କରୋନା ପାଇଁ ସରକାରଙ୍କ ନୂଆ ଗାଇଡଲାଇନ୍: ଅଫିସରେ ଛେପ ପକାଇଲେ ମିଳିବ ଦଣ୍ଡ, ଭରିବାକୁ ପଡ଼ିବ ଜରିମାନା

1 min read
 Functioning of Government Offices during December 2020F

File

ନୂଆଦିଲ୍ଲୀ: ଦେଶରେ ଲକଡାଉନ ଜାରି ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଭିନ୍ନ କାର୍ଯ୍ୟାସ୍ଥଳରେ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ଯଦି କୌଣସି ବ୍ୟକ୍ତି କାର୍ଯ୍ୟସ୍ଥଳରେ ଛେପ ପକାଉଥିବାର ଦେଖାଯାଏ ତେବେ ତାହାକୁ ଦଣ୍ଡ ମିଳିବା ସହ ଫାଇନ ମଧ୍ୟ ଦେବାକୁ ପଡ଼ିବ । ଲକଡାଉନର ୪ର୍ଥ ପର୍ଯ୍ୟାୟ ୧୫ରୁ ୩୧ ମେ ପର୍ଯ୍ୟନ୍ତ ଚାଲିବ । କେତେକ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଲକଡାଉନ ୪.୦ରେ ଅଧିକ କୋହଳ କରିନାହାଁନ୍ତି । କିନ୍ତୁ ଅନ୍ୟପଟେ କିଛି ଏମିତି ରାଜ୍ୟ ଅଛି ଯେଉଁମାନେ କାର୍ଯ୍ୟସ୍ଥଳରେ ୧୦୦ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବାର ଅନୁମତି ଦେଇଛନ୍ତି । ରାଜ୍ୟରେ ଗାଇଡଲାଇନ ଜାରି ହେବା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କାର୍ଯ୍ୟାଳୟ ଏବଂ କାର୍ଯ୍ୟସ୍ଥଳ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି । ଜାଣନ୍ତୁ ଏଥିସହ ଜଡ଼ିତ କିଛି ଜରୁରୀ ତଥ୍ୟ-

ସ୍ୱାସ୍ଥ୍ୟ ମନ୍ତ୍ରଣାଲୟ ଦ୍ୱାରା ଜାରୀ କରାଯାଇଥିବା ଗାଇଡଲାଇନ୍

  • ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଦୂରତା ବଜାୟ ରଖିବା ଜରୁରୀ । ବସିବା ବ୍ୟବସ୍ଥା ସହିତ ଅନେକ ଜିନିଷ ପାଇଁ ୧ ମିଟରର ଦୂରତା ଆବଶ୍ୟକ ।
  • ମୁହଁକୁ ଏକ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇ ରଖନ୍ତୁ ।
  • ସାବୁନ କିମ୍ବା ସାନିଟାଇଜର ମାଧ୍ୟମରେ ବାରମ୍ବାର ହାତକୁ ସଫା କରନ୍ତୁ ।
  • ଯଦି ଆପଣ ଅସୁସ୍ଥତା ଅନୁଭବ କରୁଛନ୍ତି ତେବେ ଏ ବିଷୟରେ ସ୍ଥାନୀୟ ପ୍ରଶାସନକୁ ଜଣାଇବାକୁ ଆପଣ ବାଧ୍ୟ ।
  • ଛିଙ୍କିବା କିମ୍ବା କାଶିବା ସମୟରେ ପାଟିକୁ ଘୋଡାନ୍ତୁ ।
  • ଅଫିସକୁ ଯିବାବେଳେ ସାବଧାନ ରୁହନ୍ତୁ । ସର୍ବସାଧାରଣ ସ୍ଥାନରେ ଜିନିଷ ଛୁଇଁବା ଠାରୁ ଦୂରେଇ ରୁହନ୍ତୁ ।
  • ଯଦି କୌଣସି କାର୍ଯ୍ୟାଳୟରେ କରୋନା ସଂକ୍ରମିତ ଥାନ୍ତି, ତେବେ ଗତ ୪୮ ଘଣ୍ଟା ମଧ୍ୟରେ ସଂକ୍ରମିତ ବ୍ୟକ୍ତି ଯେଉଁଆଡ଼େ ଗଲେ ଏହାକୁ ସାନିଟାଇଜ କରାଯିବା ଆବଶ୍ୟକ । ଅଫିସ୍ କିମ୍ବା କାର୍ଯ୍ୟସ୍ଥଳୀକୁ ସମ୍ପୂର୍ଣ୍ଣ ସିଲ୍ କରିବାର ଆବଶ୍ୟକତା ନାହିଁ ।
  • କୌଣସି ଅଫିସ୍ କିମ୍ବା ବିଲ୍ଡିଂରେ କରୋନା ମାମଲାରେ ଆସିଲେ, ପୂରା କାର୍ଯ୍ୟାଳୟକୁ ବା ବିଲ୍ଡିଂକୁ ୪୮ ଘଣ୍ଟା ପାଇଁ ସିଲ୍ କରାଯିବ । ଯେପର୍ଯ୍ୟନ୍ତ ସେହି କାର୍ଯ୍ୟାଳୟକୁ ସାନିଟାଇଜ୍କ ରାଯାଇ ନାହିଁ, ସମସ୍ତଙ୍କୁ ଘରୁ କାମ କରିବାକୁ ପଡିବ ।

ଦେଶରେ ଲକ୍ଷେ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ବିଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣର ୪ ହଜାର ୯୭୦ଟି ନୂଆ ମାମଲା ଆସିଛି । ଏଥିସହ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧ ଲକ୍ଷ ୧ ହଜାର ୧୩୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୧୩୪ ଲୋକଙ୍କ ମୃତ୍ୟୁ ସହ ଦେଶରେ ମୃତ୍ୟୁସଂଖ୍ୟା ୩ ହଜାର ୧୬୩ରେ ପହଞ୍ଚିଛି ।

ଦେଶରେ ଲକ୍ଷେ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

Leave a Reply