାଗ ଅଛନ୍ତି ।

ଫନି ଭଳି ଶକ୍ତିଶାଳୀ ହୋଇନପାରେ କିନ୍ତୁ ବୁଲ୍‌ବୁଲ୍‌ ଭଳି ପ୍ରଭାବ ରହିବାର ଆଶଙ୍କା

ଗତବର୍ଷ ମେ’ ୩ ତାରିଖରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି । ପୁରୀ ସମେତ ରାଜଧାନୀ ଭୁବନେଶ୍ୱର ଛାରଖାର ହୋଇଯାଇଥିଲା । ଏବେ ବାତ୍ୟା ଅମ୍ଫାନ ବଙ୍ଗୋପସାଗରେ ଧୀରେଧୀରେ ଶକ୍ତିଶାଳୀ ହେଉଛି । ଫନି ଭଳି ଏହା ଭୟଙ୍କର ନହେଲେ ବି ହୁଡ୍‌ହୁଡ୍‌ ଭଳି ବର୍ଷା ପବନ ହେବ ବୋଲି ଆକଳନ କରାଯାଉଛି ।

ମାଗଣା ମିଳିବ ୫ କେଜି ଶସ୍ୟ, କେଜିଏ ଡାଲି

ନୂଆଦିଲ୍ଲୀ: ଲକଡାଉନ୍ ଯୋଗୁଁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଭୋକିଲା ରହିବେ ନାହିଁ । ଆତ୍ମନିର୍ଭର ଭାରତ ଅଭିଯାନ ମାଧ୍ୟମରେ ସେମାନଙ୍କୁ ସହାୟତା ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା କିମ୍ବା ରାଜ୍ୟ ହିତାଧିକାରୀ ତାଲିକାରେ ସାମିଲ୍ ନଥିଲେ ବି ସେମାନଙ୍କୁ ରାସନ ମିଳିବ ।

୨ ମାସ ପାଇଁ ସମସ୍ତ ପ୍ରବାସୀ ପରିବାରକୁ ମାସିକ ୫ କେଜି ଶସ୍ୟ ସହ ଏକ କେଜି ଚଣା ଡାଲି ଯୋଗାଇ ଦିଆଯିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ୨ ମାସରେ ୩୫୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାଦ୍ୱାରା ପ୍ରାୟ ୮ କୋଟି ପ୍ରବାସୀ ଉପକୃତ ହେବେ ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଚିହ୍ନଟ କରି ଏହି ସୁବିଧା ଯୋଗାଇ ଦେବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏଥିସହ ମାର୍ଚ୍ଚ ୨୦୨୧ ସୁଦ୍ଧା ସାରା ଦେଶରେ ୱାନ୍ ନେସନ୍ ୱାନ୍ ରାସନ୍ କାର୍ଡ ଲାଗୁ ହେବ । ଫଳରେ ଯେ କେହି ବି ଦେଶର କୌଣସି ସରକାରୀ ବିକ୍ରୟ କେନ୍ଦ୍ରରୁ ରାସନ ନେଇପାରିବ । ପ୍ରବାସୀ ଶ୍ରମିକ ଏହା ଦ୍ୱାରା ବିଶେଷ ଭାବରେ ଉପକୃତ ହେବେ । ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟକୁ ଯାଇ କାମ କରୁଥିବା ଶ୍ରମିକ ନିଜ ପାଖରେ ଥିବା କାର୍ଡ ଦ୍ୱାରା ଦେଶର ଯେକୌଣସି ସ୍ଥାନରୁ ରାସନ ନେଇ ପାରିବେ ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

ପ୍ରବାସୀଙ୍କ ପାଇଁ ଖର୍ଚ୍ଚ ହେବ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ପ୍ୟାକେଜ୍ ସହାୟତା ଘୋଷଣା କରିଛନ୍ତି । ଗତକାଲି ଉଦ୍ୟୋଗ ଜଗତ ପାଇଁ ଘୋଷଣା କରିଥିବା ବେଳେ ଆଜି ଗ୍ରାମୀଣ, ପ୍ରବାସୀ, କୃଷକ ଓ ଉଠା ଦୋକାନୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଲକଡାଉନ୍ ଯୋଗୁଁ ପ୍ରବାସୀ ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏହା ଉପରେ ଗୁରୁତ୍ୱ ଦେଇଛନ୍ତି ନିର୍ମଳା ।

ପ୍ରବାସୀଙ୍କ ପାଇଁ ସେଲ୍ଟର ହୋମ୍ ସହ ଖାଦ୍ୟ ଓ ପାନୀୟ ଯୋଗାଇ ଦେବା ପାଇଁ ରାଜ୍ୟ ଗୁଡ଼ିକ SDRF ବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବ୍ୟବହାର କରିବାକୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିସହ କେନ୍ଦ୍ର ସରକାର ୧୧୦୦୨ କୋଟିର ଅନୁଦାନ ଏପ୍ରିଲ ୩ ତାରିଖ ସୁଦ୍ଧା ସମସ୍ତ ରାଜ୍ୟର SDRFକୁ ପ୍ରଦାନ କରିଛନ୍ତି ।

