spot_img
Home Blog Page 7086

ଚୀନରେ ରୂପ ବଦଳାଇ ପହଞ୍ଚିଲା କରୋନା, ଲୁଚିଛପି କରୁଛି ଆକ୍ରମଣ

ଚୀନ: କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୭୦ ହଜାର ଲୋକ ମୃତ୍ୟୁ ବରଣ କରିଲେଣି ଏବଂ ୧୩ ଲକ୍ଷ ଲୋକ ଏହାଦ୍ୱାରା ସଂକ୍ରମିତ ହୋଇସାରିଲେଣି । ଗୋଟିଏ ଭାଇରସ ସହ ଲଢ଼ିବା କଷ୍ଟକର ହେଇଯାଇଥିବାବେଳେ ଆଉ ଏକ ନୂଆ କରୋନା ଭାଇରସ ସଂକ୍ରମିତ ହେଉଥିବା ସୂଚନା ମିଳୁଛି । ଏହି ନୂଆ କରୋନା ଭାଇରସ ଚୀନର ସେହି ଉହାନ ଅଞ୍ଚଳରୁ ଆସିଛି ଯେଉଁଠି ପୁରୁଣା କରୋନା ଭାଇରସର ଉତ୍ପତ୍ତି ହୋଇଥିଲା । ସୂଚନା ଅନୁଯାୟୀ, ନୂଆ କରୋନା ଭାଇରସ ପୁରୁଣା କରୋନା ଭାଇରସ ଠାରୁ ଅଧିକ ଭୟଙ୍କର । କାରଣ ଏହି ନୂଆ କରୋନା ଭାଇରସର କୌଣସି ଲକ୍ଷଣ ନାହିଁ । ଅର୍ଥାତ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଖରେ ସଂକ୍ରମଣର କୌଣସି ଲକ୍ଷଣ ନଜର ଆସିବ ନାହି ।

ଏଯାବତ ଥଣ୍ଡା, କାଶ, ତଣ୍ଟିରେ ପିଡା ଅନୁଭବ କରିବା, ଜ୍ୱର ହେବା, ନିଶ୍ୱାସ ନେବାରେ କଷ୍ଟ ହେବା ଆଦି କରୋନାର ଲକ୍ଷଣ ଥିଲା । କିନ୍ତୁ ଏହି ଭାଇରସ ଅଧିକ ଭୟଙ୍କର ସାବ୍ୟସ୍ତ ହୋଇପାରେ କାରଣ ନୂଆ କରୋନା ଭାଇରସର କୌଣସି ଲକ୍ଷଣ ଆପଣ ଜାଣିପାରିବେ ନାହିଁ ।  ଏହାକୁ  Asymptomatic କୁହାଯାଏ ।

Asymptomatic ର ଅର୍ଥ ଜଣେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇସାରିବା ପରେ ବି ଏହାର ଲକ୍ଷଣ ବାବଦରେ କିଛି ଅନୁଭବ କରିପାରିବେ ନାହିଁ । ତାମାନେ ଏହି ଭାଇରସ ବିଷୟରେ ନା ସଂକ୍ରମିତ ବ୍ୟକ୍ତି ଜାଣିପାରିବେ ଆଉ ବିନା ଟେଷ୍ଟ କରି ଡାକ୍ତର ମଧ୍ୟ ଏ ବିଷୟରେ ଜାଣିପାରିବେ ନାହିଁ ।

କରୋନାର ଏହି ନୂଆ ବିପଦ ସହ କେମିତି ଲଢ଼ିବ ଦୁନିଆ ?

ପ୍ରଥମ ଚିକିତ୍ସା – ସରକାର ଲକଡ଼ାଉନକୁ ବଳବତ୍ତର ରଖନ୍ତୁ ।

ଦ୍ୱିତୀୟ ଚିକିତ୍ସା  -କରୋନା କବଳରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ  ବାହାରକୁ ଯିବାକୁ ଦିଇନ୍ତୁ ନାହିଁ । ସପ୍ତାହକୁ ଥରେ ତାଙ୍କର ହେଲଥ୍ ଚେକ୍ କରାନ୍ତୁ ସେ Asymptomaticରେ ଆକ୍ରାନ୍ତ ନୁହଁନ୍ତି ତ ।

