ଆଜିଠୁ ଟେକ୍ ଅଫ୍ କରୁଛି ଭାରତ… କରୋନା କଟକଣା ମଧ୍ୟରେ ଆରମ୍ଭ ହେଉଛି ଘରୋଇ ବିମାନ ସେବା… ଭୁବନେଶ୍ୱର ଏୟାରପୋର୍ଟକୁ ଆସିବ ୧୦ ବିମାନ, ଯିବ ୧୦… ଉଡାଣ ପୂର୍ବରୁ ହେଲା ମକଡ୍ରିଲ
କୋଭିଡ 19 ର ନିୟମକୁ ମାନି ସାମାଜିକ ଦୂରତାରେ ହେବ ସ୍ନାନଯାତ୍ରା
ପୁରୀ: ଦଇତାପତି ନିଯୋଗର ଗୁରୁତ୍ୱପୂର୍ଣ ବୈଠକ ଶେଷ ହୋଇଛି। ଶ୍ରୀମନ୍ଦିରରେ ସ୍ନାନଯାତ୍ରା ହେବକି ନାଇଁ ସେନେଇ ବସିଥିଲା ବୈଠକ। ତେବେ ବାଡ଼ଗ୍ରାହୀଙ୍କ ସମେତ ୧୫୦ ଜଣ ସେବାୟତ ଶ୍ରୀଜୀଉଙ୍କ ସ୍ନାନଯାତ୍ରା, ଅଣସର ଓ ରଥଯାତ୍ରା ନୀତି କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ପହଣ୍ଡି ଓ ସ୍ନାନ ନୀତି କରିବା ନେଇ ବୈଠକ ରେ ହୋଇଛି ନିଷ୍ପତି ହୋଇଛି। ମୁଖ୍ୟତଃ କୋଭିଡ 19 ର ନିୟମ କୁ ମାନି ସାମାଜିକ ଦୂରତା ଅବଲମ୍ବନ କରି ସ୍ନାନବେଦୀ ଉପରେ ସୀମିତ ସଂଖ୍ୟକ ଦଇତାପତି ସେବାୟତ ଉପସ୍ଥିତ ରହିବେ । ସେପଟେ ଆସନ୍ତାକାଲି ଏନେଇ ନିଯୋଗ ପକ୍ଷରୁ ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନ କୁ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ପୁଣି ଚର୍ଚ୍ଚାରେ କଟକ ଖପୁରିଆ ସ୍ଥିତ ସରକାରୀ ITI: ନିର୍ମାଣ କଲେ ସ୍ୱୟଂ ଚାଳିତ ସାନିଟାଇଜ୍ ମେସିନ
କଟକ: ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାନିଟାଇଜ ସହ ବାରମ୍ବାର ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଅଳ୍ପ ଖର୍ଚ୍ଚରେ ଅଧିକ ଲୋକ କିପରି ହାତକୁ ସାନିଟାଇଜ କରିବେ ସେନେଇ କଟକ ସରକାରୀ ଶିଳ୍ପ ତାଲିମ୍ ପ୍ରତିଷ୍ଠାନ ନିର୍ମାଣ କରିଛି ସ୍ୱୟଂଚାଳିତ ସାନିଟାଇଜ୍ ମେସିନ୍ ।
https://www.facebook.com/NandighoshaTV/videos/247135003217609/