MSME ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ୍ ଘୋଷଣା

ସହରାଞ୍ଚଳରେ ରହୁଥିବା ବାସହୀନଙ୍କୁ ଦୈନିକ ୩ ଥର ଖାଇବା ମାର୍ଚ୍ଚ ୨୮ରୁ ଦିଆଯାଉଛି । ସ୍ୱୟଂ ସହାୟକ ଗୋଷ୍ଠୀ ବା SHG ପାଇଁ ସାରା ଦେଶରେ PAiSA ପୋର୍ଟାଲ କାର୍ଯ୍ୟକାରୀ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଲକଡାଉନରେ ରାସ୍ତା କଡ଼ରେ ଆରାମ କରୁଛି ଚିତାବାଘ, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ: ଗୁରୁବାର ଦିନ ରଙ୍ଗାରେଡ୍ଡୀ ଜିଲ୍ଲାରେ ମୈଲାରଦେଭପଲ୍ଲୀର ରାସ୍ତା କଡ଼ରେ ଚିତାବାଘ ଟିଏ ଆରାମ କରୁଥିବାର ଦେଖିବାକୁ ମିଳିଛି । ଗାଡ଼ି ଚାଳକ ଯେତେବେଳେ ଚିତାବାଘଟିକୁ ରାସ୍ତା କଡ଼ରେ ଦେଖିଲେ ତୁରନ୍ତ ବନ ବିଭାଗକୁ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ନେହେରୁ ଜୁଲଜି ପାର୍କର ଟିମ ସେଠାରେ ପହଞ୍ଚିଥିଲେ । ସୂଚନା ମୁତାବକ ଚିତାବାଘଟି ଏକ ଦୁର୍ଘଟଣାର ଶିକାର ହୋଇ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିରହିଥିଲା ଯେଉଁ କାରଣରୁ ସେ ଚାଲିପାରୁନଥିଲା ।

ସିନିୟର ଫରେଷ୍ଟ ଡିପାର୍ଟମେଣ୍ଟ ଅଫିସିୟଲଙ୍କ ସୂଚନା ଅନୁଯାୟୀ,  ଚିତାବାଘଟି କିଛି ସମୟ ରାସ୍ତାରେ ପଡ଼ି ରହିବା ପରେ ପାଖରେ ଥିବା ଏକ ବିଲ ଭିତରକୁ ଚାଲିଯାଇଥିଲା । ରେସ୍କ୍ୟୁ ଟିମ ବାଘଟିକୁ ଧରିବା ପାଇଁ ଚାରିପାଖରୁ ଜଗି ରହିଥିଲା । ସୂଚନା ଅନୁଯାୟୀ ଚିତାବାଘଟି ୩ ବର୍ଷ  ଏବଂ ତାକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଘଟି ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା ।

ପ୍ରବାସୀଙ୍କୁ ଦୁର୍ବ୍ୟବହାର ଘଟଣାର ହେବ ତଦନ୍ତ: ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବାଲିଆପାଳ ବ୍ଳକ୍ ଉନ୍ନୟନ ଅଧିକାରୀ (ବିଡିଓ) ଦୁର୍ବ୍ୟବହାର କରିଥିବା ଅଭିଯୋଗ ଘଟଣା । ରାଜ୍ୟ ସରକାରଙ୍କ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ଗୁରୁବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ସେ ଆହୁରି କହିଛନ୍ତି ଯେ, ଘଟଣା ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ମଗାଯାଇଛି ।

Former MLA levels corruption charges against Pratap Jena

ଘଟଣା ନେଇ ରାଜ୍ୟ ସରକାର ଅବଗତ ଅଛନ୍ତି । ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଆକ୍ସନ ନିଆଯିବ । ଏଭଳି ବ୍ୟବହାର ସମ୍ପୂର୍ଣ୍ଣ ଅନୁଚିତ । ବର୍ତ୍ତମାନର ବିପତ୍ତି ସମୟରେ ବହୁ କରୋନା ଯୋଦ୍ଧା ଅତ୍ୟନ୍ତ ନିଷ୍ଠାର ସହ ସେମାନଙ୍କ କର୍ତ୍ତବ୍ୟ ପାଳନ କରୁଛନ୍ତି । ସେମାନଙ୍କ ପ୍ରଶଂସା ପାଇଁ ଯେ କୌଣସି ରାଶି ଖୁବ୍‌ କମ୍‌ ।

Odisha BDO Pulls Rank Over Hungry Migrant Workers, Video Goes ...

ବାଲିଆପାଳ ବିଡିଓ ଛବିରାଣୀ ସାହୁ କଥିତ ଭାବେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଦୁର୍ବ୍ୟବହାର କରିଛନ୍ତି । ସେମାନେ ପାଣି ମାଗିଥିଲେ ।  ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରଲ ହୋଇଛି ।  ବୁଧବାର ଗୁଜରାଟରୁ ଏକ ବସ୍‌ରେ କେତେକ ପ୍ରବାସୀ ବାଲେଶ୍ୱର ଜିଲ୍ଲାକୁ ଆସିଥିଲେ । ପରେ ସେମାନେ କ୍ୱାରେଣ୍ଟାଇନ୍ ବା ଘରକୁ ଯିବା ପାଇଁ ବିଡିଓଙ୍କୁ ଅନୁରୋଧ କରିବାକୁ ଯାଇଥିଲେ ହେଲେ ବିଡ଼ିଓ ତାଙ୍କୁ ଦେଖା କରିନଥିବା ଅଭିଯୋଗ ହୋଇଥିଲା । ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଅଖିଆ ପିଆ  ବ୍ଳକ୍‌ ସମ୍ମୁଖରେ ଠିଆ ହୋଇଥିଲେ । ଶୋଷ ହେବାରେ ସେମାନେ ପାଣି ମାଗିଥିଲେ । ଏକଥା ଶୁଣି ବିଡିଓ ଛବିଣାଣୀ କୁଆଡ଼େ ରାଗି ଯାଇଥିଲେ । ଆଉ ପ୍ରବାସୀଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇଥିଲେ ।

