ଭାରତରେ ‘ଅମ୍ଫାନ’କୁ ଅପେକ୍ଷା, ଶନିବାର ଫ୍ଲୋରିଡାର ‘ଆର୍ଥର’ ସହ ମୁଲାକାତ୍

1 min read

ନୂଆଦିଲ୍ଲୀ: ଦୁନିଆ ପାଇଁ ବଢ଼ୁଛି ବାତ୍ୟା ବିପତ୍ତି । ମହାମାରୀ କରୋନା କାଳରେ ବାତ୍ୟା ବଢ଼ାଇଛି ଚିନ୍ତା । ବଙ୍ଗୋପସାଗରରେ ମହାବାତ୍ୟା ‘ଅମ୍ଫାନ’ ଆଗକୁ ବଢୁଥିବା ବେଳେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼ ଆର୍ଥର । ତେବେ, ‘ଅମ୍ଫାନ’ ଭଳି ‘ଆର୍ଥର’ ସେତେ ଶକ୍ତିଶାଳୀ ନୁହେଁ ।

ବଙ୍ଗୋପସାଗରରେ ବଳ ଗୋଟାଇ ‘ଅମ୍ଫାନ’ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏହା ୨୦ ତାରିଖରେ ‘ଅମ୍ଫାନ’ ଅପରାହ୍ଣ କିମ୍ବା ସନ୍ଧ୍ୟାରେ ସୁନ୍ଦରବନ ନିକଟରେ ଦୀଘା ଓ ହତିଆ ମଝିରେ ଏହା ଅତିକ୍ରମ କରିବ । ‘ଅମ୍ଫାନ’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫-୧୬୫ କିମି ଘଣ୍ଟା ପ୍ରତି ରହିବ । ଗଷ୍ଟିଙ୍ଗ ସ୍ପିଡ୍ ୧୮୫ କିମି ରହିବ ।

୨୦୨୦ ମସିହାରେ ଆଟଲାଣ୍ଟିକରେ ଆସିଥିବା ପ୍ରଥମ ଝଡ଼ ହେଉଛି ‘ଆର୍ଥର’ । ପ୍ରାୟ ୨ ସପ୍ତାହ ପୂର୍ବରୁ ଜୁନ୍ ୧ରେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିଲା ହୁରିକେନ୍ ‘ଆର୍ଥର’ । ଏହା ପ୍ରଭାବରେ ପବନ ଘଣ୍ଟାପ୍ରତି ସର୍ବାଧିକ ୯୫ କିମି ବେଗରେ ବହିବ । ସବଟ୍ରପିକାଲ ହେବା ପୂର୍ବରୁ ‘ଆର୍ଥର’ ଦୁର୍ବଳ ହେଉଥିବା ଆମେରିକା ନ୍ୟାସନାଲ ହୁରିକେନ୍ ସେଣ୍ଟର ଆକଳନ କରିଛି ।

‘ଆର୍ଥର’ ଏବେ ପୂର୍ବ ଉତ୍ତର-ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୪ କିମି ବେଗରେ ଗତି କରୁଛି । ଶନିବାର ଏହା ଫ୍ଲୋରିଡା ଅତିକ୍ରମ କରିବାର ସମ୍ଭାବନା ରହିଛି । ସେତେବେଳେ ‘ଆର୍ଥର’ ପ୍ରଭାବରେ ଘଣ୍ଟା ପ୍ରତି ୫୦ କିମି ବେଗର ପବନ ବହିବ ।

ସ୍ଥଳଭାଗ ଛୁଇଁବା ବେଳେ ତାଣ୍ଡବ ରଚିବ ମହାବାତ୍ୟା ‘ଅମ୍ଫାନ’

Leave a Reply