ପୁଣି ଚର୍ଚ୍ଚାରେ କଟକ ଖପୁରିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ । ଯାହା ମେକ୍ ଇନ୍ ଓଡ଼ିଶା ସ୍କିଲ ଇନ୍ ଓଡ଼ିଶା ମିଶନକୁ ମଜଭୁତ କରିଛି । ପୂର୍ବରୁ ଏହି ପ୍ରତିଷ୍ଠାନ ରୋବର୍ଟ ତିଆରି କରି ବେଶ୍ ଚର୍ଚ୍ଚାକୁ ଆସିଥିଲା । ଏଗି ମେସିନ ତିଆରି ପାଇଁ ୨ ମାସ ସମୟ ଲାଗିଥିବାବେଳେ ୪.୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ମେସିନର ଅଂଶ ଗୁଡିକ ଦିଲ୍ଲୀରୁ ଆସିଥିବାରୁ ଅଧିକ ଖର୍ଚ୍ଚ ଲାଗିଥିଲା । କିନ୍ତୁ ଆଗକୁ ଏହାର ଖର୍ଚ୍ଚ ୩ହାଜର ଭିତରେ ରହିବ ।
ଏକାଥରେ ଏଥିରେ ୫ରୁ ୬ ଲିଟର ଲିକୁଇଡ ରହିବା ସହ ସ୍ପେନସର ଗୋଟିଏ ଥରରେ ୬ ସେକେଣ୍ଡ ସ୍ପ୍ରେ କରିବ । ଫଳରେ ପ୍ରାୟ ୧୫ରୁ ୧୬ ଶହ ଲୋକ ଏଥିରେ ହାତକୁ ସାନିଟାଇଜ କରିପାରିବେ । କୋଭିଡ ସମୟରେ ଏହା ଲୋକଙ୍କୁ ସାମୁହିକ ଭାବେ ସାହାଯ୍ୟ କରୁଥିବାରୁ ବେଶ୍ ଖୁସି ଅଛନ୍ତି ପ୍ରତିଷ୍ଠାନର କର୍ମଚାରୀ ।
ରାଜି ହେଲା କଟକ ମଦ ବ୍ୟବସାୟୀ ସଂଘ: କାଲିଠୁ ଅନ୍ଲାଇନ୍ରେ ହେବ ମଦ ବିକ୍ରି
କଟକ: ସକାଳେ ନା ସନ୍ଧ୍ୟାରେ ହଁ । ଅନ୍ ଲାଇନ୍ରେ ମଦ ବିକ୍ରି ନେଇ କିଛି ନିୟମରେ ପରିବର୍ତ୍ତନ ପରେ ଅନ୍ଲାଇନ୍ରେ ମଦ ବିକ୍ରି ପାଇଁ ରାଜି ହୋଇଛି କଟକ ମଦ ବ୍ୟବସାୟୀ ସଂଘ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅନ୍ଲାଇନ୍ରେ ବିକ୍ରି । କୌଣସି ଅନ୍ଲାଇନ୍ ସଂସ୍ଥା ଦ୍ୱାରା ନୁହେଁ ବରଂ ମଦ ଦୋକାନ ଦ୍ୱାରା ନିଯୁକ୍ତି କର୍ମଚାରୀଙ୍କ ଦ୍ୱାରା ମଦର ଡେଲିଭରି କରାଯିବ । ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଅର୍ଡର ଗ୍ରହଣ କରାଯିବ । ଏବଂ ଦିନ ଗୋଟଏ ଠାରୁ ସନ୍ଧ୍ୟା ୬ଟା ଯାଏଁ ମଦର ଡେଲିଭରି କରାଯିବ । ମଦ ଡେଲିଭରୀ ବେଳେ ଆବଶ୍ୟକ ସୁରକ୍ଷା ପୋଲିସ ଯୋଗଇ ଦେବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ।
ଦିନ ତମାମ୍ ଲାଗି ରହିଲା ସସ୍ପେନ୍ସ: ନା ହେଲା ହୋମ୍ ଡେଲିଭରି ନା ଖୋଲିଲା କାଉଣ୍ଟର