ମହାରାଷ୍ଟ୍ରରେ କାଲିଠୁ ମଦ ହୋମ ଡେଲିଭରୀ, କମିବ ମଦ ଦୋକାନ ଆଗରେ ଭିଡ଼

ମୁମ୍ବାଇ: କରୋନା ଭାଇରସ୍ ମହାରାଷ୍ଟ୍ରକୁ ଅଧିକ ଘାଇଲା କରିଛି ।  ଲକଡାଉନ ଦ୍ୱାରା ଯଦି ସବୁଠାରୁ ଅଧିକ କେହି ପ୍ରଭାବିତ ହୋଇଛନ୍ତି ତେବେ ସେମାନେ ହେଉଛନ୍ତି ମଦ୍ୟପ । ଦେଶରେ ସବୁ ରାଜ୍ୟର ମଦୁଆ ଲକଡାଉନ୍ ମାଡର ଶିକାର ହେଉଥିବା ବେଳେ ମହାରାଷ୍ଟ୍ର ସରକାର ନିଜ ରାଜ୍ୟର ମଦୁଆଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି  । ମଦ ଦୋକାନ ଆଗରେ ଭିଡ ହେଉଥିବାରୁ ମହାରାଷ୍ଟ୍ର ସରକାର ଅନଲାଇନରେ ମଦ ବିକ୍ରିକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଆସନ୍ତାକାଲିଠାରୁ   ମୁମ୍ବାଇକୁ ଛାଡ଼ି ବାକି ଜିଲ୍ଲାରେ  ସକାଳ ୧୦ଟାରେ ମଦର ହୋମ ଡେଲିଭରୀ ଆରମ୍ଭ ହୋଇଯିବ । କରୋନାର ଅଧିକ ମାମଲା ମୁମ୍ବାଇରେ ଦେଖାଯାଇଥିବାରୁ ସେଠାରେ ହୋମ୍ ଡେଲିଭରୀର ଅନୁମତି ଦିଆଯାଇନାହିଁ ।

ରାଜ୍ୟର ଅବକାରୀ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ଲିଷ୍ଟ ଅନୁସାରେ, ମହାରାଷ୍ଟ୍ରର ସମୁଦାୟ ୩୬ରୁ ୩୦ ଜିଲ୍ଲାରେ ମଦର ହୋମ୍ ଡେଲିଭରୀର ଅନୁମତି ଦିଆଯାଇଛି । ଚନ୍ଦ୍ରପୁର, ବର୍ଧା, ଗଡଚିରୌଲିକୁ ଏହି ଅନୁମତି ମିଳିନାହିଁ । ଅନ୍ୟପଟେ ମୁମ୍ବାଇ ସହର, ମୁମ୍ବାଇର ସବରବନ, ଔରଙ୍ଗାବାଦ ଏବଂ ଜାଲନାରେ ମଦର ବିକ୍ରି ହେବ ନାହିଁ । ନିର୍ଦ୍ଦେଶରେ କୁହାଯାଇଛି ଯେ, କରୋନା ସଂକ୍ରମଣରେ ଅପ୍ରଭାବିତ କିଛି ଅଞ୍ଚଳରେ ମଦ ଦୋକାନ ପୂର୍ବରୁ ହିଁ ଖୋଲି ଦିଆଯାଇଛି ଏହି ଅଞ୍ଚଳରେ ହିଁ ଏହି ସେବା ପ୍ରଦାନ କରାଯିବ ।

ଏମିତି ନିୟମ ରହିବ

ମଦର ହୋମ୍ ଡେଲିଭୀ ପାଇଁ କିଛି ନିୟମ ମଧ୍ୟ ରହିଛି ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ଗୋଟିଏ ଦୋକାନର ମାଲିକ ମଦ ପହଞ୍ଚେଇବା ପାଇଁ ୧୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିିପାରିବେ ନାହିଁ । ଜଣେ ବ୍ୟକ୍ତି ଥରକେ ୨୪ ବୋତଲରୁ ଅଧିକ ନେଇପାରିବ ନାହିଁ । ଉପଭୋକ୍ତାକୁ ରିହାତି ଦେଇ ସରକାର ଏମିତ ବି ନର୍ଦ୍ଦେଶ ଦେଇଛନ୍ତି  ଯେ, ଦୋକାନ ମାଲିକ ବୋତଲ ଉପରେ ପ୍ରିଣ୍ଟ୍ କରାଯାଇଥିବା ମୁଲ୍ୟରୁ ଅଧିକ ମୁଲ୍ୟ ନେଇ ପାରିବେ ନାହିଁ ।

