ଲକଡାଉନରେ ରାସ୍ତା କଡ଼ରେ ଆରାମ କରୁଛି ଚିତାବାଘ, ଦେଖନ୍ତୁ ଭିଡିଓ

1 min read

ହାଇଦ୍ରାବାଦ: ଗୁରୁବାର ଦିନ ରଙ୍ଗାରେଡ୍ଡୀ ଜିଲ୍ଲାରେ ମୈଲାରଦେଭପଲ୍ଲୀର ରାସ୍ତା କଡ଼ରେ ଚିତାବାଘ ଟିଏ ଆରାମ କରୁଥିବାର ଦେଖିବାକୁ ମିଳିଛି । ଗାଡ଼ି ଚାଳକ ଯେତେବେଳେ ଚିତାବାଘଟିକୁ ରାସ୍ତା କଡ଼ରେ ଦେଖିଲେ ତୁରନ୍ତ ବନ ବିଭାଗକୁ ଯୋଗାଯୋଗ କରିଥିଲେ । କିଛି ସମୟ ପରେ ନେହେରୁ ଜୁଲଜି ପାର୍କର ଟିମ ସେଠାରେ ପହଞ୍ଚିଥିଲେ । ସୂଚନା ମୁତାବକ ଚିତାବାଘଟି ଏକ ଦୁର୍ଘଟଣାର ଶିକାର ହୋଇ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିରହିଥିଲା ଯେଉଁ କାରଣରୁ ସେ ଚାଲିପାରୁନଥିଲା ।

ସିନିୟର ଫରେଷ୍ଟ ଡିପାର୍ଟମେଣ୍ଟ ଅଫିସିୟଲଙ୍କ ସୂଚନା ଅନୁଯାୟୀ,  ଚିତାବାଘଟି କିଛି ସମୟ ରାସ୍ତାରେ ପଡ଼ି ରହିବା ପରେ ପାଖରେ ଥିବା ଏକ ବିଲ ଭିତରକୁ ଚାଲିଯାଇଥିଲା । ରେସ୍କ୍ୟୁ ଟିମ ବାଘଟିକୁ ଧରିବା ପାଇଁ ଚାରିପାଖରୁ ଜଗି ରହିଥିଲା । ସୂଚନା ଅନୁଯାୟୀ ଚିତାବାଘଟି ୩ ବର୍ଷ  ଏବଂ ତାକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବାଘଟି ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଥିଲା ।

Leave a Reply