ଗାଡ଼ିର ବିଲ୍‌ କରାଇଦେବା କହି ଲାଞ୍ଚ ନେଉଥିଲେ, ଭିଜିଲାନ୍ସ ଜାଲରେ ଫସିଲେ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଦୁଇ ସରକାରୀ କର୍ମଚାରୀ । ବିଲ୍‌ କରାଇଦେବାକୁ କହି ଡିମାଣ୍ଡ କରିଥିଲେ ଟଙ୍କା । ୧୪ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ ଜିଲ୍ଲା ବିଜେପୁର ଏନଏସିର  ଦୁଇଜଣ କର୍ମଚାରୀ ।  ବିଜେପୁର ଏନଏସି ରେ ଭଡ଼ାରେ ଲାଗିଥିବା ବୋଲେରୋ ଗାଡ଼ିର ବିଲ କରିଦେବାକୁ ୧୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋ ହୋଇଥିଲା । ପରେ ବିଜେପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ  ରୁକମଣ ମେହେର ଏବଂ ଆକାଉଣ୍ଟାଣ୍ଟ  ମାନସ କୁମାର ଦାସ  ଆଜି ସମ୍ବଲପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଧମା ଗ୍ରାମର ମଦନ ମେହେର ତାଙ୍କର ଏକ ବୋଲେରୋ ଗାଡ଼ିକୁ ବିଜେପୁର ଏନଏସିରେ ଭଡା ସୂତ୍ରରେ ଲଗାଇଥିଲେ । ତେବେ ସେ ଗତ କିଛି ମାସର ଭଡା ଅର୍ଥ ପାଇଁ ବିଲ୍‌ ପାସ କରିଦେବାକୁ ଏନଏସିକୁ ବହୁ ବାର ଦୌଡିଥିଲେ ଶେଷରେ ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଆକାଉଣ୍ଟେଣ୍ଟ ୧୪ ହଜାର ଟଙ୍କା ଦାବି କରିବାରୁ ସେ ଭିଜିଲାନ୍ସ ର ଦ୍ଵାରସ୍ଥ ହୋଇଥିଲେ  ।  ଆଜି ପୂର୍ବ ପ୍ରସ୍ତୁତି ଯୋଜନା ମୁତାବକ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଉଭୟ ଲାଞ୍ଚୁଆଙ୍କୁ ଭିଜିଲାନ୍ସ କାବୁ କରିଛି ଏବଂ କୋର୍ଟକୁ ଚାଲାଣ କରିଛି ।

Leave a Reply