କାହିଁକି କରାଗଲା ହୋମ ଡେଲିଭରୀ

ଏହା ପୂର୍ବରୁ ଜଣାଇ ଦିଆଯାଇଥିଲା ଯେ, ଯେଉଁ ଲୋକମାନଙ୍କୁ ପିଇବାର ଅନୁମତି ଦିଆଯାଇଛି, ସେମାନେ ହିଁ ହୋମ୍ ଡେଲିଭରୀ ପାଇଁ ଅର୍ଡର ଦେଇପାରିବେ । ମଦ ଦୋକାନରେ ଫୋନ ଯୋଗେ ଅର୍ଡର ଦେଇପାରିବେ । ମଦ ଦୋକାନ ଗୁଡ଼ିକୁ ମେ୫ରୁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଲକଡାଉନ ନିୟମରେ କୋହଳ ପରେ ମଦ ଦୋକାନ ବାହାରେ ଭିଡ଼ ଜମିଥିଲା ।ଅଧିକାରୀମାନଙ୍କ ଅନୁସାରେ, ହୋମ ଡେଲିଭରୀର ମୂଳଲକ୍ଷ୍ୟ ଭିଡ଼ କମ କରିବା ଏବଂ କରୋନା ଭାଇରସର ପ୍ରସାରକୁ ରୋକିବା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରେସମିଟ୍ LIVE