ହୁବେଇରେ ଲକଡାଉନକୁ ଉଠାଇବା ଏବଂ ଜନଜୀବନକୁ ପୁଣି ସ୍ୱାଭାବିକ କରିବାର ଏହି ଭୁଲ ଚୀନକୁ ଭାରି ପଡ଼ିପାରେ । ଚୀନରେ କୋରନାର ୧୫୪୧ Asymptomatic ମାମଲା ସାମ୍ନାକୁ ଆସିଛି । ଯାହା ଲୋକଙ୍କ ଜୀବନକୁ ଆହୁରି ବିପଦରେ ପକାଇବାର ସମ୍ଭାବନା ରହିଛି ।

 

ଜଣେ କରୋନା ଆକ୍ରାନ୍ତ ମାସକରେ ୪୦୬ ଜଣଙ୍କୁ କରିପାରେ ସଂକ୍ରମିତ

ନୂଆଦିଲ୍ଲୀ: ମହମାରୀ କରୋନା ସହ ବିଶ୍ୱ ଯୁଝୁଛି । ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସମସ୍ତେ ଘରୁ ବାହାରିଲେ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରିବାକୁ ଲୋକଙ୍କୁ ଅପିଲ୍ କରାଯାଉଛି । ଏପରି ସ୍ଥଳେ ICMR ବା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଗବେଷଣାରୁ ନୂଆ ତଥ୍ୟ ଦେଇଛି ।

ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଯଦି ଲକଡାଉନ ନିୟମ ଓ ପ୍ରକୃତ ସାମାଜିକ ଦୂରତ୍ୱ ରକ୍ଷା ନକରନ୍ତି ତେବେ ପରିସ୍ଥିତି କେତେ ଭୟାବହ ହେବ ଅନୁମାନ କରିଛି ICMR । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଅଧ୍ୟୟନରୁ ଜଣାପଡ଼ିଛି ଯେ, ଜଣେ କରୋନା ଆକ୍ରାନ୍ତ ଲକଡାଉନ୍ ଓ ସାମାଜିକ ଦୂରତା ରକ୍ଷା ନକଲେ ତାଙ୍କଠାରୁ କରୋନା ୪୦୬ ଜଣଙ୍କୁ ବ୍ୟାପିବ ।

କରୋନା ସଂକ୍ରମିତ ସୂଚନା ଦେବାବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାର ଏନେଇ ସୂଚନା ଦେଇଛନ୍ତି । କରୋନା ପାଇଁ ଭାରତୀୟ ରେଳବାଇ ୨୫୦୦ କୋଚରେ ୪୦ ହଜାର ଆଇସୋଲେସନ୍ ବେଡ୍ ପ୍ରସ୍ତୁତ କରିଛି । ଦେଶର ୧୩୩ଟି ସ୍ଥାନରେ ପ୍ରତିଦିନ ୩୭୫ଟି ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ କରାଯାଉଛି ।

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

ଦେଶରେ ମଙ୍ଗଳବାର ସୁଦ୍ଧା ୪ ହଜାର ୪୨୧ ଜଣଙ୍କ ଠାରେ କରୋନା ପଜିଟିଭ୍ ମାମଲା ମିଳିଛି । ବିଗତ ୨୪ ଘଣ୍ଟାରେ ୩୫୪ଟି ନୂଆ ମାମଲା ଚିହ୍ନଟ ହୋଇଛି । ଆଜି ସୁଦ୍ଧା ICMR ୧ ଲକ୍ଷ ୭ ହଜାର ୬ଟି ସାମ୍ପୁଲ ପରୀକ୍ଷା କରିଛି । ଏବେ ଦେଶର ୧୩୬ଟି ସରକାରୀ ଓ ୫୯ଟି ବେସରକାରୀ ଲ୍ୟାବରେ କରୋନା ପରୀକ୍ଷା କରାଯାଉଛି ।

 