ସୂଚନା ଯୋଗ୍ୟ ଯେ, ଅନ୍ଲାଇନ୍ରେ ମଦ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏ ନେଇ ଅନ୍ଲାଇନ୍ ଡେଲିଭରି ସଂସ୍ଥା ସ୍ୱିଗି ଓ ଜୋମାଟ୍ ମଧ୍ୟ ପ୍ରସ୍ତୁତ ହୋଇଥିବା ବେଳେ ଅନଲାଇନ୍ରେ ବିକ୍ରି କଲେ ମାସିକ କୋଟା ପୂରଣ ହେବ ନାହିଁ ବୋଲି ସଂଘ ସମ୍ପାଦକ ଯୁକ୍ତି ବାଢ଼ିଥିଲେ । ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ ବିକ୍ରି ପାଇଁ ଅନୁମତି ଦେବାକୁ ମଦ ବ୍ୟବସାୟୀ ସଂଘ ଦାବି କରିଥିଲା । ତେବେ ବୈଠକରେ କେବଳ ମଦ ଦୋକାନର ଡେଲିଭରି ବୟ୍ଙ୍କ ଦ୍ୱାର ମଦ ବିକ୍ରି ନେଇ ଅନୁମତି ଦିଆଯିବ ପରେ ଅନ୍ଲାଇନ୍ରେ ମଦ ବିକ୍ରି ନେଇ ରାଜି ହୋଇଛି କଟକ ମଦ ବ୍ୟବସାୟୀ ସଂଘ ।
ସୀମା ବିବାଦ: ଚୀନ ଓ ପାକିସ୍ତାନ ପରେ ସାମିଲ ହେଲା ନେପାଳ
ଭୁବନେଶ୍ୱର, ବ୍ୟୁରୋ: ନେପାଳ, ନକ୍ସା ଓ ରାଜନୀତି । ପାକିସ୍ତାନ ଓ ଚୀନ ସହ ସୀମା ବିବାଦ ଲାଗି ରହିଥିବା ବେଳେ ଏଥିରେ ଯୋଡ଼ି ହୋଇଯାଇଛି ଆଉ ଏକ ଅଧ୍ୟାୟ । ଆଉ ଏହି ନୂଆ ବିବାଦର ସୂତ୍ରଧର ହେଉଛି ନେପାଳ । ଭାରତର କେତେକ ଅଞ୍ଚଳକୁ ନେପାଳ ତା’ ନିଜ ନକ୍ସାରେ ସାମିଲ କରିଛି । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଲିପୁଲେଖ, କଳାପାଣି ଆଉ ଲିମ୍ପିଅଧୁରା ଅଞ୍ଚଳକୁ ନେପାଳ ନିଜ ନକ୍ସ।ରେ ସାମିଲ କରିଛି ।

ନୂଆ ନକ୍ସ। ବାହାର କରି ନିଆଁରେ ଘିଅ ଢାଲିଲା ନେପାଳ । ନୂଆ ନକ୍ସ। ହିସାବରେ ଭାରତ ସୀମାରେ ଥିବା ଲିମ୍ପିଅଧୁରା, ଲିପୁଲେଖ ଏବଂ କାଲାପାଣିକୁ ନେଇ ନେପାଳ ନିଜ ମ୍ୟାପରେ ସ୍ଥାନ ଦେଇଛି । ଯାହା ପୂର୍ବ ମ୍ୟାପରେ ନଥିଲା । ତାହା ଭାରତର ଉତ୍ତରାଖଣ୍ଡ ରାଜ୍ୟର ସୀମା ଭିତରେ ରହିଥିଲା । ନେପାଳର ଏଭଳି ନକ୍ସ। ରାଜନୀତି ପରେ ଭାରତ ସହ ସମ୍ପର୍କ ମଳିନ ପଡ଼ିଯାଇଛି । ନେପାଳର କହିବା କଥା ଦୀର୍ଘ ବର୍ଷ ଧରି ଏହି ତିନୋଟି ସ୍ଥାନ ନେପାଳ ସହ ଜଡିତ ରହିଛି । ଇଂରେଜ ଶାସନ ସମୟରେ ୧୮୧୬ରେ ହୋଇଥିବା ସୁଗୌଳି ସନ୍ଧି ଚୁକ୍ତି ଅନୁସାରେ ଏହା ନେପାଳର ସୀମା ଭିତରେ ସ୍ଥାନ ପାଇଥିଲା । ସବୁଠୁ ବଡ଼ କଥା ନେପାଳ ଯେଉଁ ସବୁ ସ୍ଥାନକୁ ନିଜ ଦେଶରେ ସ୍ଥାନ ଦେଇଛି ସେ ସବୁ ଅଂଚଳ ମହାକାଳୀ ନଦୀ ଗତିପଥ ମାଧ୍ୟମରେ ସ୍ଥିର କରାଯାଉଛି । ଏପଟେ ସମୟ ଅନୁସାରେ ନଦୀର ଗତି ମଧ୍ୟ ବଦଳିଛି । ତେବେ ପୁରୁଣା ରେକର୍ଡକୁ ନେଇ ସୀମା ନିର୍ଧ।