ପୁଣି ଚର୍ଚ୍ଚାରେ କଟକ ଖପୁରିଆ ସ୍ଥିତ ସରକାରୀ ITI: ନିର୍ମାଣ କଲେ ସ୍ୱୟଂ ଚାଳିତ ସାନିଟାଇଜ୍‌ ମେସିନ

1 min read

କଟକ: ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାନିଟାଇଜ ସହ ବାରମ୍ବାର ହାତ ଧୋଇବାକୁ ଗୁରୁତ୍ୱ ଦିଆଯାଉଛି । ତେବେ ଅଳ୍ପ ଖର୍ଚ୍ଚରେ ଅଧିକ ଲୋକ କିପରି ହାତକୁ ସାନିଟାଇଜ କରିବେ ସେନେଇ କଟକ ସରକାରୀ ଶିଳ୍ପ ତାଲିମ୍‌ ପ୍ରତିଷ୍ଠାନ ନିର୍ମାଣ କରିଛି ସ୍ୱୟଂଚାଳିତ ସାନିଟାଇଜ୍‌ ମେସିନ୍‌ ।

https://www.facebook.com/NandighoshaTV/videos/247135003217609/

ପୁଣି ଚର୍ଚ୍ଚାରେ କଟକ ଖପୁରିଆ ସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ । ଯାହା ମେକ୍‌ ଇନ୍‌ ଓଡ଼ିଶା ସ୍କିଲ ଇନ୍‌ ଓଡ଼ିଶା ମିଶନକୁ ମଜଭୁତ କରିଛି । ପୂର୍ବରୁ ଏହି ପ୍ରତିଷ୍ଠାନ ରୋବର୍ଟ ତିଆରି କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲା । ଏଗି ମେସିନ ତିଆରି ପାଇଁ ୨ ମାସ ସମୟ ଲାଗିଥିବାବେଳେ ୪.୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ତେବେ ମେସିନର ଅଂଶ ଗୁଡିକ ଦିଲ୍ଲୀରୁ ଆସିଥିବାରୁ ଅଧିକ ଖର୍ଚ୍ଚ ଲାଗିଥିଲା । କିନ୍ତୁ ଆଗକୁ ଏହାର ଖର୍ଚ୍ଚ ୩ହାଜର ଭିତରେ ରହିବ ।

ଏକାଥରେ ଏଥିରେ ୫ରୁ ୬ ଲିଟର ଲିକୁଇଡ ରହିବା ସହ ସ୍ପେନସର ଗୋଟିଏ ଥରରେ ୬ ସେକେଣ୍ଡ ସ୍ପ୍ରେ କରିବ । ଫଳରେ ପ୍ରାୟ ୧୫ରୁ ୧୬ ଶହ ଲୋକ ଏଥିରେ ହାତକୁ ସାନିଟାଇଜ କରିପାରିବେ । କୋଭିଡ ସମୟରେ ଏହା ଲୋକଙ୍କୁ ସାମୁହିକ ଭାବେ ସାହାଯ୍ୟ କରୁଥିବାରୁ ବେଶ୍‌ ଖୁସି ଅଛନ୍ତି ପ୍ରତିଷ୍ଠାନର କର୍ମଚାରୀ ।

Leave a Reply