ଅଳିଆ ଆଣିବାକୁ ଯାଇଥିଲେ, ଟଙ୍କା ମାଳ ପିନ୍ଧାଇ ସଫେଇ କର୍ମଚାରୀଙ୍କୁ ସମ୍ମାନ ଜଣାଇଲେ

ସାରା ବିଶ୍ୱ ଏବେ କରୋନା ଭାଇରସ ସହ ଲଢ଼ିବାପାଇଁ ସଂଘର୍ଷ କରୁଛି । କରୋନା ମଣିଷ ଠାରୁ ମଣିଷକୁ ବ୍ୟାପିଥାଏ। ସେଥିପାଇଁ ଏହି ଭାଇରସ କୁ ରୋକିବାପାଇଁ ଦେଶରେ ୨୧ ଦିନିଆ ଲକଡାଉନ କରାଯାଇଛି। କିନ୍ତୁ ଏସବୁ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି । ସେଥିମଧ୍ୟରୁ ଜଣେ ହେଉଛି ସଫେଇ କର୍ମଚାରୀ। ଯାହା ଉପରେ ଦେଶକୁ ସଫା କରିବାର ଦାୟିତ୍ବ ରହିଛି। ତେବେ ସଫେଇ କର୍ମଚାରୀଙ୍କ କାର୍ଯ୍ୟକୁ ଦେଖି ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ନୋଟ୍  ମାଳ ଦେଇ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି ।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲ୍ଲାରେ ଯେତେବେଳେ ସଫେଇ କର୍ମଚାରୀ ସ୍ଥାନୀୟ ଅଂଚଳକୁ ଅଳିଆ ସଂଗ୍ରହ କରିବାକୁ ଯାଇଥିଲେ, ସେଠାରେ ରହୁଥିବା ବାସିନ୍ଦା ତାଙ୍କୁ ସମ୍ମାନିତ କରିଥିଲେ। ସ୍ଥାନୀୟ ବାସିନ୍ଦା କର୍ମଚାରୀଙ୍କୁ ନୋଟର ମାଳା ପିନ୍ଧାଇଥିଲେ ଏବଂ କିଛି ରାସନ ମଧ୍ୟ ଦେଇଥିଲେ । ଏହି ସମୟରେ ଘରର ବାଲକୋନିରୁ ଅନ୍ୟ ଲୋକମାନେ କରତାଳି ଦେଇଥିବାର ନଜର ଆସିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ୨୦୦ ରୁ ଅଧିକ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

୯ ତାରିଖରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ସକାଳ ୭ଟାରୁ ଲାଗୁ ହେବ ନିୟମ

ଭୁବନେଶ୍ୱର: ମାସ୍କ ଦ୍ୱାରା କରାଯିବ କରୋନା ମୁକାବିଲା । କରୋନା ସଂକ୍ରମଣ ରୋକିବା ନେଇ ସହାୟକ ହେବ ମାସ୍କ । ଦେଶର ପ୍ରଥମ ରାଜ୍ୟରେ ଭାବେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଓଡ଼ିଶା ସରକାର । ଆସନ୍ତା ୯ ତାରିଖ ସକାଳ ୭ଟାରୁ ଘରୁ ବହାରକୁ ଗଲେ ପିନ୍ଧିବାକୁ ପଡ଼ିବ ମାସ୍କ । ଡବଲ ଲେୟର ମାସ୍କ ବ୍ୟବହାର କରିବା ସହ ଏହାକୁ ପୁଣି ବ୍ୟବହାର କରିବା ପୂର୍ବରୁ ଗରମ ପାରି ଧୋଇସାରି, ଅନୁନ୍ୟ ୫ଘଣ୍ଟା ପାଇଁ ଖରାରେ ଶୁଖାଇବେ । ଏହା ପରେ ଯାଇ ମାସ୍କକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଯଦି ଡିସ୍‌ପୋଜାଲ୍ ମାସ୍କକୁ ବ୍ୟବହାର କରୁଛନ୍ତି ତା’ହେଲେ ୬ ଘଣ୍ଟା ପରେ ବାହାର କରି ଏହାକୁ ନଷ୍ଟ କରିବା ଉଚିତ୍‌ ।

ସ୍ୱାସ୍ଥ୍ୟ ବିଭାଗ ଗାଇଡ ଲାଇନ ଅନୁସାରେ ମାସ୍କ ବ୍ୟବହାର କରିବାକୁ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି ।

