ଆଧାର, ପାନ ଏବଂ ଡିଏଲ କାର୍ଡର ଠିକଣା ପାଲଟିଛି ଗୋବର ଗଦା !

କରଞ୍ଜିଆ: ଖତ ଗଦାରେ ଆଧାର, ପାନ ଏବଂ ଡିଏଲ କାର୍ଡ । ପୋଷ୍ଟ ଅଫିସରେ ନରହି ଗଦା ହୋଇଛି ଗୋବର ଖତରେ । କାଳେ ଅଫିସରେ ରହିଲେ କାମ ଅଧିକ ପଡ଼ିବ ସେଥିପାଇଁ ଗୋବ ଗଦାରେ ପୋତିଦେଇ କାମ ସାରି ଦିଆଯାଇଛି । ଖାଲି ସେତିକି ନୁହେଁ ଏଥିରେ ରହିଛି ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ।

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ବ୍ଲକ ଘସଦା ଶାଖା ଡାକ ଘରେ । ଡାକ ଯୋଗେ ଆସୁଥିବା ଆଧାର କାର୍ଡ, ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଇତ୍ୟାଦି ହିତାଧିକାରୀଙ୍କୁ ନ ଦେଇ ଗୋବର ଗଦାରେ ପକେଇଥିବା ଦେଖିବାକୁ ମିଳିଛି ।

ଘଟଣା ଅନୁଯାୟୀ ଘସଦା ଶାଖା ଡାକ ଘରେ ଦୀର୍ଘଦିନ ହେଲା ଡାକ ସେବା ମିଳୁ ନ ଥିଲା । ଡାକରେ ଆସିଥିବା ଆଧାର, ପାନ, ଡିଏଲ ଲୋକଙ୍କୁ ନ ଦେଇ ଗୋବର ଗଦା ରେ ପକାଇ ଦେଇଥିଲେ । ଖରିଫ ଫସଲ ପାଇଁ କ୍ଷେତକୁ ଗୋବର ଟ୍ରାକ୍ଟର ରେ ଲୋଡ୍ ହେବା ସମୟରେ ଟ୍ରାକ୍ଟରରେ କାମ କରୁଥିବା ଶ୍ରମିକ ମାନଙ୍କ ନଜରକୁ ଆସିଥିଲା ।

ଆଧାର କାର୍ଡ, ପାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ସବୁ ପୁଳା ପୁଳା ହୋଇ ପଡ଼ିଥିଲା । ଏହା ପରେ ସ୍ଥାନୀୟ ଲୋକଙ୍କୁ ଶ୍ରମିକ ମାନେ ଖବର ଦେଇଥିଲେ । ଲୋକେ ସେଠାରେ ପହଞ୍ଚି ଥିଲେ ଏବଂ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

Leave a Reply