‘ବୁଲବୁଲ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ ରହିବ ‘ଅମ୍ଫାନ’ ପ୍ରଭାବ: SRC

ଭୁବନେଶ୍ୱର: ‘ଅମ୍ଫାନ’ ପ୍ରଭାବରେ ଭିତରକନିକା, ଡାଙ୍ଗମାଳ ସହ ବାଲେଶ୍ୱର ଦୀଘା, ତାଳସାରୀରେ ପବନ ୧୦୦ରୁ ୧୨୦ କିମି ଘଣ୍ଟାପ୍ରତି ହେବା ଗଷ୍ଟିଂ ୱିଣ୍ଡ୍ ସ୍ପିଡ୍ ୧୨୫ କିମି ରହିବ । ଆସନ୍ତାକାଲି ଦିନ ୧୨ଟାରୁ ୨ଟା ଭିତରେ ଓଡ଼ିଶା ଉପକୂଳ ଉପର ଦେଇ ବାତ୍ୟା ଯାଇପାରେ । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପବନର ବେଗ ଅଧିକ ରହିବ । ଅପରାହ୍ଣ ପରେ ବର୍ଷା ଓ ପବନ କମିବ ।

ବୁଲବୁଲ୍ କ୍ଷତିଗ୍ରସ୍ତ ଅଞ୍ଚଳ ସହିତ ଅନ୍ୟ ଅଞ୍ଚଳରେ ପ୍ରଭାବ ରହିବ । ଏବେ ସୁଦ୍ଧା ୩୧ଗୋଟି ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍ ମୁତୟନ ହୋଇଛନ୍ତି । ବର୍ତ୍ତମାନ ଯାଏଁ ବର୍ଷା ଓ ପବନ ସାମାନ୍ୟ ରହିଛି । ଆଜି ରାତି ସୁଦ୍ଧା ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ । କଚ୍ଚା ଘର, ଆଜବେଷ୍ଟସ୍ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମଧ୍ୟରାତ୍ରୀ ପରେ ହଠାତ୍ ପବନର ବେଗ ବଢ଼ିବା ସହିତ ବର୍ଷା ବଢିପାରେ ।

ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସହ ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କେତକ ଅଞ୍ଚଳରେ ପବନର ବେଗ ଅଧିକ ରହିବ । ତେଣୁ, ବିଦ୍ୟୁତ ଉପକରଣ ନଷ୍ଟ ହେବାର ସମ୍ଭାବନା ରହିଛି । ସେଥିପାଇଁ କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗଞ୍ଜାମ ଓ ପୁରୀରୁ ୨୫୦ଟି ସେଟ୍ ଟେଲିସ୍କୋପିକ୍ ଲାଇଟ୍ ଆଣିବାର ବ୍ୟବସ୍ଥା କରିଛୁ ।

ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ବେଳେ କୋଭିଡକୁ ଅଣଦେଖା କରିବା ନାହିଁ । ମାସ୍କ ପିନ୍ଧିବା ସହ ବାରମ୍ବାର ହାତ ଧୋଇବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ପବନ ଆରମ୍ଭ ପରେ ନଦୀ, ନାଳ ଓ ପୋଖରୀକୁ କେହି ଯାଆନ୍ତୁ ନାହିଁ ।

ମହାବାତ୍ୟାରୁ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ‘ଅମ୍ଫାନ’

Leave a Reply