ସୂଚନା ଯୋଗ୍ୟ କରୋନା ଭୂତାଣୁରୁ ଉପୁଜୁଥିବା କୋଭିଡ-୧୯ରୁ ବର୍ତ୍ତିବା ପାଇଁ ନିର୍ଦ୍ଧିଷ୍ଟ ଭାବେ କୌଣସି ଔଷଧ ବାହାରିନଥିବା ବେଳେ କେବଳ ସତର୍କତା ଓ ସଚେତନତା ମାଧ୍ୟମରେ ହିଁ ଏହାକୁ ରୋକାଯାଇପାରିବ । ଏଣୁ ଡାକ୍ତର ଏବଂ ସରକାରଙ୍କ ପକ୍ଷରୁ ଏ ନେଇ ଗୁରୁତ୍ୱ ଦିଆଯାଇଛି । ଲୋକମାନଙ୍କୁ ଘରେ ରହିବାକୁ କୁହାଯିବା ସହିତ ହାତ ଧୋଇବାକୁ ପରାମର୍ଶ ଦିଆଯାଉଛି ।  ଆଉ ଏବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ସ୍ୱାସ୍ଥ୍ୟ କର୍ମୀ କିମ୍ୱା ଥଣ୍ଡା, କାଶ ହେଉଥିବା ଲୋକେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି  ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିନା କୌଣସି ଲକ୍ଷଣ ଥିବା ଲୋକ ପଜିଟିଭ ଚିହ୍ନଟ ହେବାରୁ ବର୍ତ୍ତମାନ ମାସ୍କ ପିନ୍ଧିବା ସମସ୍ତଙ୍କ ବାଧ୍ୟତାମୂଳକ କରାଯାଇଛି ।

 

ହ୍ୱାଟ୍ସଆପର ବଡ଼ ନିଷ୍ପତ୍ତି, ୫ ବଦଳରେ ଏବେ ମାତ୍ର ଜଣକୁ ଫରୱାର୍ଡ କରିପାରିବେ ମେସେଜ୍

ଇଷ୍ଟାଣ୍ଟ ମେସେଜିଂ ଆପ  ହ୍ୱାଟ୍ସଆପ ତା’ର ଫରୱାର୍ଡ ମେସେଜ୍ ନୀତିରେ ପରିବର୍ତ୍ତନ କରିଛି । ହ୍ୱାଟ୍ସଆପ୍ ଏବେ ମେସେଜ୍ ଫରୱାର୍ଡ ଲିମିଟ୍ ନିର୍ଦ୍ଧାରଣ କରିଛି । ଆଗରୁ ଜଣେ ଏକାଥରକେ ୫ ଜଣକୁ ମେସେଜ୍ ଫରୱାର୍ଡ କରି ପାରୁଥିଲେ । କିନ୍ତୁ ନୂଆ ନିୟମ ଅନୁସାରେ ଜଣେ ଏବେ କେବଳ ଗୋଟିଏ କଣ୍ଟାକ୍ଟକୁ ମେସେଜ୍ ଫରୱାର୍ଡ କରିପାରିବେ ।  କମ୍ପାନୀ କରୋନା ଭାଇରସକୁ ନେଇ ଦୃତ ଗତିରେ ବିସ୍ତାର ହେଉଥିବା ଗୁଜବକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନେଇଛି ।

ହ୍ୱାଟ୍ସଆପ୍  ସୂଚନା ଦେଇଛି ଯେ, ମେସେଜ ଫରୱାଡ କରିବା ଦିଗରେ ଏକ ନୂଆ ନିୟମ ଲାଗୁ କରାଯାଇଛି । ଏହାକୁ ବଶ୍ୱବ୍ୟାପି ଏକା ସାଙ୍ଗରେ ଲାଗୁ କରାଯିବ । ଅଧିକ ଫରୱାଡ ହୋଇଥିବା ମେସେଜକୁ ଏବେ ଥରେ ମାତ୍ର ଫରୱାଡ କରାଯାଇପାରିବ ।

ପ୍ରଥମେ କୌଣସି ଏକ ମେସଜକୁ ଫରୱାଡ କରିବାର ଲିମିଟ ୫ ଥିଲା । ଏବେ ଏହାକୁ ଆପଣ ଜଣଙ୍କ ପାଖକୁ ଫରୱାଡ କରିପାରିବେ  । କମ୍ପାନୀ ଏହା ମଧ୍ୟ କରହିଛି ଯେ, ଭୁଲ ମସେଜ ଫରୱାଡ କରିବା ଉଚିତ ନୁହେଁ । ୱାଟସାପ ଏହି ପରିବର୍ତ୍ତନ ସମେତ NGO, GOVT ଏବଂ WHO ସହ ମିଶି କାମ କାର୍ଯ୍ୟ କରୁଛି ଯାହାଫଳରେ ଲୋକଙ୍କ ପାଖକୁ ଭୁଲ ତଥ୍ୟ ଯିବନାହିଁ ।

ଟ୍ରମ୍ପଙ୍କୁ ରାହୁଲଙ୍କ ସମାଲୋଚନା, ‘ବନ୍ଧୁ’ କହି ପ୍ରତିଶୋଧର ଭାବନା ରଖୁଛନ୍ତି ଆମେରିକା ରାଷ୍ଟ୍ରପତି !