ରଣ କରିବା କେତେ ଦୂର ଠିକ୍ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ କଣ ପାଇଁ ଏହି ବିବାଦ ଏବେ ପୁଣି ଥରେ ମୁଣ୍ଡ ଟେକିଛି । ଯଦିଓ ଲିପୁଲେଖ, କଳପାଣି ଲିମ୍ପିଆଧୁରାର ଅବସ୍ଥିତିକୁ ନେଇ ପୂର୍ବରୁ ମଧ୍ୟ ବିବାଦ ଲାଗି ରହିଛି । ଏହାକୁ ନେଇ ଭାରତ ଏବଂ ନେପାଳ ମଧ୍ୟ ବୈଦେଶିକ ସଚିବ ସ୍ତରରେ ଆଲୋଚନା ମଧ୍ୟ ଜାରି ରହିଛି । ବିବାଦିତ କଳାପାଣି ଅଞ୍ଚଳ ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ଼ ଅଞ୍ଚଳରେ ରହିଛି । ତେବେ ସଦ୍ୟ ଜାରି ନେପାଳ ନକ୍ସ।ରେ ଏହାକୁ ଧରଚୁଲ୍ଲା ଜିଲ୍ଲାରେ ରହିଛି ବୋଲି ଦର୍ଶାଯାଇଛି । ଏସବୁ ପଛରେ ଚୀନର ହାତ ରହିଛି ଏହା ଏବେ ସ୍ପଷ୍ଟ ହୋଇଛି । ବର୍ତ୍ତମାନ ନେପାଳରେ ନେପାଳ କମ୍ୟୁନିଷ୍ଟ ପାର୍ଟି ଶାସନ କ୍ଷମତାରେ ରହିଛି ଏବଂ କେ.ପି.ଶର୍ମା ଓଲି ସେଠାରେ ପ୍ରଧାନମନ୍ତ୍ରୀ ଅଛନ୍ତି । ଭାରତ ବିରୋଧୀ ମନୋଭାବ ଯୋଗୁଁ ମଧ୍ୟ ସେ ବେଶ ଜଣାଶୁଣା । ସେଥିପାଇଁ ନେପାଳ ପ୍ରତି କୌଣସି ସଂକଟ ଆସିଲେ ସେ ତୁରନ୍ତ ଚୀନର ସାହାଯ୍ୟ ନେଇଛନ୍ତି । ଗୋଟିଏ ପାର୍ଶ୍ୱରେ ଚୀନ ସହ ସୀମାବଣ୍ଟନ କରୁଥିବା ନେପାଳକୁ ବିଭିନ୍ନ ଉପାୟରେ ବ୍ୟବହାର କରିବାକୁ ମଧ୍ୟ ଚୀନ ଚେଷ୍ଟା ଚଳାଇଛି । ନେପାଳର ବାହାନାରେ ଚୀନ ଭାରତ ଉପରେ ଚାପ ପକାଇବାକୁ ଚେଷ୍ଟା କରୁଛି । ନେପାଳକୁ ବିଭିନ୍ନ ଆର୍ଥିକ ସହଯୋଗ ଯୋଗାଇ ଦେବା ଆଳରେ ଚୀନ ଚଳାଇଛି ଭୟଙ୍କର ଚାଲ୍ । ବିଭିନ୍ନ ଆଳରେ ନେପାଳକୁ ଆର୍ଥିକ ସହଯୋଗ ଦେଇ ଚୀନ ତାକୁ ଋଣଗ୍ରସ୍ତ କରବାକୁ ଚାହୁଁଛି । ଏହାପରେ ନେପାଳରେ ଚୀନ ତାର ସାମରିକ କ୍ୟାମ୍ପ ତିଆରି କରି ଭାରତ ବିରୋଧରେ କ୍ଷେତ୍ର ପ୍ରସ୍ତୁତ କରିବ
ଦିନ ତମାମ୍ ଲାଗି ରହିଲା ସସ୍ପେନ୍ସ: ନା ହେଲା ହୋମ୍ ଡେଲିଭରି ନା ଖୋଲିଲା କାଉଣ୍ଟର
ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଅନ୍ଲାଇନ୍ରେ ମଦ ବିକ୍ରି ବ୍ୟବସ୍ଥା କରାଯାଇଥିଲେ ବି ତାହା ସମ୍ଭବ ହୋଇପାରିନାହିଁ । ଅନ୍ଲାଇନ୍ ସହିତ ଅଫ୍ଲାଇନ୍ରେ ମଦ ବିକ୍ରି ପାଇଁ ଅନୁମତି ଦେବାକୁ ବ୍ୟବସାୟୀ ସଂଘ ଦାବି କରିଛି । ସେପଟେ ଓଡ଼ିଶାରେ ନୂଆକରି ଅନ୍ଲାଇନ୍ରେ ମଦ ବିକ୍ରି ବ୍ୟବସ୍ଥା କରାଯାଇଥିବାରୁ ସମସ୍ୟା ଦେଖା ଦେଇଥିବା ଅବକାରୀ ଅଧିକାରୀ କହିଛନ୍ତି ।

ମଦ ପାଇଁ ଧୋକା ଦେଲା ଅନ୍ଲାଇନ୍ ସେବା । ନା ହେଲା ଅନ୍ଲାଇନ୍ ବୁକିଂ ନା ହୋମ୍ ଡେଲିଭରି ନା ଖୋଲିଲା କାଉଣ୍ଟର । ଦିନ ତମାମ ଲାଗି ରହିଲା ସସ୍ପେନ୍ସ । ସ୍ୱିଗି ଓ ଜମାଟୋ ଆପ୍କୁ ଅନେଇ ବସିଥିଲେ ଲୋକ । ଭୁବନେଶ୍ୱର ଓ କଟକ ସମେତ ଅଧିକାଂଶ ସ୍ଥାନରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା ।

ମଦ କିଣିବାକୁ ଲୋକ ଦୋକାନ ଆଗରେ ଚକ୍କର କାଟିଥିଲେ । ଡେଲିଭରି ବୟଙ୍କ ମୋବାଇଲକୁ ଶହଶହ ଅର୍ଡର ଆସିଥିଲେ ବି ସବୁ ବାତିଲ ହୋଇଥିଲା । ତେବେ ଅନ୍ଲାଇନ୍ ମଦ ବିକ୍ରିରେ ସମସ୍ୟା ରହିଲା କେଉଁଠି ? ସିଷ୍ଟମ୍ ଫେଲ୍ ନା ମଦ ବ୍ୟବସାୟୀ ସହଯୋଗ କରୁନାହାନ୍ତି ? ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ ବିକ୍ରି ପାଇଁ ଅନୁମତି ଦେବାକୁ ମଦ ବ୍ୟବସାୟୀ ସଂଘ ଦାବି କରିଛି ।

କେବଳ ଅନଲାଇନ୍ ବିକ୍ରି କଲେ ମାସିକ କୋଟା ପୂରଣ ହେବ ନାହିଁ ବୋଲି ସଂଘ ସମ୍ପାଦକ କହିଛନ୍ତି । ସେପଟେ ପ୍ରଥମଥର ପାଇଁ ଅନଲାଇନ ସିଷ୍ଟମ ହୋଇଥିବାରୁ ସମସ୍ୟା ହେଉଥିବା ଅବକାରୀ ବିଭାଗ କହିଛି ।

ମଦ ଉପରେ ୫୦ ପ୍ରତିଶତ କୋଭିଡ୍ ଫି ଲାଗୁ ସହ ଟ୍ରାନ୍ସପୋର୍ଟ ଫି ଲାଗୁ କରାଯାଇଛି । ନିୟମ ଅନୁସାରେ ଅଫ୍ସପ୍ ଓ ଲାଇସେନ୍ସପ୍ରାପ୍ତ ବାରଗୁଡ଼ିକରୁ ଅନ୍ଲାଇନ ବୁକିଂ କରିହେବ । ଦୋକାନ ଆଗରେ ମୋବାଇଲ ନମ୍ବର ଓ ମେଲ ଆଇଡି ଡିସ୍ପ୍ଳେ୍ କରାଯିବ । ଗ୍ରାହକ OSBC.CO.IN ୱେବସାଇଟରେ ମଦ ବୁକିଂ କରିପାରିବେ । ସାମାଜିକ ଦୂରତା ରଖି ହୋମ ଡେଲିଭରି କରାଯିବ ।
କ୍ରୋଧର ବହ୍ନିରେ ଜଳି ହତ୍ୟା କଲା ଗର୍ଭବତୀ ପତ୍ନୀଙ୍କୁ !
