ପ୍ରବାସୀଙ୍କ ପାଇଁ ରାସ୍ତାରେ ଗଡ଼ିବ ସରକାରଙ୍କ ମୋ ବସ୍‌, ଜାଣନ୍ତୁ କେଉଁ କେଉଁ ସ୍ଥାନକୁ ଯିବ ଏହି ବସ୍‌

ଭୁବନେଶ୍ୱର: କରୋନା ସଂକ୍ରମଣର ପ୍ରତିକାର ପାଇଁ ରାଜ୍ୟ ସରକାର ବହୁ ବଦକ୍ଷେପ ନେଉଛନ୍ତି । ବାହାର ରାଜ୍ୟରେ କରୋନା ପାଇଁ ଫସିଥିବା ପ୍ରବାସୀଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ  ପଦକ୍ଷେପ ନେଉଛନ୍ତି । ତେବେ ଟ୍ରେନ୍‌ ଓ ବିମାନରେ ଫେରୁଥିବା ପ୍ରବାସୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କାରଣ ଘରୋଇ ବସ୍‌ ଚଳାଚଳରେ ସମସ୍ୟା ଥିବାରୁ ବିଏମ୍‌ସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ଗମନାଗମନରେ ସୁବିଧା ପାଇଁ ମୋ ବସ୍‌ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ବିଏମ୍‌ସି । ରାଜ୍ୟକୁ ଫେରୁଥିବା ପ୍ରବାସୀ କେମିତି ତାଙ୍କ ଘରେ ଯାଇ ସୁବିଧାରେ ବହଞ୍ଚିବେ ତାହା ଉପରେ ବିଶେଷ ସୁବିଧା କରାଯାଇଛି ।

ତେବେ ଏହି ବସ୍‌ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଭିତରେ ଯାତ୍ରା କରିବ । ଯାତ୍ରା ସମୟରେ ପ୍ରତ୍ୟେକ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରତ୍ୟେକ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ କମ୍‌ ରଖାଯିବ । ଯେଉଁଭଳି କେହି କାହାର ସଂସ୍ପର୍ଶରେ ଆସିବେ ନାହିଁ ସେ ନେଇ ବିଶେଷ ଧ୍ୟାନ ଦିଆଯାଇଛି । ବସ୍‌ ଚଳାଚଳ ପୂର୍ବରୁ ସମସ୍ତ ବସ୍‌ଗୁଡିକୁ ସାନିଟାଇଜ୍‌ କରାଯାଇଛି । ଏହି ବସ୍‌ ଗୁଡ଼ିକ  ଦିଲ୍ଲୀରୁ ଟ୍ରେନ ଓ ବିମାନ ଯୋଗେ ଫେରୁଥିବା ଯାତ୍ରୀଙ୍କୁ ନେଇ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଞ୍ଚାଇବ ।

Leave a Reply