ନୂଆଦିଲ୍ଲୀ : ନିଦ ହଜାଇଛି କରୋନା । ଔଷଧ ପାଇଁ ଦେଶ ଦେଶ ମଧ୍ୟରେ ଟଣାଓଟରା  ସାରା ବିଶ୍ୱରେ ହାହା କାର ସୃଷ୍ଟି  କରିଥିବା ଏହି ମହାମାରୀର ସଙ୍କଟ ମଧ୍ୟରେ ଭାରତ ଏବଂ ଆମେରିକା ସମ୍ପର୍କ ଉପରେ ଦୃଢ ପ୍ରଭାବ ପଡ଼ିଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଔଷଧକୁ ନେଇ ଯେପରି ନିଜର ମନ୍ତବ୍ୟ ଦେଲେ ତା ଉପରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ତେବେ ଏହାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ଯେ, ଭାରତ ସମସ୍ତଙ୍କୁ ସାହାଯ୍ୟ କରିବା ଉଚିତ୍, କିନ୍ତୁ ପ୍ରଥମେ ଭାରତୀୟମାନଙ୍କୁ ସାହାଯ୍ୟ କରିବା ଉଚିତ୍ |

ରାହୁଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ‘ସାଙ୍ଗମାନଙ୍କ ମଧ୍ୟରେ ପ୍ରତିଶୋଧର ଭାବନା ? ଭାରତ ସମସ୍ତ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେବା ଉଚିତ, କିନ୍ତୁ ସର୍ବପ୍ରଥମେ କରୋନା ରୋକିବା ପାଇଁ ସବୁ ପ୍ରକାର ଔଷଧ ଏବଂ ଉପକରଣ ନିଜ ଦେଶର କୋଣ ଅନୁକୋଣରେ ପହଞ୍ଚିବା ଦରକାର ।

ମଙ୍ଗଳବାର ସକାଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଧମକପୂର୍ଣ୍ଣ ସ୍ୱରରେ ଦେଇଥିବା ଏକ ମନ୍ତବ୍ୟ ପରେ ରାହୁଲ ଗାନ୍ଧୀଙ୍କ ଏପରି ମନ୍ତବ୍ୟ ଦେଇଛନ୍ତି । ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଯଦି ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୟୁନ୍ ଯୋଗାଇବା ଆରମ୍ଭ ନକରିବ ତେବେ ଆମେରିକା ଏହାର ଜବାବ ଦେବ । ଟ୍ରମ୍ପଙ୍କ ଏଭଳି ମନ୍ତବ୍ୟକୁ ଭାରତରେ ତୀବ୍ର ସମାଲୋଚନା କରାଯାଉଛି।

ତେବେ ଏହି ଘଟଣା ପରେ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହାର ଜବାବ ଦେଇଛି ଏବଂ କହିଛି ଯେ ଏହି ପ୍ରସଙ୍ଗକୁ ରାଜନୈତିକ ରୂପ ଦିଆଯିବା ଉଚିତ ନୁହେଁ । ଭାରତ ସରକାର ଏହା ନିଶ୍ଚିତ କରିଛନ୍ତି ଯେ , ପ୍ରଥମେ ଦେଶର ଲୋକମାନଙ୍କର ଆବଶ୍ୟକତାର ଧ୍ୟାନ ଦିଆଯିବ, ଯେବେ ଦେଶରେ ପୂରା ଷ୍ଟକ୍ ରହିବ, ତାପରେ ହିଁ ଅନ୍ୟ ଦେଶକୁ ସହାୟତା ଦିଆଯିବ।

ଦି’ଦିନରେ ବଦଳିଗଲେ ଟ୍ରମ୍ପ,ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ନଦେଲେ କଠୋର କାର୍ଯ୍ୟାନୁଷ୍ଠାନ ଧମକ !