  • ପ୍ରବାସୀ ଶ୍ରମିକ,କୃଷକ,ଶିଶୁ ମୁଦ୍ରା ଲୋନ୍ ସଂପର୍କରେ କହିବେ
  • ୪ ଲକ୍ଷ କୋଟି କୃଷି ଲୋନ୍ କୃଷକ ନେଇଛନ୍ତି,ଲୋନ ପୈଠ ଉପରେ ତିନି ମାସର ସ୍ଥଗନ ଲାଗିଛି
  • ୨୫ ଲକ୍ଷ ନୂଆ କିଶାନ କାର୍ଡ ମଂଜୁରୀ ଦିଆଯାଇଛି । ଲୋନ୍ ଲିମିଟ୍ ହେଉଛି ୨୫ ହଜାର କୋଟି
  • କୋଭିଡ୍ ହମଲା ସମୟରେ ବ୍ୟାଙ୍କ ଜରିଆରେ ଗିତିବିଧି ଚାଲିଥିଲା
  • କୃଷିକ୍ଷେତ୍ରକୁ ୬୩ ଲକ୍ଷ କୋଟିର ଲୋନ୍  ଦିଆଯାଇଛି
  • ନାବାର୍ଡ ଦ୍ୱାରା ମାର୍ଚ୍ଚ ମାସରେ ଟଙ୍କା ଦିଆଯାଇଛି,୨୯ ହଜାର ୫୨୦ କୋଟିର ଲୋନ୍
  • RIDF ଜରିଆରେ ନାବାର୍ଡ ଗ୍ରାମୀଣ କ୍ଷେତ୍ର ବ୍ୟାଙ୍କକୁ ଲୋନ୍ ଦେଉଛି
  • ନାବାର୍ଡ ଗ୍ରାମୀଣ କ୍ଷେତ୍ର ପାଇଁ ଲୋନ୍ ଦେଉଛି
  • ଏହାସବୁ କୋଭିଡ୍ ସମୟରେ ହିଁ ହେଉଛି
  • ରାଜ୍ୟଙ୍କୁ ମଧ୍ୟ ଶସ୍ୟ କିଣିବା ପାଇଁ ସାହାଯ୍ୟ କରାଯାଉଛି
  • ସହରାଂଚଳ ଗରିବଙ୍କ ପାଇଁ ଭାରତ ସରକାର ରାଜ୍ୟ ସରକାରଙ୍କୁ ରାଜ୍ୟ ଆପଦା ଫଣ୍ଡରୁ ଟଙ୍କା ନେଇ ପ୍ରବାସୀ ଶ୍ରମିକଙ୍କ ପାଇଁ ଖର୍ଚ୍ଚ କରିବା ପାଇଁ ଅନୁମତି ଦେଇଛନ୍ତି
  • ପଳାୟନ କରୁଥିବା ଶ୍ରମିକଙ୍କ ପାଇଁ ଏହି ବନ୍ଦୋବସ୍ତ ହୋଇଛି
  • ସହରରେ ରହୁଥିବା ଗୃହହୀନଙ୍କ ପାଇଁ ସେଲଟର ହୋମର ଖର୍ଚ୍ଚ କେନ୍ଦ୍ର ସରକାର ଉଠାଉଛନ୍ତି
  • ଗତ ଦୁଇ ମାସରେ ସେଲଟର ହୋମକୁ ଖାଦ୍ୟ ଦିଆଯାଉଛି
  • ୧୨ ହଜାର ସେଲଫ ହେଲ୍ପ ଗ୍ରୁପ ୩ କୋଟି ମାସ୍କ ତିଆରି କରିଛନ୍ତି,
  • ସେଲ୍ଫ ହେଲ୍ପ ଗ୍ରୁପ୍ ସାନିଟାଇଜର ମଧ୍ୟ ତିଆରି କରିଛନ୍ତି
  • ଏହାସବୁ କେନ୍ଦ୍ର ସରକାରଙ୍କ ସାହାଯ୍ୟରେ ହେଉଛି
  • ୭ ହଜାର ୨ଶହ ନୂଆ ଏସଏଚଜି ସହରାଂଚଳରେ ରହୁଥିବା ଗରିବଙ୍କ ପାଇଁ ତିଆରି କରାଯାଇଛି
  • ଏଥିରେ କେନ୍ଦ୍ର ସରକାରଙ୍କ ଭୂମିକ ରହିଛି
  • ସେଲଟର ହୋମରେ ପ୍ରତି ବ୍ୟକ୍ତିଙ୍କୁ ଦୈନିକ ତିନିଥର ଖାଦ୍ୟ ମିଳୁଛି
  • ୬.୨ କୋଟି କାର୍ଯ୍ୟ ଘଣ୍ଟା ତିଆରି ହୋଇଛି
  • ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଶ୍ରମିକଙ୍କୁ କାମ ଦିଆଯାଉଛି । ଶ୍ରମିକଙ୍କୁ ତାଙ୍କରି ରାଜ୍ୟରେ କାମ ଯୋଗାଇ ଦିଆଯିବ ।  ଯେଉଁ ଶ୍ରମିକ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି  ସେମାନଙ୍କୁ  ନିଜ ରାଜ୍ୟରେ କାମ ମିଳିବ ।
  • ୪୦ ରୁ ୫୦ ପ୍ରତିଶତ ଲୋକ ଗ୍ରାମାଞ୍ଚଳରେ କାମ ପାଇଁ ନାମ ପଂଜୀକରଣ କରିଛନ୍ତି
  • ସର୍ବନିମ୍ନ ମଜୁରୀକୁ ସାର୍ବଜନୀନ କରାଯିବ
  • ସର୍ବନିମ୍ନ ମଜୁରୀ,ବାର୍ଷିକ ସ୍ୱାସ୍ଥ୍ୟ ଚେକଅପ୍ ବାଧ୍ୟତାମୁଳକ ହେବ
  • ଯେଉଁଠାରେ ୧୦ ଜଣରୁ ଅଧିକ କାମ କରୁଥିବେ ସେଠାରେ ଇଏସଆଇ ଲାଗୁ କରାଯିବ
  • ବିପଜ୍ଜନକ କାମ କରୁଥିବା ଶ୍ରମିକଙ୍କ ପାଇଁ ଇଏସଆଇ କଭରେଜ୍ ବାଧ୍ୟତାମୁଳକ ହେବ
  • ସାମାଜିକ ସୁରକ୍ଷା ଯୋଜନାର ଲାଭ ସବୁ ଶ୍ରମିକଙ୍କୁ ମିଳିବ
  • ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ମିଳିବ
  • ଲେବର କୋର୍ଟ ମାଧ୍ୟମରେ ଶ୍ରମିକଙ୍କୁ ଲାଭ ମିଳିବ
  • ସର୍ବନିମ୍ନ ମଜୁରୀର ଲାଭ କେବଳେ ୩୦ ପ୍ରତିଶତ ଉଠାଉଛନ୍ତି । ତେଣୁ ସର୍ବନିମ୍ନ ବେତନକୁ ସାର୍ବଜନୀନ କରାଯିବ । କ୍ଷେତ୍ରୀୟ ଅସମାନତାକୁ ଦୂର କରାଯିବ । ସର୍ବନିମ୍ନ ମଜୁରୀର ସରଳୀକରଣ କରାଯିବ । ନିଯୁକ୍ତିପତ୍ର ସମସ୍ତଙ୍କୁ ମିଳିବ । ବର୍ଷକୁ ଥରେ ହେଲ୍ଥ ଚେକଅପ୍ ହେବ । ବିପଜ୍ଜନକ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ଯୋଜନା । ଇଏସଆଇ ଯୋଜନାର ଲାଭ ସବୁ ଜିଲ୍ଲାରେ ମିଳିବ ।
  • ରିସ୍କିଲିଂ ଉପରେ କାମ ହେବ
  • ରାତ୍ରିରେ ମହିଳା କାମ କରୁଥିଲେ ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ
  • ପ୍ରବାସୀ ଶ୍ରମିକଙ୍କୁ ମାଗଣା ଶସ୍ୟ ଦୁଇ ମାସ ପର୍ଯ୍ୟନ୍ତ ମିଳିବ
  • ଯେଉଁ ପ୍ରବାସୀ ଶ୍ରମିକଙ୍କ ପାଖରେ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ମିଳିବ
  • ସେଲଟର ହୋମରେ ରହୁଥିବା କାର୍ଡ ନଥିବା ଶ୍ରମିକଙ୍କୁ ଏହି ମାଗଣା ଶସ୍ୟ ମିଳିବ
  • କେନ୍ଦ୍ର ସରକାର ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ମାଗଣାରେ ଚାଉଳ,ଅଟା ଦେବେ
  • ରାଜ୍ୟ ସରକାରଙ୍କ ଦ୍ୱାରା ଏହା ଦିଆଯିବ
  • ରାଜ୍ୟଙ୍କୁ କେନ୍ଦ୍ର ଦେବ,ରାଜ୍ୟ ମାଗଣା ରାସନ ବାଣ୍ଟିବେ
  • ୮ କୋଟି ଶ୍ରମିକଙ୍କ ପାଇଁ ଖର୍ଚ୍ଚ ହେବ ୩୫ଶହ କୋଟି
  • ୱାନ ନେଶନ ୱାନ୍ ରାସନ କାର୍ଡର -ଗୋଟିଏ ଦେଶ,ଗୋଟିଏ ରାସନ କାର୍ଡ ନୀତି ଖୁବଶୀଘ୍ର ଲାଗୁ ହେବ
  • ଆଗକୁ ପ୍ରବାସୀ ଶ୍ରମିକ ନିଜ କାର୍ଡ୍ ଦେଖାଇ ଦେଶର ଯେକୌଣସି ସ୍ଥାନରୁ ରାସନ ନେଇ ପାରିବେ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ପିଏମ୍ ଆବାସ ଯୋଜନା ଅନ୍ତର୍ଗତରେ ରେଣ୍ଟାଲ ହାଉସିଂ ଯୋଜନା ଆରମ୍ଭ ହେବ
  • ନିଯୁକ୍ତିଦାତ୍ତାଙ୍କୁ ନିଜ କମ୍ପ୍ଲେକ୍ସରେ ରେଣ୍ଟାଲ ହାଉସିଂ କମ୍ପ୍ଲେକ୍ସ ତିଆରି ପାଇଁ ପ୍ରେରିତ କରିବୁ
  • ପିପିପି ମୋଡରେ ଏହା କରାଯିବ
  • ଏହାକୁ ନେଇ ଖୁବଶୀଘ୍ର ଗାଇଡ୍ ଲାଇନ୍ ଆସିବ
  • ଶିଳ୍ପପତି ଚାହିଁଲେ ନିଜ ଶ୍ରମିକଙ୍କ ପାଇଁ ଏଭଳି ଭଡା ଘର ତିଆରି କରିପାରିବେ
  • ଶିଶୁ ମୁଦ୍ରା ଲୋନ ନେଇଥିବା ବ୍ୟକ୍ତିଙ୍କ ସୁଧ ଉପରେ ୨ ପ୍ରତିଶତ ଛାଡ
  • ରାସ୍ତାକଡ ବିକ୍ରେତାଙ୍କ ପାଇଁ ଏକ ମାସ ମଧ୍ୟରେ ନୂଆ ଯୋଜନା
  • ରାସ୍ତାକଡ ବିକ୍ରେତାଙ୍କ ପାଇଁ ୫ ହଜାର କୋଟି ଟଙ୍କାର ଯୋଜନା
  • ପ୍ରତି ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କାର ସହାୟତା
  • ଡିଜିଟାଲ ପେମେଣ୍ଟ୍ କରୁଥିଲେ ଅତିରିକ୍ତ ଲାଭ ମିଳିବ
  • ୫୦ ଲକ୍ଷ ରାସ୍ତାକାଡ ବିକ୍ରେତାଙ୍କୁ ଲାଭ

