ପ୍ରବାସୀ ଶ୍ରମିକଙ୍କ ପାଇଁ ଖୁସି ଖବର, ଜୁନ୍ ୧ରୁ ଗଡ଼ିବ ୨୦୦ ଟ୍ରେନ୍

1 min read

ନୂଆଦିଲ୍ଲୀ: ଲକଡାଉନ୍ ନିୟମ କୋହଳ ହେବା ସହ ଦୌଡ଼ିବା ଆରମ୍ଭ କରିଛି ଦେଶ । ମେ ୧୨ରୁ ଦେଶରେ ଟ୍ରେନ୍ ସେବା ଆଂଶିକ ଭାବେ ଆରମ୍ଭ ହୋଇଛି । ଦିଲ୍ଲୀରୁ ଦେଶର ୧୫ଟି ସ୍ଥାନକୁ ଏସି ବା ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚଳାଚଳ କରୁଛି । ଏଥିସହ ରାଜ୍ୟମାନଙ୍କ ଅନୁରୋଧ କ୍ରମେ ଭାରତୀୟ ରେଳବାଇ ସ୍ୱତନ୍ତ୍ର ଶ୍ରମିକ ସ୍ପେଶାଲ ଟ୍ରେନ୍ ମଧ୍ୟ ଚଳାଉଛି । ଏବେ ଦୈନିକ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଚାଲିପାରିବ । ଏବଂ ଏହାକୁ ପରବର୍ତ୍ତୀ ସମୟରେ ଆସ୍ତେ ଆସ୍ତେ ବୃଦ୍ଧି କରାଯିବ । ଟ୍ୱିଟ୍ କରି ରେଲୱେ ମନ୍ତ୍ରୀ ପୀୟୁଷ ଗୋଏଲ ଏନେଇ ସୂଚନା ଦେଇଛନ୍ତି ।

ଏଥିପାଇଁ ରାଜ୍ୟ ସରକାର ଶ୍ରମିକମାନଙ୍କୁ ନିକଟସ୍ଥ ମୁଖ୍ୟ ଷ୍ଟେସନରେ ରେଜିଷ୍ଟର କରିବା ସହ ଲିଷ୍ଟକୁ ରେଲୱେକୁ ଦେବାକୁ କହିଛନ୍ତି । ଫଳରେ ରେଲୱେ ସ୍ପେଶାଲ ଟ୍ରେନ୍ ଚାଲିପାରିବ ।

ପ୍ରବାସୀ ଶ୍ରମିକମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭାରତୀୟ ରେଳବାଇ ଜୁନ୍ ୧ରୁ ଅତିରିକ୍ତ ଟ୍ରେନ୍ ଚଳାଇବ । ଦୈନିକ ସମୟ ସାରଣୀ ଅନୁସାରେ ୨୦୦ଟି ନନ୍ ଏସି ବା ଅଣଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଚାଲିବ । ଯେଉଁଥିପାଇଁ ଖୁବଶୀଘ୍ର ବୁକିଂ ମଧ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୁଷ ଗୋଏଲ । ତେବେ, ଜୁନ୍ ପହିଲାରୁ ଚାଲିବାକୁ ଥିବା ୨ ଶହ ଟ୍ରେନ୍ ପାଇଁ ଟିକେଟ୍ କେବଳ ଅନଲାଇନରେ ବୁକିଂ କରିହେବ ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

Leave a Reply