ବୌଦ୍ଧ: ରାକ୍ଷାସ ସ୍ୱାମୀ । କ୍ରୋଧର ବହ୍ନିରେ ଜଳି ହତ୍ୟା କଲା ଗର୍ଭବତୀ ପତ୍ନୀଙ୍କୁ ! ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲାରୁ । ଆଉ ଦିନ କେଇଟା ପରେ ମା’ ଜନ୍ମ ଦେଇଥାନ୍ତା ତାର ଶିଶୁକୁ । ହେଲେ ପିଶାଚ ସ୍ୱାମୀ ନିଜ ଗର୍ଭବତୀ ପତ୍ନୀଙ୍କୁ ଅତି ନିର୍ଦୟ ଭାବେ ହତ୍ୟା କଲା । ଟିକେ ବି ଭାବିଲାନି ତା’ର ସନ୍ତାନ କଥା ।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରକ୍ସା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ୯ ମାସର ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଛି ସ୍ୱାମୀ । ଏନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ବିବାହର କିଛି ଦିନ ପରେ ତାଙ୍କ ଝିଅ କବିତା ମେହେରକୁ ଶ୍ୱଶୁର ଘର ଲୋକ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ବାରମ୍ବାର ଏଭଳି ଅଭିଯୋଗ କରିବାରୁ ଉଭୟ ଝିଅ ଓ ଜ୍ୱାଇଁ ବଳରାମଙ୍କୁ ସେ ନିଜ ଘରକୁ ଡାକି ଆଣିଥିଲେ । ତେବେ ଏଥିରେ କବିତାର ଶ୍ୱଶୁର ଘର ଲୋକ ଅଧିକ ଉତ୍କ୍ଷିପ୍ତ ହୋଇଥିଲେ । ଏମିତିକି ବିଭିନ୍ନ ସମୟରେ ବଳରାମ ଶ୍ୱଶୁର ଘରେ ରହି ମଧ୍ୟ କବିତାକୁ ନିର୍ଯାତନା ଦେଉଥିଲା । ଏହା ସହ ଯୋଜନା ବଦ୍ଧ ଭାବେ ବଳରାମ ମେହେର କବିତାଙ୍କୁ ହତ୍ୟା କରିଛି ବୋଲି ମହିଳାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

ତେବେ ମୃତ୍ୟୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପତ୍ନୀ କବିତାଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ସ୍ୱାମୀ ବଳରାମ ଫେରାର ରହିଛି ।
କାଲିଠୁ ଆରମ୍ଭ ହେବ ଘରୋଇ ବିମାନ ସେବା: ଯାତ୍ରୀଙ୍କ ପାଇଁ ଲାଗୁ ହେବ ଟଚ୍ ଲେସ୍ ସିଷ୍ଟମ
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍ ଅନୁସାରେ ଉଡ଼ିବ ଫ୍ଲାଇଟ୍ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦର ପକ୍ଷରୁ ମଧ୍ୟ ପ୍ରସ୍ତୁତି କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ କୋଭିଡ-୧୯ ଗାଇଡ୍ଲାଇନ୍ ପାଳନ ସହିତ କର୍ତ୍ତୃପକ୍ଷ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି । ଆସନ୍ତା କାଲିଠାରୁ ଆରମ୍ଭ ହେବ ଘରୋଇ ବିମାନ ସେବା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍ ଅନୁସାରେ ଉଡିବ ଫ୍ଲାଇଟ୍ । ଏଥିପାଇଁ ଭୁବନେଶ୍ବର ବିମାନ ବନ୍ଦର ପକ୍ଷରୁ ପ୍ରସ୍ତୁତି କରାଯାଇଛି ।