ତେବେ ଭାରତ ସରକାର କିଛି ଔଷଧ ରପ୍ତାନି ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଔଷଧଗୁଡିକ ଭାରତର ସେହି ପଡୋଶୀ ଦେଶମାନଙ୍କୁ ଦିଆଯିବ, ଯେଉଁମାନେ ଭାରତ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ, ଏବଂ କରୋନା ପାଇଁ ଅଧିକ ପ୍ରଭାବିତ ଦେଶମାନଙ୍କୁ ମଧ୍ୟ ଔଷଧ ଦିଆଯିବ।

ଉଲ୍ଲେଖନୀୟ ଯେ, ଆମେରିକାରେ ବର୍ତ୍ତମାନ କରୋନା ଭାଇରସର ଏକ ଭୟଙ୍କର ରୂପ ନେଇ ସାରିଛି  ଏବଂ ଏଥିରେ ତିନି ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ 10,000 ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି ।

ଦେଶରେ ବଢ଼ିପାରେ ଲକଡାଉନ୍, ରାଜ୍ୟମାନଙ୍କ ଅପିଲ୍ ଉପରେ ବିଚାର କରୁଛି କେନ୍ଦ୍ର

ନୂଆଦିଲ୍ଲୀ: ଏପ୍ରିଲ ୧୪ରେ ସରିବାକୁ ଥିବା ୨୧ ଦିନିଆ ଲକଡାଉନକୁ ନେଇ ଦେଶବ୍ୟାପୀ ଦ୍ୱନ୍ଦ୍ୱ ଲାଗି ରହିଛି । ଲକଡାଉନ ଏପ୍ରିଲ ୧୪ରେ ସରିବ ନା ପୁଣି ଥରେ ବଢ଼ିବ ସମସ୍ତେ ସେ ଗୋଟିଏ କଥା ପଚାରୁଛନ୍ତି । ସୂତ୍ରରୁ ମିଳିଥିବା ଖବର ମୁତାବକ କେତକ ରାଜ୍ୟ ସରକାର ଲକଡାଉନ ଅବଧି ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଲକଡାଉନ୍ ହଟାଇବା ରଣନୀତି ତିଆରି କରୁଛନ୍ତି ମୋଦି ସରକାର

ରାଜ୍ୟ ଗୁଡ଼ିକର ନିବେଦନ ଉପରେ କେନ୍ଦ୍ର ସରକାର ଗଭୀରତାର ସହ ବିଚାର କରୁଛନ୍ତିଷ ଏପରିକି କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ଓ ବିଶେଷଜ୍ଞଙ୍କ ସହ ଏନେଇ ଆଲୋଚନା ଜାରି ରଖିଛନ୍ତି । ସେମାନଙ୍କ ପରାମର୍ଶ ଓ ବିଗୁଡ଼ିଥିବା ସ୍ଥିତିକୁ ଦେଖି ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ ।

କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଇବାର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଯାହାକି ଏପ୍ରିଲ୍ ୧୪ରେ ସରିବାକୁ ଯାଉଛି । ଅନ୍ୟପଟେ ଲକଡାଉନକୁ ଜୁନ୍ ୩ ଯାଏଁ ବୃଦ୍ଧି କରିବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନୁରୋଧ କରିଥିଲେ । ପରେ ତେଲଙ୍ଗାନା ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ, କେରଳ ମୁଖ୍ୟମନ୍ତ୍ରୀ ମଧ୍ୟ ଲକଡାଉନ୍ ଅବଧି ବୃଦ୍ଧି ସପକ୍ଷରେ ଅଛନ୍ତି ।

ଲକ୍‌ଡାଉନ୍‌ରେ ବି ସଟ୍‌ଡାଉନ୍‌ର ଆକ୍ସନ୍‌; ବିନା କାରଣରେ ଘରୁ ବାହାରିଲେ ଖାଇବାକୁ ପଡୁଛି ନିର୍ଦ୍ଧୁମ ମାଡ଼

କରୋନା ଭାଇରସ୍ ଦେଶରେ ଏବେ ଯାଏଁ ୪,୪୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବାକୁ ନିବେଦନ କରୁଛନ୍ତି ।

