ଫେସବୁକର ‘ଏକ ଟଙ୍କିଆ ବଜାର’, କେତେ ସତ ଏବଂ କେତେ ମିଛ ?

1 min read

ଫେସବୁକରେ ଆପଣ କଣ କେବେ ଏକ ଟଙ୍କାରେ ଗୋଟିଏ ଲିଟର ସାନିଟାଇଡର୍ ଏବଂ PPE କିଣିବାକୁ ଚେଷ୍ଟା କରିଛନ୍ତି କି ? ଯଦି ହଁ, ତେବେ କଣ ଆପଣ ଏହି ମୂଲ୍ୟରେ ସାନିଟାଇଜର କି PPE ପାଇଛନ୍ତି କି ? ଏହି ଜିନିଷ ଉପରେ ଆପଣଙ୍କ ଆଗ୍ରହ ଦେଖିବା ପାଇଁ ଗୋଟିଏ ଟଙ୍କାର ମୂଲ୍ୟ ଏକ ଚାଲ ଥିଲା କି ? ତେବେ ଆମେ ଆଜି ଆପଣଙ୍କୁ କହିବୁ ଏହା ପଛର କାହାଣୀ । କାହିଁକି ଏଭଳି ବିଭିନ୍ନ ପ୍ରକାରର ବିଜ୍ଞାପନ ସହ ଆପଣ ବାରମ୍ବାର ମୁହାଁମୁହିଁ ହୋଇଥାନ୍ତି ?

କରୋନା ସମୟରେ ଫେସବୁକର ‘ଏକ ଟଙ୍କିଆ’ ବଜାର । ଆପଣଙ୍କ ମଧ୍ୟରୁ ଅନେକ ଏହି ୧ ଟଙ୍କିଆ ଅଫରରେ ଅନେକଥର ଫସିଥିବେ ।  କେତେବେଳେ ଯଦି ଧ୍ୟାନ ଦେଇଥିବେ ତାହାଲେ ଦେଖିଥିବେ କି ଅଧିକ ଦାମ ଜିନିଷ ମାତ୍ର ଏକ ଟଙ୍କାରେ ମିଳିବ ବୋଲି ବିଜ୍ଞାପନ ଆସୁଥାଏ । ସେ ଏକ ଟଙ୍କାରେ ଗୋଟିଏ ଲିଟର ହ୍ୟାଣ୍ଡ ସାନିଟାଇଜର, PPE କିଟ୍, ବା ଶହ ଶହ ପକେଟ ହ୍ୟାଣ୍ଡ ସାନିଟାଇଜର ହେଉ । ଏହିଭଳି ଅଫର ବାରମ୍ବାର ଫେସବୁକର ମାର୍କେଟପ୍ଲେସରେ ଦେଖିବାକୁ ମିଳିଥାଏ । ହଜାର ହଜାର ବିକ୍ରେତା ସୋସିଆଲ ମିଡିଆ ଜିଆଣ୍ଟ୍ ଫେସବୁକ ମାର୍କେଟପ୍ଲେସରେ ନକଲି ବିଜ୍ଞାପନ ବ୍ୟବହାର କରି ଗ୍ରାହକଙ୍କୁ ଆକର୍ଷିତ କରୁଛନ୍ତି ଯାହା ଦ୍ୱାରା ସେମାନେ ଅନଲାଇନ ବିକ୍ରେତାଙ୍କ ତାଲିକାରେ ଶୀର୍ଷରେ ରହିପାରିବେ ।

FB  ବଜାର ନିୟନ୍ତ୍ରିତ ନୁହେଁ

ଇ-କମର୍ସ କମ୍ପାନୀଗୁଡିକ ପରି, ଫେସବୁକର ମାର୍କେଟପ୍ଲେସ୍ ନିୟନ୍ତ୍ରିତ ନୁହେଁ  । ଏଥିପାଇଁ କୌଣସି ନିର୍ଦ୍ଦେଶାବଳୀ ନାହିଁ  । ଫେସବୁକ ଏକ ଟଙ୍କିଆ ବଜାରର ସତ୍ୟତା  ଜାଣିବା ପାଇଁ ଏକ ଇଂରାଜୀ ଖବରକାଗଜ ଦ୍ୱାରା ଏକ ଷ୍ଟିଙ୍ଗ୍ ଅପରେସନ୍ କରାଯାଇଥିଲା । ଯାହାର