କରୋନା ସଙ୍କଟ ଭିତରେ ଟେକଅପ୍ କରିବ ଭାରତ । କାଲିଠାରୁ ଉଡିବ ଘରୋଇ ବିମାନ । ଏଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ପାଇଁ ଲାଗୁ ହେବ ଟଚଲେସ୍ ସିଷ୍ଟମ୍ । ବିମାନ ଛାଡିବାର ୨ ଘଣ୍ଟା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିବେ ଯାତ୍ରୀ ।
୪ ଘଣ୍ଟା ପୂର୍ବରୁ ଯାତ୍ରୀଙ୍କୁ ଟର୍ମିନାଲକୁ ଛଡାଯିବ । ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଳୋବସ୍ ବାଧ୍ୟତାମୂଳକ । ୧୪ ବର୍ଷରୁ କମ ପିଲାଙ୍କୁ ଛାଡି ସମସ୍ତ ଯାତ୍ରୀ ଆରୋଗ୍ୟ ସେତୁ ପଞ୍ଜୀକରଣ କରିବେ । କେବଳ ବ୍ୟକ୍ତିଗତ ଗାଡି କିମ୍ବା ଅନୁମତିପ୍ରାପ୍ତ କ୍ୟାବରେ ହିଁ ବିମାନବନ୍ଦରକୁ ଆସିପାରିବେ ଯାତ୍ରୀ । ଜରୁରୀ ସେବା କ୍ଷେତ୍ରରେ ସାନିଟାଇଜ୍ କରି ଟ୍ରଲିର ବ୍ୟବହାର ପାଇଁ ମିଳିବ ଅନୁମତି ।
ଟ୍ରାଫିକ ପୋଲିସ, CISF ପାର୍କିଂ ସୁବିଧା କରିବେ । ସାନିଟାଇଜର ରଖିବା ସହ ପିପିଇ କିଟ୍ ପିନ୍ଧିବେ ସମସ୍ତ ବିମାନ କର୍ମଚାରୀ ।
ରାଜ୍ୟରେ ବଢ଼ିଲାଣି ତାତି, ୧୪ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ…
ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ତାପମାତ୍ରା । ତାପମାତ୍ରା ଏତେ ପରିମାଣରେ ବଢ଼ୁଛି ଯେ, ନିକଟ ଅତୀତରେ ବାତ୍ୟା ଅମ୍ଫାନ୍ ଓଡ଼ିଶା ଉପକୂଳ ଦେଇ ଗତି କରିଥିଲା ବୋଲି ବିଶ୍ୱାସ ହେଉନି । ରାଜ୍ୟରେ ଶନିବାର ୧୩ ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ରବିବାର ୧୪ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗ୍ରୀଷ୍ମ ଆରମ୍ଭରୁ ହିଁ ତାପମାତ୍ରା ୪୦ ଡିଗ୍ରୀ ପାର୍ ହେଲାଣି । ଯାହାକୁ ନେଇ ଚିନ୍ତାରେ ରାଜ୍ୟବାସୀ ।
ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫.୮ ଡିଗ୍ରୀ ରହିଥିବା ବେଳେ ତାଳଚେରର ତାପମାତ୍ରା ୪୪.୩ ଡିଗ୍ରୀ ଉପରେ ରହିଛି । ସେହିଭଳି ଭବାନୀପାଟଣାରେ ତାପମାତ୍ରା ୪୪.୦ ଡିଗ୍ରୀ, ବଲାଙ୍ଗିରରେ ୪୪.୦ ଡିଗ୍ରୀ, ମାଲକାନଗିରିରେ ୪୩.୧ ଡିଗ୍ରୀ, ସୋନପୁରରେ ୪୩.୦ ଡିଗ୍ରୀ, ଅନୁଗୁଳରେ ୪୨.୫ ଡିଗ୍ରୀ, ସମ୍ବଲପୁରରେ ୪୨.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୨.୨ ଡିଗ୍ରୀ, ହୀରାକୁଦରେ ୪୧.୯ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଫୁଲବାଣୀରେ ୪୧.୮ ଡିଗ୍ରୀ, ବୌଦ୍ଧରେ ୪୧.୮ ଡିଗ୍ରୀ ଏବଂ ସୁନ୍ଦରଗଡ଼ରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ଆହୁରି ତାପମାତ୍ରା ବଢ଼ିବା ସହ ତାତି ଅସହ୍ୟ ହେବ ବୋଲି ଆଶଙ୍କା ରହିଛି ।