‘ହନୁମାନ’ ଦାରା ସିଂଙ୍କର ଶେଷ ଇଚ୍ଛା କ’ଣ ଥିଲା ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ:  ଲକଡାଉନ୍ ପାଇଁ ଏବେ ସବୁ କିଛି ବନ୍ଦ ରହିଛି। କରୋନା ପାଇଁ ସମସ୍ତେ ଘରେ ସମୟ ବିତାଉଛନ୍ତି। ସେଥିପାଇଁ ଲୋକମାନେ ଘରେ ବସି ବସି ବୋର ନହେବା ପାଇଁ ସବୁ ପୁରୁଣା ସିରିଏଲ ରିଟେଲିକାଷ୍ଟ ହେବାରେ ଲାଗିଛି। ସେଥିମଧ୍ୟରେ ରାମାୟଣ ମଧ୍ୟ ପୁନଃପ୍ରସାରିତ ହେଉଛି । ପୂର୍ବରୁ ରାମାୟଣ ଯେତିକି ପ୍ରଶଂସା ଗୋଟେଇଥିଲା ଏବେ ମଧ୍ୟ ସେତିକି ପ୍ରଶଂସା ହାତେଇବାରେ ଲାଗିଛି। ଟିଆରପି ରେଟିଂରେ ରାମାୟଣ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଶୋ’ରେ ରାମଙ୍କ ଚରିତ୍ରରେ ଅରୁଣ ଗୋଭିଲ ଥିଲେ। ଏଥି ସହିତ ଦାରା ସିଂ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ। ଦାରା ସିଂଙ୍କୁ ବହୁତ ପସନ୍ଦ କରାଯାଇଥିଲା ହନୁମାନ ଭୂମିକାରେ। ବର୍ତ୍ତମାନ ଦାରା ସିଂ ଆମ ମଧ୍ୟରେ ନାହାଁନ୍ତି, କିନ୍ତୁ ତାଙ୍କ ଚରିତ୍ର ଅମର ହୋଇଛି ଠିକ ହନୁମାନଙ୍କ ପରି ।


ତାଙ୍କ ପୁଅ ବିନ୍ଦୁ ଦାରା ସିଂ ଏକ ସାକ୍ଷାତକାରରେ ତାଙ୍କ ପିତାଙ୍କ ଶେଷ ଇଚ୍ଛା ପ୍ରକାଶ କରିଛନ୍ତି। ବିନ୍ଦୁ ଦାରା ସିଂ କହିଛନ୍ତି ଯେ ତାଙ୍କ ପିତାଙ୍କ ଶେଷ ଇଚ୍ଛା ଥିଲା ରାମାୟଣଙ୍କୁ ପୁଣି ଦେଖିବା । ବିନ୍ଦୁ କହିଛନ୍ତି, ‘ମୋର ପିତା ରାମାୟଣଙ୍କୁ ଶେଷ ଥର ପାଇଁ ପୁଣି ଥରେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସେ କହିଥିଲେ ଯେ ମୁଁ ପୁଣି ଥରେ ରାମାୟଣଙ୍କୁ ଦେଖିବାକୁ ଚାହୁଁଛି।  ସେ ଏକ ସମୟରେ ପାଞ୍ଚଟି ଏପିସୋଡ୍ ଦେଖୁଥିଲେ । ‘


ବିନ୍ଦୁ ଆହୁରି କହିଛନ୍ତି- ‘ମୋ ବାପା ତାଙ୍କ ଅଭିନୟ କ୍ୟାରିୟରରେ ତିନିଥର ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ। ୧୯୭୬ ମସିହାରେ ମୁକ୍ତିଲାଭ କରିଥିବା ଜୟ ବଜରଙ୍ଗ ବଲିରେ ସେ ପ୍ରଥମେ ହନୁମାନ ଭୂମିକାରେ ଅଭିନୟ କରିଥିଲେ। ଏହା ପରେ ସେ ରାମାନନ୍ଦ ସାଗର ରାମାୟଣରେ ହନୁମାନ ହୋଇଥିଲେ । ତୃତୀୟ ଥର ପାଇଁ ସେ ବି.ଆର ଚୋପ୍ରାଙ୍କ ଟିଭି ଶୋ ମହାଭାରତରେ ହନୁମାନ ଭୂମିକାରେ ଥିଲେ। ମୋ ବାପାଙ୍କ ପରେ ଅନେକ ଲୋକ ହନୁମାନଙ୍କ ଭୂମିକାରେ ଅଭିନୟ କରିଥିଲେ | କିନ୍ତୁ ତାଙ୍କ ଭଳି ଅଭିନୟ କେହି କରିପାରିନଥିଲେ।