ସୁସ୍ଥ ହେଲେ ଯାଜପୁର ଜିଲ୍ଲାର ୧୫ କରୋନା ସଂକ୍ରମିତ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଆରୋଗ୍ୟ ହାର ବଢ଼ୁଛି । ଆଜି ରାଜ୍ୟରେ ୧୫ ଜଣ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ସୁସ୍ଥ ହୋଇଥିବା ସମସ୍ତ ଆକ୍ରାନ୍ତ ଯାଜପୁର ଜିଲ୍ଲାର ବୋଲି ଜଣାପଡ଼ିଛି । ଏଥିସହ ଯାଜପୁର ଜିଲ୍ଲାରେ ଆରୋଗ୍ୟଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଟ୍ୱିଟ୍ କରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି ।

ଏଥିସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୧୫୮ରେ ପହଞ୍ଚିଛି । ରାଜ୍ୟରେ ୬୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ହସ୍ପିଟାଲରେ ୪୫୦ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେହିଭଳି ଯାଜପୁର ଜିଲ୍ଲାରେ ୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୪୮ ଜଣ ସୁସ୍ଥ ହୋଇଥିବା ବେଳେ ୪୦ ଜଣଙ୍କ ଚିକିତ୍ସା କରାଯାଉଛି ।

ଆଜି ରାଜ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ଯାଜପୁର ଜିଲ୍ଲାର ୧୭ ଜଣ । ସମସ୍ତେ ପଶ୍ଚିମବଙ୍ଗରୁ ଆସିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ ।

ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌

Leave a Reply