ରାଜି ହେଲା କଟକ ମଦ ବ୍ୟବସାୟୀ ସଂଘ: କାଲିଠୁ ଅନ୍‌ଲାଇନ୍‌ରେ ହେବ ମଦ ବିକ୍ରି

କଟକ: ସକାଳେ ନା ସନ୍ଧ୍ୟାରେ ହଁ । ଅନ୍‌ ଲାଇନ୍‌ରେ ମଦ ବିକ୍ରି ନେଇ କିଛି ନିୟମରେ ପରିବର୍ତ୍ତନ ପରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ପାଇଁ ରାଜି ହୋଇଛି କଟକ ମଦ ବ୍ୟବସାୟୀ ସଂଘ । ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅନ୍‌ଲାଇନ୍‌ରେ ବିକ୍ରି । କୌଣସି ଅନ୍‌ଲାଇନ୍‌ ସଂସ୍ଥା ଦ୍ୱାରା ନୁହେଁ ବରଂ ମଦ ଦୋକାନ ଦ୍ୱାରା ନିଯୁକ୍ତି କର୍ମଚାରୀଙ୍କ ଦ୍ୱାରା ମଦର ଡେଲିଭରି କରାଯିବ ।  ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏଁ ଅର୍ଡର ଗ୍ରହଣ କରାଯିବ । ଏବଂ ଦିନ ଗୋଟଏ ଠାରୁ ସନ୍ଧ୍ୟା ୬ଟା ଯାଏଁ ମଦର ଡେଲିଭରି କରାଯିବ । ମଦ ଡେଲିଭରୀ ବେଳେ ଆବଶ୍ୟକ ସୁରକ୍ଷା ପୋଲିସ ଯୋଗଇ ଦେବ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ।

 

ଦିନ ତମାମ୍‌ ଲାଗି ରହିଲା ସସ୍‌ପେନ୍ସ: ନା ହେଲା ହୋମ୍‌ ଡେଲିଭରି ନା ଖୋଲିଲା କାଉଣ୍ଟର

ସୂଚନା ଯୋଗ୍ୟ ଯେ, ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ଏ ନେଇ ଅନ୍‌ଲାଇନ୍ ଡେଲିଭରି ସଂସ୍ଥା ସ୍ୱିଗି ଓ ଜୋମାଟ୍ ମଧ୍ୟ ପ୍ରସ୍ତୁତ ହୋଇଥିବା ବେଳେ ଅନଲାଇନ୍‌ରେ ବିକ୍ରି କଲେ ମାସିକ କୋଟା ପୂରଣ ହେବ ନାହିଁ ବୋଲି ସଂଘ ସମ୍ପାଦକ ଯୁକ୍ତି ବାଢ଼ିଥିଲେ । ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ ବିକ୍ରି ପାଇଁ ଅନୁମତି ଦେବାକୁ ମଦ ବ୍ୟବସାୟୀ ସଂଘ ଦାବି କରିଥିଲା । ତେବେ ବୈଠକରେ କେବଳ ମଦ ଦୋକାନର ଡେଲିଭରି ବୟ୍‌ଙ୍କ ଦ୍ୱାର ମଦ ବିକ୍ରି ନେଇ ଅନୁମତି ଦିଆଯିବ ପରେ ଅନ୍‌ଲାଇନ୍‌ରେ ମଦ ବିକ୍ରି ନେଇ ରାଜି ହୋଇଛି କଟକ ମଦ ବ୍ୟବସାୟୀ ସଂଘ ।

 

 

Leave a Reply