ଶ୍ରମିକ ଟ୍ରେନ୍ ପରେ ପିସିଆର୍ ଭ୍ୟାନ୍ରେ ପ୍ରସବ…!
ଭୁବନେଶ୍ୱର: ପିସିଆର୍ ଭ୍ୟାନ୍ରେ ପ୍ରସବ । ପିସିଆର୍ ଭ୍ୟାନ୍ରେ ଜଣେ ମହିଳାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ସେ ରାସ୍ତାରେ ପ୍ରସବ କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଝାରସୁଗୁଡ଼ା ଜିଲ୍ଲାରୁ ।
ଲକ୍ଡାଉନ୍ ଯୋଗୁଁ ସାରା ଦେଶରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତି ପରେ ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ଆରମ୍ଭ କରିଥିଲା । ଏହି ଟ୍ରେନ୍ରେ ପ୍ରବାସୀମାନେ ନିଜ ଭିଟାମାଟିକୁ ଫରୁଛନ୍ତି । ଏମିତି ଏକ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଜଣେ ମହିଳା ଫେରୁଥିବା ବେଳେ ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଫଳରେ ରେଳ ବିଭାଗ ପକ୍ଷରୁ ଟ୍ରେନ୍କୁ ଅଟକିଲା ପରେ ଉକ୍ତ ମହିଳାଙ୍କୁ ପିସିଆର୍ ଭ୍ୟାନ୍ ଯୋଗେ ମେଡିକାଲକୁ ନିଆଯାଇଥିଲା । ତେବେ ମେଡିକାଲ ନିଆଯାଉଥିବା ବେଳେ ରାସ୍ତାରେ ମହିଳାଙ୍କ ପ୍ରସବ ଯନ୍ତ୍ରଣା ବୃଦ୍ଧି ପାଇଥିଲା ଏବଂ ସେ ସେହି ପିସିଆର୍ ଭ୍ୟାନ୍ରେ ହିଁ ପ୍ରସବ କରିଥିଲେ ।
ଏହି ଘଟଣା ରବିବାର ଅପରାହ୍ନରେ ଘଟିଛି । ଆଇଆସି ସାବିତ୍ରୀ ବଳ ଏହି ଡେଲିଭରୀ ଘଟଣା ଉପରେ ନଜର ରଖିଛନ୍ତି ଏବଂ ତଦାରଖ କରୁଛନ୍ତି । ତେବେ ମା’ ଓ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଏନେଇ ଡିଜିପି ଓଡ଼ିଶା ସୂଚନା ଦେଇଛନ୍ତି ।
Today afternoon a pregnant lady travelling by Shramik express developed labour pain . The train stopped n she was taken in Police vehicle to hosp..However she delivered in Police vehicle IIC Smt Savitri Bal supervised delivery.Mother and child are fine in DHH Jharsuguda now. pic.twitter.com/qy5rrLBp0l
— DGP, Odisha (@DGPOdisha) May 24, 2020

