ମହାରାଷ୍ଟ୍ରରେ କାଲିଠୁ ମଦ ହୋମ ଡେଲିଭରୀ, କମିବ ମଦ ଦୋକାନ ଆଗରେ ଭିଡ଼

ମୁମ୍ବାଇ: କରୋନା ଭାଇରସ୍ ମହାରାଷ୍ଟ୍ରକୁ ଅଧିକ ଘାଇଲା କରିଛି ।  ଲକଡାଉନ ଦ୍ୱାରା ଯଦି ସବୁଠାରୁ ଅଧିକ କେହି ପ୍ରଭାବିତ ହୋଇଛନ୍ତି ତେବେ ସେମାନେ ହେଉଛନ୍ତି ମଦ୍ୟପ । ଦେଶରେ ସବୁ ରାଜ୍ୟର ମଦୁଆ ଲକଡାଉନ୍ ମାଡର ଶିକାର ହେଉଥିବା ବେଳେ ମହାରାଷ୍ଟ୍ର ସରକାର ନିଜ ରାଜ୍ୟର ମଦୁଆଙ୍କୁ କିଛିଟା ଆଶ୍ୱସ୍ତି ଦେଇଛନ୍ତି  । ମଦ ଦୋକାନ ଆଗରେ ଭିଡ ହେଉଥିବାରୁ ମହାରାଷ୍ଟ୍ର ସରକାର ଅନଲାଇନରେ ମଦ ବିକ୍ରିକୁ ଗ୍ରୀନ ସିଗନାଲ ଦେଇଛନ୍ତି । ଆସନ୍ତାକାଲିଠାରୁ   ମୁମ୍ବାଇକୁ ଛାଡ଼ି ବାକି ଜିଲ୍ଲାରେ  ସକାଳ ୧୦ଟାରେ ମଦର ହୋମ ଡେଲିଭରୀ ଆରମ୍ଭ ହୋଇଯିବ । କରୋନାର ଅଧିକ ମାମଲା ମୁମ୍ବାଇରେ ଦେଖାଯାଇଥିବାରୁ ସେଠାରେ ହୋମ୍ ଡେଲିଭରୀର ଅନୁମତି ଦିଆଯାଇନାହିଁ ।

ରାଜ୍ୟର ଅବକାରୀ କମିଶନରଙ୍କ ତରଫରୁ ଜାରି କରାଯାଇଥିବା ଲିଷ୍ଟ ଅନୁସାରେ, ମହାରାଷ୍ଟ୍ରର ସମୁଦାୟ ୩୬ରୁ ୩୦ ଜିଲ୍ଲାରେ ମଦର ହୋମ୍ ଡେଲିଭରୀର ଅନୁମତି ଦିଆଯାଇଛି । ଚନ୍ଦ୍ରପୁର, ବର୍ଧା, ଗଡଚିରୌଲିକୁ ଏହି ଅନୁମତି ମିଳିନାହିଁ । ଅନ୍ୟପଟେ ମୁମ୍ବାଇ ସହର, ମୁମ୍ବାଇର ସବରବନ, ଔରଙ୍ଗାବାଦ ଏବଂ ଜାଲନାରେ ମଦର ବିକ୍ରି ହେବ ନାହିଁ । ନିର୍ଦ୍ଦେଶରେ କୁହାଯାଇଛି ଯେ, କରୋନା ସଂକ୍ରମଣରେ ଅପ୍ରଭାବିତ କିଛି ଅଞ୍ଚଳରେ ମଦ ଦୋକାନ ପୂର୍ବରୁ ହିଁ ଖୋଲି ଦିଆଯାଇଛି ଏହି ଅଞ୍ଚଳରେ ହିଁ ଏହି ସେବା ପ୍ରଦାନ କରାଯିବ ।

ଏମିତି ନିୟମ ରହିବ

ମଦର ହୋମ୍ ଡେଲିଭୀ ପାଇଁ କିଛି ନିୟମ ମଧ୍ୟ ରହିଛି ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ । ଗୋଟିଏ ଦୋକାନର ମାଲିକ ମଦ ପହଞ୍ଚେଇବା ପାଇଁ ୧୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିିପାରିବେ ନାହିଁ । ଜଣେ ବ୍ୟକ୍ତି ଥରକେ ୨୪ ବୋତଲରୁ ଅଧିକ ନେଇପାରିବ ନାହିଁ । ଉପଭୋକ୍ତାକୁ ରିହାତି ଦେଇ ସରକାର ଏମିତ ବି ନର୍ଦ୍ଦେଶ ଦେଇଛନ୍ତି  ଯେ, ଦୋକାନ ମାଲିକ ବୋତଲ ଉପରେ ପ୍ରିଣ୍ଟ୍ କରାଯାଇଥିବା ମୁଲ୍ୟରୁ ଅଧିକ ମୁଲ୍ୟ ନେଇ ପାରିବେ ନାହିଁ ।

କାହିଁକି କରାଗଲା ହୋମ ଡେଲିଭରୀ

ଏହା ପୂର୍ବରୁ ଜଣାଇ ଦିଆଯାଇଥିଲା ଯେ, ଯେଉଁ ଲୋକମାନଙ୍କୁ ପିଇବାର ଅନୁମତି ଦିଆଯାଇଛି, ସେମାନେ ହିଁ ହୋମ୍ ଡେଲିଭରୀ ପାଇଁ ଅର୍ଡର ଦେଇପାରିବେ । ମଦ ଦୋକାନରେ ଫୋନ ଯୋଗେ ଅର୍ଡର ଦେଇପାରିବେ । ମଦ ଦୋକାନ ଗୁଡ଼ିକୁ ମେ୫ରୁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଲକଡାଉନ ନିୟମରେ କୋହଳ ପରେ ମଦ ଦୋକାନ ବାହାରେ ଭିଡ଼ ଜମିଥିଲା ।ଅଧିକାରୀମାନଙ୍କ ଅନୁସାରେ, ହୋମ ଡେଲିଭରୀର ମୂଳଲକ୍ଷ୍ୟ ଭିଡ଼ କମ କରିବା ଏବଂ କରୋନା ଭାଇରସର ପ୍ରସାରକୁ ରୋକିବା ।

Leave a Reply