ସୁସ୍ଥ ହେଲେ ଯାଜପୁର ଜିଲ୍ଲାର ୧୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ବଢ଼ୁଛି । ଆଜି ରାଜ୍ୟରେ ୧୫ ଜଣ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଏଥିସହ ଯାଜପୁର ଜିଲ୍ଲାରେ ଆରୋଗ୍ୟଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି ।

ଏଥିସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୫୮ରେ ପହଞ୍ଚିଛି । ରାଜ୍ୟରେ ୬୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ହସ୍ପିଟାଲରେ ୪୫୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେହିଭଳି ଯାଜପୁର ଜିଲ୍ଲାରେ ୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୮ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କ ଚିକିତ୍ସା କରାଯାଉଛି ।

ଆଜି ରାଜ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ଯାଜପୁର ଜିଲ୍ଲାର ୧୭ ଜଣ । ସମସ୍ତେ ପଶ୍ଚିମବଙ୍ଗରୁ ଆସିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ ।

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌

ଆଧାର, ପାନ ଏବଂ ଡିଏଲ କାର୍ଡର ଠିକଣା ପାଲଟିଛି ଗୋବର ଗଦା !

କରଞ୍ଜିଆ: ଖତ ଗଦାରେ ଆଧାର, ପାନ ଏବଂ ଡିଏଲ କାର୍ଡ । ପୋଷ୍ଟ ଅଫିସରେ ନରହି ଗଦା ହୋଇଛି ଗୋବର ଖତରେ । କାଳେ ଅଫିସରେ ରହିଲେ କାମ ଅଧିକ ପଡ଼ିବ ସେଥିପାଇଁ ଗୋବ ଗଦାରେ ପୋତିଦେଇ କାମ ସାରି ଦିଆଯାଇଛି । ଖାଲି ସେତିକି ନୁହେଁ ଏଥିରେ ରହିଛି ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ବ୍ଲକ ଘସଦା ଶାଖା ଡାକ ଘରେ । ଡାକ ଯୋଗେ ଆସୁଥିବା ଆଧାର କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ହିତାଧିକାରୀଙ୍କୁ ନ ଦେଇ ଗୋବର ଗଦାରେ ପକେଇଥିବା ଦେଖିବାକୁ ମିଳିଛି ।