ଖବର କାଗଜ ପକ୍ଷରୁ  ୧୦ ଜଣ  ବିକ୍ରେତାଙ୍କ ସହ କଥା ହେଲା ପରେ ଏମିତି କିଛି ସତ୍ୟତା ସାମ୍ନାକୁ ଆସିଲା । ସେମାନଙ୍କ ସହ ବାର୍ତ୍ତାଳାପରେ ଏହା ପ୍ରକାଶ ପାଇଲା ଯେ ଅଧିକାଂଶ ଉତ୍ପାଦର ମୂଲ୍ୟ ସ୍ଥିର କରାଯାଏ ନାହିଁ  । ସେମାନେ ଗୋଟିଏ ଉତ୍ପାଦର ମୂଲ୍ୟକୁ ଏକ ଟଙ୍କା କରିବା ପରେ ଲୋକଙ୍କର ଆଗ୍ରହ ଦେଖି ତାକୁ ତାର ଦର ନିର୍ଦ୍ଧାରିତ କରିଥାନ୍ତି ।

କ୍ଲିକ୍‌ କଲା ପରେ ଏକ ଟଙ୍କା ସାନିଟାଇଜର ୭୮୦୦ ଟଙ୍କା ହୋଇଯାଏ !

ଯେତେବେଳେ ଫେସବୁକରେ ଗୋଟିଏ ଉତ୍ପାଦକୁ ନେଇ ଅନୁସନ୍ଧାନ ଗମ୍ଭୀର ହୋଇଯାଏ, ସେତେବେଳେ ସେହି ଉତ୍ପାଦର ଏକ ନୂତନ ମୂଲ୍ୟ ହୋଇଯାଏ । ଅନେକ ବିକ୍ରେତା ଯିଏ ପୂର୍ବରୁ ଏକ ଟଙ୍କାରେ ସ୍ୱୟଂଚାଳିତ ସାନିଟାଇଜର ଡିସପେନସର୍ ବିକ୍ରି କରୁଥିଲେ । ସେ ଦେଖିଲେ ଯେ ଏହାକୁ ନେବାରେ ଲୋକଙ୍କର ବହୁତ ଆଗ୍ରହ ରହିଛି, ତେଣୁ ସେ ମୂଲ୍ୟକୁ ୭,୮୦୦ ଟଙ୍କାକୁ ବୃଦ୍ଧି କଲେ  । ପକେଟ ସାନିଟାଇଜର ସେଲରେ ମଧ୍ୟ ଏଭଳି କରିଥିଲେ । ଯେତେବେଳେ ଅଧିକ ଅନୁସନ୍ଧାନ କରାଯାଇଥିଲା, ତୁରନ୍ତ ଏହାର ମୂଲ୍ୟ ୬୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।

ବିଶେଷଜ୍ଞମାନେ କହିଛନ୍ତି ଯେ ନୂତନ ଗ୍ରାହକ ସୁରକ୍ଷା ଆଇନରେ ଜନସାଧାରଣଙ୍କୁ ଉତ୍ପାଦର ଭୁଲ ମୂଲ୍ୟ କହିବା ଭୁଲ ଅଟେ । ପରେ ଫେସବୁକ  ଏହିପରି ଲକ୍ଷ ଲକ୍ଷ ବିଜ୍ଞାପନ ହଟାଇ ଦେଇଥିଲା, ଯେଉଁଥିରେ ଏମିତି ଅବସ୍ତାବ ମୂଲ୍ୟ ଦେଇ ମାର୍କେଟିଂ କରାଯାଉଥିଲା ।

Leave a Reply