ଘଟଣା ଅନୁଯାୟୀ ଘସଦା ଶାଖା ଡାକ ଘରେ ଦୀର୍ଘଦିନ ହେଲା ଡାକ ସେବା ମିଳୁ ନ ଥିଲା । ଡାକରେ ଆସିଥିବା ଆଧାର, ପାନ, ଡିଏଲ ଲୋକଙ୍କୁ ନ ଦେଇ ଗୋବର ଗଦା ରେ ପକାଇ ଦେଇଥିଲେ । ଖରିଫ ଫସଲ ପାଇଁ କ୍ଷେତକୁ ଗୋବର ଟ୍ରାକ୍ଟର ରେ ଲୋଡ୍ ହେବା ସମୟରେ ଟ୍ରାକ୍ଟରରେ କାମ କରୁଥିବା ଶ୍ରମିକ ମାନଙ୍କ ନଜରକୁ ଆସିଥିଲା ।

ଆଧାର କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ସବୁ ପୁଳା ପୁଳା ହୋଇ ପଡ଼ିଥିଲା । ଏହା ପରେ ସ୍ଥାନୀୟ ଲୋକଙ୍କୁ ଶ୍ରମିକ ମାନେ ଖବର ଦେଇଥିଲେ । ଲୋକେ ସେଠାରେ ପହଞ୍ଚି ଥିଲେ ଏବଂ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

PF କମ ହେବା ଅର୍ଥ ୫୦ ହଜାର ଟଙ୍କା ଦରମା ପାଉଥିଲେ ରିଟାୟରମେଣ୍ଟ୍ ଫଣ୍ଡରେ ୬୯,୩୪୯ ଟଙ୍କାର କ୍ଷତି !

ନୂଆଦିଲ୍ଲୀ: ସରକାରଙ୍କ ନୂଆ ନିର୍ଦ୍ଦଶ ଅନୁସାରେ ଏବେ କର୍ମଚାରୀମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ବା ପିଏଫରେ ଯୋଗଦାନକୁ  ଆଗାମୀ ୩ମାସ ପର୍ଯ୍ୟନ୍ତ ୪ପ୍ରତିଶତକୁ କମାଇ ଦିଆଯାଇଛି । ଅର୍ଥାତ ଏବେ ପିଏଫ ଫଣ୍ଡରେ କର୍ମଚାରୀ ଓ ନିଯୁକ୍ତିଦାତ୍ତାଙ୍କ ପଟୁ ଦରମାର ୨୦ ପ୍ରତିଶତ ପିଏଫ୍ ଭାବେ କଟିବ । ଆଗରୁ ଏହା ୨୪ ପ୍ରତିଶତ ଥିଲା ।  ଏଥିରେ ନିଯୁକ୍ତିଦାତାଙ୍କୁ ଉପକୃତ କରିବା ସହ କର୍ରଚାରୀଙ୍କ ହାତକୁ  ଅଧିକ ଟଙ୍କା ଆସିବ ବା ସେମାନଙ୍କ ଟେକ୍ ହୋମ୍ ସାଲାରି ଅଧିକ ହେବ । ବର୍ତ୍ତମାନ ପାଇଁ ଏହା କର୍ମଚାରୀଙ୍କୁ ଅଧିକ ଦରମା ଦେବ କିନ୍ତୁ ଏକ ହିସାବ ଅନୁସାରେ ଲମ୍ବା ଅବଧିରେ ଏଥିପାଇଁ କର୍ମଚାରୀଙ୍କୁ କ୍ଷତି ସହିବାକୁ ପଡିବ । କର୍ମଚାରୀଙ୍କ ରିଟାୟରମେଣ୍ଟ ଫଣ୍ଡ୍ ହ୍ରାସ ପାଇବ ।

କମ୍ପାନୀ ଲାଭରେ,କର୍ମଚାରୀଙ୍କୁ ତତ୍କାଳିକ ଲାଭ

ବିଶେଷଜ୍ଞଙ୍କ ଅନୁସାରେ  ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ  ବର୍ତ୍ତମାନ ୧୨ ପ୍ରତିଶତ ବଦଳରେ ସମସ୍ତ କର୍ମଚାରୀଙ୍କ ମାସିକ ଦରମାରୁ ପିଏଫ୍ ବାବଦରେ  ୧୦ପ୍ରତିଶତ କଟିବ । ଏହାର ଅର୍ଥ ହେଉଛି ନିଯୁକ୍ତିଦାତା କର୍ମଚାରୀମାନଙ୍କୁ ଦିଆଯାଇଥିବା ଦରମାଠାରୁ ୨ପ୍ରତିଶତ ଟଙ୍କା କମ ଦେବାକୁ ପଡ଼ିବ ଏବଂ ଏହା ତାଙ୍କର ସଞ୍ଚୟ ହେବ । ଏହା ସହିତ କର୍ମଚାରୀମାନେ ପ୍ରତି ମାସରେ ୨ପ୍ରତିଶତ ଅଧିକ ଦରମା ପାଇବେ ।

ହ୍ରାସ ପାଇବ ପେନସନ ଟଙ୍କା

ଯଦି ଜଣେ କର୍ମଚାରୀଙ୍କ ମୂଳ ଦରମା ୫୦ହଜାର ଟଙ୍କା ଏବଂ ତାଙ୍କର ପିଏଫ୍ ଅବଦାନ ୨ ପ୍ରତିଶତ ହ୍ରାସ ହୁଏ, ତେବେ ତାଙ୍କ ଟେକ୍ ହୋମ୍  ଦରମା ୧୦୦୦ ଟଙ୍କା ବୃଦ୍ଧି ପାଇବ । କିନ୍ତୁ ତାଙ୍କ ପିଏଫ୍ ଆକାଉଣ୍ଟରେ ପ୍ରତି ମାସ ୨୦୦୦ ଟଙ୍କାର ଅବଦାନ ହ୍ରାସ ପାଇବ, କାରଣ ତାଙ୍କର ଟେକ୍ ହୋମ୍ ଦରମା ବୃଦ୍ଧି ପାଇବ, ଏହାସହ ସେତିକି ପରିମାଣର ଟଙ୍କା ତାଙ୍କ ନିଯୁକ୍ତିଦାତା ଜମା କରିଥାନ୍ତେ । ତିନି ମାସ ପାଇଁ ୨୦୦୦ ଟଙ୍କା କମ୍ ଅବଦାନ, ଅର୍ଥାତ୍ ପିଏଫ୍ ଆକାଉଣ୍ଟରେ ୬୦୦୦ ଟଙ୍କା କମ୍ । ମନେକର, ଜଣେ କର୍ମଚାରୀ ୩୦ ବର୍ଷ ପରେ ଅବସର ନେବେ ଏବଂ ପିଏଫ୍ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ବାର୍ଷିକ ୮.୫ପ୍ରତିଶତ ସୁଧ ଅଛି, ସେ ୩୦ ବର୍ଷ ପରେ ୬୯,୩୪୯ କ୍ଷତି ସହିବେ ।

ପେନସନ୍ ମଧ୍ୟ ହ୍ରାସ ହୋଇପାରେ

କର୍ମଚାରୀଙ୍କ ୧୨ପ୍ରତିଶତ ଟଙ୍କା ଏବଂ ନିଯୁକ୍ତିଦାତାର ୮ପ୍ରତିଶତ ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟରେ ଜମା ହୋଇଥିବାବେଳେ ନିଯୁକ୍ତିଦାନାଙ୍କ ୪ ପ୍ରତିଶତ ଟଙ୍କା ପେନସନ୍ ପାଣ୍ଠିରେ ଜମା ହୋଇଥାଏ । ଯଦି ଏହାକୁ ଏମିତି ଛାଡି ଦିଆଯାଏ, ତେବେ କେବଳ ୨ପ୍ରତିଶତ ଟଙ୍କା ପେନସନ୍ ପାଣ୍ଠିକୁ ଯିବ ଏବଂ କର୍ମଚାରୀଙ୍କ ପେନସନ୍ ମଧ୍ୟ ହ୍ରାସ ପାଇବ । କିନ୍ତୁ ଯଦି ଇପିଏଫ୍ଓ କହିବାନୁସାରେ  ଯଦି  ପେନସନ୍ ପାଣ୍ଠିରେ ୪ ପ୍ରତିଶତର ଅବଦାନ ପୂର୍ବଭଳି ଜାରି ରହିବ ,ତେବେ ପେନସନ୍ ପୂର୍ବଭଳି  ରହିବ । ଏନେଇ ଏବେ EPFOର ସ୍ପଷ୍ଟିକରଣର ଅପେକ୍ଷା ରହିଛି ।

ଟିକସ ଦେୟ ବୃଦ୍ଧି ପାଇବ

ତିନିମାସ ପାଇଁ କର୍ମଚାରୀଙ୍କ ଘରୋଇ ଦରମା ବୃଦ୍ଧି ପାଇବା ଦ୍ୱାରା ସେମାନଙ୍କ ଅଧିକ ଦରମା ପାଇବେ । ଏଥିପାଇଁ କର୍ମଚାରୀଙ୍କ ସ୍ଲାବ ଅନୁଯାୟୀ ସେମାନଙ୍କର ଆୟକର ଦେୟ ମଧ୍ୟ ବୃଦ୍ଧି ପାଇବ। ଯେଉଁ କର୍ମଚାରୀମାନେ ଯୋଉଁ ସ୍ଲାବରେ ଆସିବେ, ସେମାନଙ୍କୁ ସେହି ହିସାବରେ ଆୟକର ଦେବାକୁ ପଡିବ ।

ତା’ପରେ କର୍ମଚାରୀମାନେ କଣ କରିବେ |

ଯଦି ଜଣେ କର୍ମଚାରୀ ଚାହାଁନ୍ତି ଯେ ତାଙ୍କର ଅବସରକାଳୀନ କର୍ପସ ହ୍ରାସ ନହେଉ ଏବଂ ଆୟକର ଦେୟ ମଧ୍ୟ ବୃଦ୍ଧି ନହେଉ, ତେବେ ସେ ସ୍ୱେଚ୍ଛାକୃତ ପିଏଫ୍ ଅବଦାନର ସାହାରା ନେବା ଉଚିତ୍ । ଧରାଯାଉ ତାଙ୍କ ଘରର ଦରମା ମାସକୁ ୧୦୦୦ ଟଙ୍କା ବୃଦ୍ଧି ହୁଏ, ତା’ହେଲେ ତାଙ୍କୁ ଭିପିଏଫରେ ୨୦୦୦ ଟଙ୍କା କଟାଇବାକୁ ପଡିବ ।